ସାଲେପୁର, ୨୬।୯: ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ । ଆକ୍ସନ ମୋଡ୍ରେ ସାଲେପୁର ଅବକାରୀ ବିଭାଗ । ନିଶ୍ଚିନ୍ତକୋଇଲି ଅବକାରୀ ବିଭାଗ ପକ୍ଷରୁ ୧୦ ଜଣିଆ ଟିମ୍ ନିଶ୍ଚିନ୍ତକୋଇଲି ବଜାରରେ ଥିବା ବିଦେଶୀ ମଦ ବାର ଉପରେ ଚଢାଉ କରି ବିପୁଳ ପରିମାଣର ଅପମିଶ୍ରିତ ମଦ ଜବତ କରାଯାଇଛି । ଏହି ଘଟଣାରେ ୪ଜଣଙ୍କୁ ଗିରଫ କରାଯାଇଛି । ଏଥିସହ ଭଦ୍ରେଶ୍ୱର୍ ଥାନା ଅଧୀନ ବାର ମାଲିକ ଘର ନିକଟ ଗୋତରା ପ୍ରହରାଜପୁରରୁ ଦୁଇଟି ପିକଅପ୍ ଭ୍ୟାନରେ ଅପମିଶ୍ରିତ ମଦ ଜବତକରି ସାଲେପୁର ଅବକାରୀ ଥାନାକୁ ନେଇଥିବା ଜଣାପଡ଼ିଛି ।
ତାମିଲନାଡ଼ୁ ଉପମୁଖ୍ୟମନ୍ତ୍ରୀ ହେଲେ ଉଦୟନିଧି ଷ୍ଟାଲିନ...