ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନୂଆ ଇତିହାସ ରଚିବା ଅପେକ୍ଷାରେ ବିରାଟ କୋହଲି, ନ୍ୟୁଜିଲାଣ୍ଡ ବିପକ୍ଷରେ ଭାଙ୍ଗି ପାରନ୍ତି ସଚିନଙ୍କ ଏହି ରେକର୍ଡ

Published By : Harapriya Biswal | March 1, 2025 8:03 PM

ନୂଆଦିଲ୍ଲୀ,୧।୩: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଚମ୍ପିଆନ୍ସ ଟ୍ରମ୍ପି ୨୦୨୫ ଦୁଇବା ମୈଦାନରେ ଖେଳା ହେବାକୁ ଯାଉଛି। ବିରାଟ କୋହଲି ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗି ପାରନ୍ତି। ଭାରତର ଷ୍ଟାର ବ୍ୟାଟର ବିରାଟ କୋହଲି ନୂଆ ଇତିହାସ ରଚିବାକୁ ଯାଉଛନ୍ତି। କାରଣ କୋହଲି ଭାରତ ବନାମ ନ୍ୟୁଜିଲାଣ୍ଡ ଦିନିକିଆ ମ୍ୟାଚ୍‌ରେ ସଚିନଙ୍କୁ ପଛରେ ପକାଇ ସବୁଠାରୁ ଅଧିକ ରନ୍ କରିଥିବା ଖେଳାଳି ହୋଇପାରନ୍ତି। କୋହଲିଙ୍କ ଖାତାରେ ବର୍ତ୍ତମାନ ନ୍ୟୁଜିଲାଣ୍ଡ ବିପକ୍ଷରେ ୩୧ ଓ୍ବାନଡେ ମ୍ୟାଚ୍‌ରୁ ୫୮.୭୫ ଆଭରେଜ୍‌ରେ ୧୬୪୫ ରନ୍ ରହିଛି। ସେ ଏହି ସମୟରେ ୬ ଶତକ ଓ ୯ଟି ଅର୍ଦ୍ଧଶତକ କରିଛନ୍ତି। କୋହଲିଙ୍କୁ ଦୁବାଇରେ ସଚିନଙ୍କ ରେକର୍ଡ ଭାଙ୍ଗିବା ପାଇଁ ୧୦୫ ରନ୍‌ ଦରକାର ରହିଛି। 

ମହାନ ବ୍ୟାଟର ସଚିନ ତେନ୍ଦୁଲକର ଇଣ୍ଡିଆ ଭର୍ସେସ୍ ନ୍ୟୁଜିଲାଣ୍ଡ ଓ୍ବାନଡୋ ମ୍ୟାଚ୍‌ରେ ସର୍ବାଧିକ ୧୭୫୦ ରନ୍ କରିଛନ୍ତି। ସେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୨ ଓ୍ବାନଡେ ମ୍ୟାଚ୍ ଖେଳିଛନ୍ତି, ଯେଉଁଥିରେ ୪୬.୦୫ର ଆଭରେଜ୍ ରହିଛି। ସଚିନ ନ୍ୟୁଜିଲାଣ୍ଡ ବିପକ୍ଷରେ ୫ ଶତକ ଓ ୮ଟି ଅର୍ଦ୍ଧଶତକ କରିଛନ୍ତି। ଲିଷ୍ଟର ତୃତୀୟ ନମ୍ବରରେ ରସ୍ ଟେଲର ରହିଛନ୍ତି। ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟର ଟେଲର ଭାରତ ବିପକ୍ଷ ୩୫ ଓ୍ବାନଡେ୍ ୪୭.୭୫ ଆଭରେଜ୍‌ରେ ରନ୍ କରିଛନ୍ତି। ସେ ତିନୋଟି ସେଞ୍ଜୁରୀ ଓ ୮ଟି ଅର୍ଦ୍ଧଶତକ କରିଛନ୍ତି।

ନ୍ୟୁଜିଲାଣ୍ଡର ପୂର୍ବତନ ଓପନର ନାଥମ ଆଷ୍ଟେଲ ଚତୁର୍ଥ ସ୍ଥାନରେ ଅଛନ୍ତି। ସେ ଇଣ୍ଡିଆ ଭର୍ସେସ୍‌ ନ୍ୟୁଜିଲାଣ୍ଡ ଓ୍ବାନଡେ ମ୍ୟାଚ୍‌ରେ ୧୨୦୭ ରନ୍ କରିଛନ୍ତି। ସେ ଭାରତ ବିପକ୍ଷ ୨୯ ଓ୍ବାନଡେ ଖେଳିଛନ୍ତି, ଯେଉଁଥିରେ ୪୩.୧୦ ଆଭରେଜ୍‌ ରହିଛି। ଭାରତର ପୂର୍ବତନ ବିସ୍ଫୋରକ ବ୍ୟାଟର ବୀରେନ୍ଦ୍ର ସେହଓ୍ବାଗ ନ୍ୟୁଜିଲାଣ୍ଡ ବିପକ୍ଷ ୨୩ ଓ୍ବାନଡୋରେ ୫୨.୫୯ ଆଭରେଜ୍‌ରେ ୧୧୫୭ ରନ୍ ଯୋଡିଛନ୍ତି। ସେ ଏହି ସମୟରେ ୬ଟି ଶତକ ଓ ତିନୋଟି ଅର୍ଦ୍ଧଶତକ କରିଛନ୍ତି। ନ୍ୟୁଜିଲାଣ୍ଡର ଷ୍ଟାର ବ୍ୟାଟର କେନ୍ ଓ୍ବିଲିୟମସନ୍‌ ଷଷ୍ଠ ସ୍ଥାନରେ ରହିଛନ୍ତି। ସେ ଭାରତ ବିପକ୍ଷ ୨୯ ଓ୍ବାନଡେ ମୁକାବିଲାରେ ୧୧୪୭ ରନ୍ କରିଛନ୍ତି, ଯେଉଁଥିରେ ୪୪.୧୧ ଆଭରେଜ ରହିଛି। ସେ ଗୋଟିଏ ଶତକ ଓ ୧୦ଟି ଅର୍ଦ୍ଧଶତକ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.