ପ୍ରମୂଖ ଖବର
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

‘ଚିଲାଇବାକୁ କିଭଳି ସାହାସ ହେଲା ? ଆଉ ଥରେ ଏଭଳି ହେଲେ...’, ବିରୋଧି ସାଂସଦଙ୍କୁ ଧନକରଙ୍କ ଚେତାବନୀ

ନୂଆଦିଲ୍ଲୀ,୮।୮: ପ୍ୟାରିସ୍ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ମୁକାବିଲା ପୂର୍ବରୁ ଭାରତୀୟ ମହିଳା ରେସଲର ଭିନେଶ ଫୋଗାଟ୍‌ ହୋଇଛନ୍ତି ଅଯୋଗ୍ୟ ଘୋଷିତ। ଏହି ପ୍ରସଙ୍ଗରେ ରାଜ୍ୟସଭାରେ ଗୁରୁବାର ଚର୍ଚ୍ଚା କରିବା ନେଇ ବିରୋଧି ଦାବି କରିଥିଲା। ବିରୋଧି ଦଳର  କିଛି ସଦସ୍ୟଙ୍କ ମର୍ଯ୍ୟାଦାବିହୀନ ଆଚରଣରେ ଦୁଃଖି ହୋଇ ବାଚସ୍ପତି ଜଗଦୀପ ଧନକର  ଆସନ ଛାଡି ଚାଲି ଯାଇଥଲେ। ସେ କିଛି ସମୟ ପାଇଁ ଆସନରେ ବସିବାରେ ସକ୍ଷମ ହୋଇପାରିନଥିଲେ। ଏପରିକି ଗୃହରେ ହଙ୍ଗାମା କରୁଥିବା ସାଂସଦଙ୍କୁ ଚେତାବନୀ ଦେଇ କହିଥିଲେ, ଏତେ ଜୋରରେ ଚିଲାଇବାର ସାହାର କିଭଳି କଲ? ଆଉ ଥରେ ଏଭଳି ହେଲେ ଆପଣଙ୍କୁ ବାହାରକୁ ଯିବାର ରାସ୍ତା ଦେଖାଇ ଦିଆଯିବ।

ସକାଳେ ଗୃହକାର୍ଯ୍ୟ ଆରମ୍ଭ ହେବାମାତ୍ରେ ଧନକର ଜରୁରୀ ଦସ୍ତାବିଜ ଗୃହରେ ରଖିଥିଲେ। ଏହାପରେ ଶୂନ୍ୟକାଳ ଆରମ୍ଭ ହେବାମାତ୍ରେ ବିଜେପିର ଅଜିତ ଗୋପଚନ୍ଦେଙ୍କୁ ନିଜର ପ୍ରସଙ୍ଗ ଉଠାଇବାକୁ କହିଥିଲେ। ଏହାର ତୁରନ୍ତ ପରେ କଂଗ୍ରେସ, ଟିଏମ୍‌ସି ସହିତ ବିରୋଧି ଦଳର କିଛି ସଦସ୍ୟ ନିଜ ସ୍ଥାନରେ ଠିଆ ହୋଇଥିଲେ ଓ ଫୋଗାଟ୍‌ଙ୍କୁ ଅଯୋଗ୍ୟ ଘୋଷିତ କରାଯିବା ପ୍ରସଙ୍ଗରେ ଚର୍ଚ୍ଚା କରିବାକୁ ଦାବି କରିଥିଲେ। ହଙ୍ଗାମା ମଧ୍ୟରେ ଗୋପଚନ୍ଦେ ନିଜର ପ୍ରସଙ୍ଗ ଉଠାଇଥିଲେ।

ଏହି ସମୟରେ ଟିଏମ୍‌ସିର ଡରେକ୍‌ ଓ’ବ୍ରାଏନ୍ ଗୃହରେ ଆରମ୍ଭ କରିଦେଇଥିଲେ ହଙ୍ଗାମା। ଏହା ଦେଖି ବାଚସ୍ପତି ତାଙ୍କୁ କହିଥିଲେ, ଗୃହରେ ଆପଣଙ୍କ ଆଚରଣ ସବୁଠାରୁ ଖରାପ ।ଆପଣ ଆସନରେ ଥାଇ ଚିଲାଉଛନ୍ତି। ମୁଁ ଏହାର ନିନ୍ଦା କରୁଛି। ଆଗକୁ ଏଭଳି ହେଲେ ମୁଁ ଆପଣଙ୍କୁ ବାହାରର ରାସ୍ତା ଦେଖାଇବି। ଆସନରେ ଥାଇ କିଭଳି ଚିଲାଇବାକୁ ସାହାସ କଲେ ? ଏହା ଅତି ର୍ଦୁଭାଗ୍ୟପୂର୍ଣ୍ଣ ଆଚରଣ।’

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.