ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଜଳଛାୟା ଉପନିର୍ଦ୍ଦେଶକଙ୍କୁ ବାନ୍ଧିଲା ଭିଜିଲାନ୍ସ: ଜବତ ହୋଇଛି ୨ କୋଟିରୁ ଅଧିକ ଟଙ୍କା, ୪୨୨ ଗ୍ରାମ୍ ସୁନା

Published By : Prameya | February 7, 2025 12:11 PM

ଭୁବନେଶ୍ୱର/ଜୟପୁର,୦୭/୦୨: ଗିରଫ ହେଲେ କୁବେର ସରକାରୀ ବାବୁ ଶାନ୍ତନୁ ମହାପାତ୍ର। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ମାଲକାନଗିରି ଜଳଛାୟା ଉପନିର୍ଦ୍ଦେଶକ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ବାନ୍ଧିଲା ଭିଜିଲାନ୍ସ । ତାଙ୍କୁ ଲାଞ୍ଚ କାରବାରରେ ସହଯୋଗ କରୁଥିବା ଅନ୍ୟ ୪ ଜଣ ମଧ୍ୟ ଗିରଫ ହୋଇଛନ୍ତି । ସେମାନେ ହେଲେ ମାଲକାନଗିରି କୃଷି ବିଭାଗର ସହକାରୀ ଯନ୍ତ୍ରୀ ମୋହନ ମଣ୍ଡଳ, ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ ମଣ୍ଡଳ, ଚୁକ୍ତି ଭିତ୍ତିକ କର୍ମଚାରୀ ଅମୀୟ କାନ୍ତ ସାହୁ ଏବଂ ଜନସେବା କେନ୍ଦ୍ର କର୍ମଚାରୀ ଅଲେଖ ଚନ୍ଦ୍ର ପ୍ରଧାନ । ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। 

ସରକାରୀ ଟଙ୍କାରେ ଅଏସ୍‌ କରୁଥିଲେ । ଆଲିସାନ ଘରେ ରହୁଥିଲେ । ମାଲକାନଗିରି ଜଳଛାୟା ଉପନିର୍ଦ୍ଦେଶକ ଓ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ କୁମାର ମହାପାତ୍ରଙ୍କ ନାରେ ଆସିଥିଲା ଅନେକ। ବୁଧବାର ଭିଜିଲାନ୍ସ ଟିମ୍ ୭ଟି ସ୍ଥାନରେ ଏକକାଳୀନ ଚଢ଼ାଉ କରି ବାବୁ ଘରୁ ନଗଦ ୨ କୋଟିରୁ ଅଧିକ ଟଙ୍କ। ୪୨୨ ଗ୍ରାମ୍ ସୁନା, ସଦସ୍ୟଙ୍କ ନାଁରେ ୯୧ ଲକ୍ଷ ୧୦ ହଜାର ୩୦୬ ଟଙ୍କାର ବୀମା ଓ ବ୍ୟାଙ୍କ ଜମା ରାଶି ଗଛିତ ଅଛି । ଘରେ ଗୋଟିଏ ଦାମୀକାର ଓ ଦୁଇଟି ବାଇକ ସହ ପ୍ରାୟ ୨୯ ଲକ୍ଷ ୮ ହଜାର ଟଙ୍କାର ଆସବାବପତ୍ରରହିଥିବା ଆକଳନ କରାଯାଇଛି । ଜୟପୁର ସହରର ୬ ହଜାର ବର୍ଗଫୁଟଅଞ୍ଚଳରେ ଶାନ୍ତନୁ ୩ ମହଲା ବିଶିଷ୍ଟ ନୂଆ ଘର ତୋଳିଛନ୍ତି । ଭୁବନେଶ୍ୱର ଏବଂଜୟପୁର ସହରରେ ୪ଟି ଦାମୀ ପ୍ଲଟ୍‌ କିଣିଛନ୍ତି । ଭୁବନେଶ୍ୱରହଂସପାଳରେ୩୩ ଡେସିମିଲ୍‌ର ଏକ ପ୍ଲଟ୍‌, ଜୟପୁର ଟାଉନ୍‌ରେ ୯୫ ଡେସିମିଲ୍‌ର ୩ଟି ପ୍ଲଟ୍‌ ଠାବ କରିଥିଲା ଭିଜିଲାନ୍ସ।ସେହିପରି ବିଶ୍ୱଜିତଙ୍କ ଘରୁ ନଗଦ ୬ ଲକ୍ଷ ୯୨ ହଜାର ୧୧୦ ଟଙ୍କା, ମୋହନଙ୍କ ଘରୁ ୧ ଲକ୍ଷ ୧୯ ହଜାର ୧୪୦ ଟଙ୍କା ଏବଂ ଅମୀୟକାନ୍ତଙ୍କ ଘରୁ ୮୧ ହଜାର ୬୦୦ ଟଙ୍କା ଜବତ କରାଯାଇଛି । 

ସୂଚନାଯୋଗ୍ୟ, ଶାନ୍ତନୁ କୃଷି ଅର୍ଥନୀତିରେ ଏମ୍‌.ଏସ୍‌ସି କରିବା ପରେ କନିଷ୍ଠ ମୃତ୍ତିକା ସଂରକ୍ଷକ ଭାବେ ଚାକିରି ଆରମ୍ଭ କରିଥିଲେ । ୨୦୦୦ ମସିହା ଯାଏଁ ଖୋର୍ଦ୍ଧାରେ ସହାୟକ ମୃତ୍ତିକା ସଂରକ୍ଷକ ଥିଲେ । ୨୦୦୦ରୁ ୨୦୦୯ ମସିହା ଯାଏଁ ଡେପୁଟେସନରେ ମାଲକାନଗିରିର ମାଥିଲିରେ ସହାୟକ ବୀଜ ଉତ୍ପାଦନ ଅଧିକାରୀ ଥିଲେ । ୨୦୨୦ରେ ସେ ମାଲକାନଗିରି ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇଥିଲେ । ସେ ପ୍ରାୟ ୩ ଦଶନ୍ଧି ଯାଏଁ କୋରାପୁଟ ଓ ଗଞ୍ଜାମ ଜିଲ୍ଲାରେ ଚାକିରି କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.