ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ବଙ୍ଗୋପସାଗରରେ ଲଘୁଚାପ ସକ୍ରିୟ: ୪୮ ଘଣ୍ଟା ମଧ୍ୟରେ ଅବପାତ ରୂପ ନେବା ସମ୍ଭାବନା,୧୭ ଯାଏ ସ୍ୱଳ୍ପ ବର୍ଷା

Published By : Prameya | April 8, 2025 7:39 AM

ଭୁବନେଶ୍ୱର,୦୮/୦୪: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏହାର ପ୍ରଭାବରେ ଆସନ୍ତା  ୧୦ରୁ ୧୭ ତାରିଖ ଯାଏ ରାଜ୍ୟର କିଛି  ସ୍ଥାନରେ ସ୍ୱଳ୍ପ ବର୍ଷା ହୋଇପାରେ । ୧୩ରୁ ୧୫ ତାରିଖ ମଧ୍ୟମ ବର୍ଷା ସମ୍ଭାବନା  ରହିଛି । ୧୬ ଓ ୧୭ରେ ୫ ଜିଲ୍ଲାରେ  ଅଧିକ ବର୍ଷା ହୋଇପାରେ । ବରିଷ୍ଠ  ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ  ପଶୁପାଳକ ଏହି ପୂର୍ବାନୁମାନ କରିଛନ୍ତି । 

ଡ.ପଶୁପାଳକଙ୍କ ଆକଳନ  ଅନୁସାରେ, ସୃଷ୍ଟି ହୋଇଥିବା ଲଘୁଚାପ ୯ ଓ ୧୦ରେ ଅବପାତ ରୂପ ନେବାର ସମ୍ଭାବନା ରହିଛି । ଲଘୁଚାପର ସିଧା  ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ ।  କିନ୍ତୁ ଏହା ଦ୍ୱାରା ରାଜ୍ୟକୁ ସାମୁଦ୍ରିକ ପବନ ବହିବ । ଉପକୂଳ ଓଡ଼ିଶା ଓ ସଂଲଗ୍ନ ଜିଲ୍ଲାରେ କିଛି ସ୍ଥାନରେ  କାଳବୈଶାଖୀ ସମ୍ଭାବନା ରହିଛି । ୧୦ ତାରିଖରେ ଗୋଟିଏ କିମ୍ବା  ୨ଟି ସ୍ଥାନରେ ହାଲୁକା ବର୍ଷା ହେବ ।  ୧୩ରୁ ୧୫ ମଧ୍ୟରେ ଉତ୍ତର ଉପକୂଳ  ଓ ସଂଲଗ୍ନ ଯାଜପୁର, କେନ୍ଦୁଝର,  ମୟୂରଭଞ୍ଜରେ ସ୍ୱଳ୍ପ ଓ କେତେକ  ସ୍ଥାନରେ ମଧ୍ୟମ ବର୍ଷା ହୋଇପାରେ ।  

ସେହିପରି ୧୬ ଓ ୧୭ ତାରିଖରେ  ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା,  ଯାଜପୁର, ମୟୂରଭଞ୍ଜରେ ଅପେକ୍ଷାକୃତ  ଅଧିକ ବର୍ଷା ଓ ଦକ୍ଷିଣ ଆଭ୍ୟନ୍ତରଣରେ  କାଁ ଭାଁ ବର୍ଷା ହୋଇପାରେ ।  ଅନେକ ସ୍ଥାନରେ ୮ ଓ ୯ ତାରିଖରେ  ତାପମାତ୍ରା ୧ରୁ ୨ ଡିଗ୍ରୀ ସେଲସିୟସ  ବଢ଼ିବ । ୧୦ରେ ଅଳ୍ପ ସ୍ଥାନରେ କମିବ । ବଲାଙ୍ଗିର, କଳାହାଣ୍ଡି, ସୋନପୁର,  ସୁନ୍ଦରଗଡ଼ରେ ତାପମାତ୍ରା ୪୦ ଡିଗ୍ରୀ  ଉପରେ ରହିବ । ୧୪ ତାରିଖ ଅର୍ଥାତ୍‌  ପଣା ସଂକ୍ରାନ୍ତିଠାରୁ ରାଜ୍ୟରେ ତାପମାତ୍ରା  କମିପାରେ । ଉପକୂଳରେ ଗୁଳଗୁଳି  ବଢ଼ିବ । ୧୩ ଓ ୧୪ରେ ଉତ୍ତର ଉପକୂଳ  ଓ ସଂଲଗ୍ନ ଅଞ୍ଚଳରେ ଗୋଟିଏ କିମ୍ବା ଦୁଇଟି  ସ୍ଥାନରେ କୁଆପଥର ବର୍ଷା ହୋଇପାରେ । 

ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର  ଅନୁଯାୟୀ, ସୋମବାର ରାଜ୍ୟରେ ୧୧ଟି ସହରର  ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ  ଉପରେ ରହିଥିଲା । ଅନୁଗୁଳ ସର୍ବାଧିକ  ତାପମାତ୍ରା ୪୨.୭ ଡିଗ୍ରୀ ରେକର୍ଡ  ହୋଇଛି । ବୌଦ୍ଧରେ ୪୧.୮ ଡିଗ୍ରୀ,  ଝାରସୁଗୁଡ଼ା ୪୧.୬, ଟିଟିଲାଗଡ଼ରେ  ୪୧.୫, ସୋନପୁର ୪୧.୪, ବଲାଙ୍ଗିର  ୪୧.୨, ସମ୍ବଲପୁରରେ ୪୦, ହୀରାକୁଦ  ୪୦.୩, ଭବାନୀପାଟଣା ୪୦.୫, ପାରଳାଖେମୁଣ୍ଡି ୪୦, ନୂଆପଡ଼ା ୪୦.୫  ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।  ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା  ୩୬.୮ ଡିଗ୍ରୀ ରେକର୍ଡ ହୋଇଛି । 

୯ ତାରିଖରୁ ରାଜ୍ୟର ବାଲେଶ୍ୱର,  ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା,  କଟକ, ଜଗତସିଂହପୁର, ପୁରୀ,  ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି,  ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ରାୟଗଡ଼ା, କୋରାପୁଟ, ମାଲକାନାଗିରି,  ନବରଙ୍ଗପୁରର ଗୋଟିଏ କିମ୍ବା ଦୁଇଟି  ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର  ବର୍ଷା ସମ୍ଭାବନା ରହିଛି । ବଜ୍ରପାତ  ସାଙ୍ଗକୁ ୩୦ରୁ ୪୦ କିଲୋମିଟର  ବେଗରେ ପବନ ବହିବାର ସମ୍ଭାବନା ଅଛି । ଏସବୁ ଜିଲ୍ଲାକୁ ୱେଲୋ ୱାର୍ଣ୍ଣିଂ  ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.