ପ୍ରମୂଖ ଖବର
  • କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପିତୃ ବିୟୋଗ, ୮୧ ବର୍ଷ ବୟସରେ ଦାଉଲାଲ ବୈଷ୍ଣବଙ୍କ ପରଲୋକ
  • ||
  • ମନମୋହନଙ୍କ କାନ୍ଧରେ ପୁଣି ରାଜ୍ୟ ବିଜେପି କମାଣ, ସଭାପତି ଭାବେ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ
  • ||
  • ଗୁରୁବାର ତୃତୀୟ ଟେଷ୍ଟ: ଇଂଲଣ୍ଡ ଏକାଦଶକୁ ଫେରିବେ ଆର୍ଚର, ଭାରତୀୟ ସ୍କ୍ୱାଡରେ ହେବ ପରିବର୍ତ୍ତନ
  • ||
  • ଷ୍ଟିଅରିଂ ଛାଡ଼ ଆନ୍ଦୋଳନ : ବାଲିକୁଦା ନିକଟରେ କର୍ମକର୍ତ୍ତାଙ୍କ ପିକେଟିଂ, ଅଖ ଚକ ଜାମ୍, ଯାତ୍ରୀ ହନ୍ତସନ୍ତ
  • ||
  • ୧୪ଟି ଦେଶ ଉପରେ ନୂଆ ଟାରିଫ୍ ଘୋଷଣା କଲେ ଡୋନାଲ୍ଡ ଟ୍ରମ୍ପ, ଅଗଷ୍ଟ ପହିଲାରୁ ହେବ ଲାଗୁ
  • ||
  • ମଝିଘରିଆଣୀଙ୍କ ୯ ହୁଣ୍ଡି ମିଳିଲା ନଗଦ କୋଟିଏ ଟଙ୍କା, ୧୨ ବିଦେଶୀ ନୋଟ୍‌, ୩୮ ଗ୍ରାମ୍‌ ସୁନା
  • ||
  • ରାଜଧାନୀରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ପାର୍‌, ସ୍କୁଲ୍‌ରେ ସଚେତନ କଲା ବିଏମ୍‌ସି
  • ||
  • ସରିଲା ଅଧରପଣା, ଆଜି ନୀଳକନ୍ଦରକୁ ବାହୁଡ଼ିବେ ନିଳାଦ୍ରୀନାଥ, ରସଗୋଲା ଦେଇ ମାହାଲକ୍ଷ୍ମୀଙ୍କ ମାନଭଞ୍ଜନ କରିବେ ମହାପ୍ରଭୁ
  • ||
  • ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ, ୬ ଦଫା ଦାବି ନେଇ ଜିଦ୍‌ରେ ଅଟଳ ଡ୍ରାଇଭର ମହାସଂଘ
  • ||
  • ଆସନ୍ତା ୪ ଦିନ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା: ଆଜି ୩ ଜିଲ୍ଲାକୁ ଅରେଞ୍ଜ, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||

'କାଶ୍ମୀରରେ ବିକାଶର ବାତାବରଣ, ବିଶ୍ବବନ୍ଧୁର ଛବି ମଜବୁତ କରିଛି ଭାରତ'

Published By : Ankita S | January 31, 2025 12:55 PM

ନୂଆଦିଲ୍ଲୀ,୩୧/୦୧: ଦେଶରେ କନେକ୍ଟିଭିଟି ବଢିଛି । ଦଣ୍ଡ ନୁହେଁ ନ୍ୟାୟ ସଂହିତା ଉପରେ ଗୁରୁତ୍ବ ଦିଆଯାଉଛି । କାଶ୍ମୀରରେ ବିକାଶର ନୂଆ ବାତାବରଣ ଦେଖିବାକୁ ମିଳିଛି । ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ବିକାଶର ନୂଆ ବାତାବରଣ ସୃଷ୍ଟି ହୋଇଛି । ମହିଳା, କୃଷକ, ଯୁବକ ଓ ମଧ୍ୟବିତଙ୍କୁ ଗୁରୁତ୍ବ ଦିଆଯାଉଛି । ଟେକ୍ନୋଲୋଜିରେ ବିଶ୍ବ ଶକ୍ତି ହେବାକୁ ଯାଉଛି ଭାରତ । ସରକାରଙ୍କ ଲକ୍ଷ୍ୟ ବିକଶିତ ଭାରତ । ମଧ୍ୟବିତ ଯେତେ ବଡ ସ୍ବପ୍ନ ଦେଖିବେ ଦେଶ ସେତେ ଆଗେଇବ । ସଂସଦ ବଜେଟ ଅଧିବେଶନରେ ଉଭୟ ଗୃହକୁ ସମ୍ବୋଧନ କରି ଏହା କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ସଂସଦ ମିଳିତ ଅଧିବେଶନକୁ ସମ୍ବୋଧନରେ ମହାମହିମ କହିଛନ୍ତି, ମଧ୍ୟବିତଙ୍କ ସ୍ବପ୍ନରେ ଦେଶ ଆଗେଇବ । ମଧ୍ୟବିତ ଯେତେ ବଡ ସ୍ବପ୍ନ ଦେଖିବେ ଦେଶ ସେତେ ଆଗେଇବ । ଆମ ସରକାରଙ୍କ ୧୦ ବର୍ଷର କାର୍ଯ୍ୟକାଳରେ ବିକଶିତ ଭାରତକୁ ସେତେ ଆଗେଇବ । ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ ବିକଶିତ ଭାରତ । ଦେଶରେ କନେକ୍ଟଭିଟି ବଢିଛି । ପିଏମ ଗତି ଶକ୍ତି ଦ୍ବାରା ଦେଶରେ ଯୋଗାଯୋଗ ବଢିଛି । ଦେଶରେ ରେଲୱେ ନେଟୱାର୍କ ଓ ବିମାନ ବନ୍ଦର ସଂଖ୍ୟା ବୃଦ୍ଧି ହୋଇଛି । ଦେଶରେ ମେଟ୍ରୋ ନେଟୱାର୍କ ୧ ହଜାର କିମିରୁ ଅଧିକ । ଦିଲ୍ଲୀ ମେଟ୍ରୋର ଦ୍ରୁତ ଗତିରେ ବିସ୍ତାର ହେଉଛି । 

କାଶ୍ମୀରରେ ବିକାଶର ବାତାବରଣ- ନର୍ଥଇଷ୍ଚରେ ଶାନ୍ତି ସ୍ଥାପନ ପାଇଁ ସରକାର କାମ କରୁଛନ୍ତି । ନର୍ଥଇଷ୍ଟ ବିକାଶକୁ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । କାଶ୍ମୀରରେ ବିକାଶର ନୂଆ ବାତାବରଣ ଦେଖିବାକୁ ମିଳିଛି । ସୀମାରେ ଭିତ୍ତିଭୂମି ସୁଦୃଢ ହେଉଛି । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ରେଳ ସୁବିଧା । କାଶ୍ମୀରରେ ସବୁଠୁ ଉଚ୍ଚତମ ପୋଲ ରହିଛି । ୩୭୦ ଉଚ୍ଛେଦ ପରେ କାଶ୍ମୀରରେ ବିକାଶର ନୂଆ ବାତାବରଣ ସୃଷ୍ଟି ହୋଇଛି । ସେଠାରେ ଲୋକସଭା ଓ ବିଧାନସଭା ନିର୍ବାଚନ ଶାନ୍ତିରେ ସରିଛି । ଆଜି ବିଶ୍ବ ଯୋଗ ପରମ୍ପରାକୁ ମାନିଛି । ୬ ନୂଆ ଦୂତବାସ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଆଗାମୀ ଦିନରେ ୩ କୋଟି ନୂଆ ଘର ନିର୍ମାଣ ହେବ । ଦେଶରେ ଶିଶୁ ମୃତ୍ୟୁ ହାର ହ୍ରାସ ହୋଇଛି । ଆଗାମୀ ୫ ବର୍ଷରେ ୭୫ ହଜାର ମେଡିକାଲ ସିଟ୍ ବ୍ୟବସ୍ଥା ହୋଇଛି ।କ୍ୟାନ୍ସର ଔଷଧ ଉପରେ କଷ୍ଟମ ଡ୍ୟୁଟି ହଟାଯାଇଛି ।

ଏହା ବି ପଢନ୍ତୁ...ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତିଙ୍କ ସମ୍ବୋଧନ; କହିଲେ 'ସରକାରୀ ଯୋଜନାରୁ ଗରିବଙ୍କୁ ମିଳୁଛି ସମ୍ମାନ, ୨୫ କୋଟି ଲୋକ ଗରିବୀ ମୁକ୍ତ'

୧୫୦୦ରୁ ଅଧିକ ଆଇନ୍ ଉଚ୍ଛେଦ ହୋଇଛି- ଦଣ୍ଡ ନୁହେଁ ନ୍ୟାୟ ସଂହିତା ଉପରେ ଗୁରୁତ୍ବ ଦିଆଯାଉଛି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ପଦକ୍ଷେପ ଉତ୍ସାହଜନକ । ନକ୍ସଲଙ୍କ ବିରୋଧରେ ଲଢେଇ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ନକ୍ସନ ପ୍ରଭାବିତ ଅଞ୍ଚଳ ୧୨୬ରୁ ହ୍ରାସ ହୋଇ ୩୮ରେ ପହଞ୍ଚିଛି । ବିଶ୍ବବନ୍ଧୁର ଛବି ମଜବୁତ ହୋଇଛି । ବିପଦ ଓ ପ୍ରାକୃତିକ ବିପର୍ଯ୍ୟୟରେ ଅନ୍ୟ ଦେଶ ପାଇଁ ଭାରତ ଛିଡା ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.