ପ୍ରମୂଖ ଖବର
  • ହେଲିକପ୍ଟର ଯୋଗେ କଟକ ଯିବେ ମୁଖ୍ୟମନ୍ତ୍ରୀ, ବାରବାଟୀରେ ଭାରତ- ଇଂଲଣ୍ଡ ଲଢ଼େଇ ଦେଖିବେ
  • ||
  • ବାରବାଟୀ ଲଢ଼େଇ: ସୁପର ସନ୍‌ଡେ'ରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ, ଟିମ୍‌କୁ ଫେରିବେ କୋହଲି, ରିଷଭ
  • ||
  • ରବିବାରଠୁ ଉପରମୁହାଁ ହେବ ପାରଦ,୨ରୁ ୪ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||

ଏହି ଦିନ ସିଂହ ରାଶିକୁ ଗୋଚର କରୁଛନ୍ତି ଶୁକ୍ର, ଜାଣନ୍ତୁ ସମସ୍ତ ରାଶିରେ ଏହାର ପ୍ରଭାବ...

Published By : Prameya | July 30, 2024 9:02 PM

ଶୁକ୍ର ଆସନ୍ତାକାଲି ଅର୍ଥାତ ୩୧ ଜୁଲାଇ ୨୦୨୪ରେ ସିଂହ ରାଶିକୁ ଗୋଚର କରିବେ । ଶୁକ୍ର ପ୍ରେମ, ଅଭିଳାସ, ବିଳାସପୂର୍ଣ୍ଣତା ଏବଂ ସୌନ୍ଦର୍ଯ୍ୟର ପ୍ରତୀକ । ସିଂହ ହେଉଛନ୍ତି ଅଗ୍ନି ରାଶି । ଯେତେବେଳେ ପ୍ରେମ ଏବଂ ସୌନ୍ଦର୍ଯ୍ୟର ଗ୍ରହ ଅଗ୍ନି ରାଶିରେ ଗୋଚର କରନ୍ତି, ସେତେବେଳେ ଏକ ଦୁର୍ଲଭ ସଂଯୋଗ ବନିଥାଏ । ଅଭିଳାସ ସର୍ବଦା ଭବିଷ୍ୟତ ସହ ଯୋଡି ହୋଇ ରହିଥାଏ । ଏଥିପାଇଁ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ, କିନ୍ତୁ ପ୍ରଭାବ ଗୋଟିଏ ଅନ୍ୟ ଠାରୁ ଭିନ୍ନ ହୋଇପାରେ । ଏବେ ଆସନ୍ତୁ ଜାଣିବା କେଉଁ ରାଶିରେ କିଭଳି ପ୍ରଭାବ ରହିବ...

ମେଷ ରାଶି: ଆପଣଙ୍କ ପ୍ରେମଭରା ଏବଂ ସମ୍ବେଦନଶୀଳ ସ୍ବଭାବ ଜୀବନ୍ତ ହୋଇଯିବ। ଆପଣ ଏବଂ ଆପଣଙ୍କ ଲଭ୍ ପାର୍ଟନରଙ୍କ ମଧ୍ୟରେ ପ୍ରେମ ବୃଦ୍ଧି ପାଇବ । ଆପଣ ବିବାହ ଯୋଜନା ମଧ୍ୟ କରିପାରନ୍ତି । ଚାକିରୀ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହି ସମୟ ଅନୁକୂଳ ହେବ ଏବଂ ଆପଣଙ୍କ ପରିଶ୍ରମ ସଫଳ ହେବ । ଏହି ସମୟରେ ଆପଣ ଲାଭର ଆଶା ରଖିପାରନ୍ତି । 

ବୃଷ ରାଶି: ଏହି ରାଶି ଧାରକଙ୍କ ମଧ୍ୟରେ ପ୍ରେମ ସମ୍ବନ୍ଧ ବହୁତ ଭଲ ରହିବ ଏବଂ ଆପଣ ଓ ଆପଣଙ୍କ ପାର୍ଟନର ପରସ୍ପରର ନିକଟତର ହେବେ । ଲାଭରେ ବୃଦ୍ଧି ଏବଂ ଆୟର ନୂଆ ସ୍ରୋତ ମିଳିବାର ସମ୍ଭାବନା ରହିଛି । ଉଚ୍ଚଶିକ୍ଷା ପାଇଁ ଏହି ସମୟ ଅନୁକୂଳ ରହିବ । ଆପଣଙ୍କ ଖର୍ଚ୍ଚରେ କମି ଆସିବ । 

ମିଥୁନ ରାଶି: ଆପଣଙ୍କୁ ଆପଣଙ୍କ ପାର୍ଟନରଙ୍କ ସାଥିରେ ରୋମାଣ୍ଟିକ ସମୟ ବିତାଇବାର ଅବସର ମିଳିବ । ଏହା ଆପଣଙ୍କ ଖର୍ଚ୍ଚପ୍ରତି ଶୁଭ ସମୟ । ଆପଣ କିଛି ନୂଆ ଜିନିଷ ଶିଖି ଆପଣଙ୍କ ଜୀବନରେ ଦ୍ରୁତତା ଆଣିବେ । ଆପଣ ଆପଣଙ୍କ ଜୀବନର ଗଭୀର ଅର୍ଥ ଖୋଜିବା ପାଇଁ ବୌଦ୍ଧିକ ଗତିବିଧି ଆଡକୁ ଅଗ୍ରସର ହେବେ । 

କର୍କଟ ରାଶି: ବୈବାହିତ ବ୍ୟକ୍ତି ନିଜ ଘରୋଇ ଜୀବନରେ କିଛି ସ୍ବତନ୍ତ୍ର ଯୋଜନା ବନାଇବେ । ଆପଣଙ୍କ ପ୍ରୟାସ ଜୀବନରେ ନୂଆ ରଙ୍ଗ ଆଣିବ । ଏହି ସମୟରେ ଆପଣଙ୍କ ଆୟରେ ଉଲ୍ଲେଖନୀୟ ବୃଦ୍ଧି ହେବ । ଆପଣ ସ୍ବାଭିମାନର ସହିତ ଆପଣଙ୍କ ଅଧ୍ୟୟନକୁ ଧ୍ୟାନରେ ରଖିବେ। ଆପଣଙ୍କ ଏକାଗ୍ରତା ବୃଦ୍ଧି ପାଇବ । ଆପଣ ଆପଣଙ୍କ ଲକ୍ଷ୍ୟକୁ ହାସଲ କରିବାକୁ ସକ୍ଷମ ହେବେ । 

ସିଂହ ରାଶି: ବିଳାସପୂର୍ଣ୍ଣ ବସ୍ତୁ ଉପରେ ବହୁତ ଅଧିକ ଧନ ଖର୍ଚ୍ଚ କରିବେ । ଏହି ସମୟ ଟଙ୍କା ଖର୍ଚ୍ଚ କରିବା କିମ୍ବା କିଣାକିଣି କରିବା ପାଇଁ ହେବ । ଆପଣଙ୍କ ପରିଶ୍ରମର ଫଳ ମିଳିବ । ଆପଣଙ୍କୁ ଆପଣଙ୍କ ପରିଶ୍ରମର ସକରାତ୍ମକ ଶକ୍ତି ପ୍ରାପ୍ତ ହେବ । 

କନ୍ୟା ରାଶି: ଆପଣ ଆପଣଙ୍କ ବ୍ୟବସାୟୀକ ପାର୍ଟନରଙ୍କ ସହ ଆଗକୁ ବଢିବେ । ଆପଣଙ୍କ ବ୍ୟବସାୟରେ କିଛି ନୂଆ ଜୋଡିବେ । ଏହି ଗୋଚର ଚାକିରୀ କରୁଥିବା ଲୋକଙ୍କ ପାଇଁ ନିର୍ଣ୍ଣାୟକ ରୂପ ନେବ । 

ତୁଳା ରାଶି : ଅସ୍ଥାବର ସମ୍ପତ୍ତିରେ ନିବେଶ ପାଇଁ ଏହା ସବୁଠୁ ଭଲ ସମୟ । ଆପଣଙ୍କୁ ଆପଣଙ୍କ ବ୍ୟବସାୟରେ ଜଡିତ ସମସ୍ତ କାମ ପୂର୍ବରୁ ସମାପ୍ତ କରିବାକୁ ହେବ । କାରଣ ଆପଣ ପାରିବାରିକ ବ୍ୟସ୍ତତା ଭିତରେ ବ୍ୟସ୍ତ ରହିବେ । ଚାକିରୀ କରୁଥିବା ଲୋକଙ୍କ ପାଇଁ ଏହି ସମୟ ଲାଭଦାୟକ ହେବ । 

ବିଛା ରାଶି: ଆପଣ ଆପଣଙ୍କ ପ୍ରେମିକାଙ୍କ ସହ ଖୁସିର ସମୟ ବିତାଇବେ । ଆର୍ଥିକ ଦୃଷ୍ଟିକୋଣରୁ ଏହି ସମୟ ଲାଭକାରୀ ହେବ । କୌଣସି ବି ସୂତ୍ରରୁ ଆପଣଙ୍କ ଅଟକି ରହିଥିବା ଧନ ପ୍ରାପ୍ତି ହେବ। ଏହି ସମୟ ଅବଧି ଆପଣଙ୍କ ରଚନାତ୍ମକ ପକ୍ଷ ପାଇଁ କାମ କରିବାକୁ ସଠିକ ରହିବ । କାରଣ ଆପଣଙ୍କ କାମ ମାଧ୍ୟମରେ ଆପଣଙ୍କୁ ପରିଚୟ ମିଳିବ । ବିଦ୍ୟାର୍ଥୀଙ୍କ ପାଇଁ ଏହି ସପ୍ତାହ ଅନୁକୂଳ ରହିବ । 

ଧନୁ ରାଶି : ଏହି ରାଶିର ବ୍ୟକ୍ତିଙ୍କୁ ଏକ ଭଲ ଜୀବନସାଥୀ ମିଳିବ, ଯିଏକି ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବ । ଏହି ସମୟ ଅବଧି ବ୍ୟବସାୟ ପାଇଁ ଲାଭକାରୀ ସାବ୍ୟସ୍ତ ହେବ । ଯଦି କିଛି ନୂଆ ଶିଖିବାକୁ ଇଛା କରୁଛନ୍ତି ତେବେ ଏଥିରେ ବିଳମ୍ବ କରନ୍ତୁ ନାହିଁ । 

ମକର ରାଶି : ଏହି ରାଶିର ବ୍ୟକ୍ତି ଏହି ସମ୍ପୂର୍ଣ୍ଣ ଅବଧିରେ ଖୁସି ରହିବେ । ସେମାନଙ୍କ ପ୍ରେମ ଜୀବନ ଉତ୍ସାହଭରା ହେବ । ବିବାହିତ ମାନେ ପାରିବାରିକ ଜୀବନରେ ଖୁସି ପାଇବେ । ଯଦି ଆପଣ ନୂଆ ବ୍ୟବସାୟ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ସଫଳତା ମିଳିବ ଏବଂ ଧନ ଲାଭ ହେବ । 

କୁମ୍ଭ ରାଶି : ଏହି ରାଶିର ବ୍ୟକ୍ତି ଖୁସି ହୋଇଯାଆନ୍ତୁ । କାରଣ ଏହି ସପ୍ତାହ ଅର୍ଥ ଏବଂ ଧନ ମାମଲାରେ ଭଲ ହେବ । ଆପଣ ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ନିବେଶ କରି ପାରନ୍ତି । ଯଦି ଆପଣ ଟଙ୍କାକୁ ଜମିରେ ଲଗାଇବାକୁ ଚାହୁଁଛନ୍ତି ତେବେ ଏହା ଲାଭକାରୀ ହେବ । ଅତୀତରେ କରିଥିବା ସୁକର୍ମ ପାଇଁ ପ୍ରଶଂସା ପାଇବେ । 

ମୀନ ରାଶି: ଏହି ରାଶିର ଧାରକ ମାନେ ସେମାନଙ୍କ ଜୀବନରେ ଆନନ୍ଦ ନେବାକୁ ପ୍ରସ୍ତୁତ ରୁହନ୍ତୁ । ଏହି ସମୟରେ ଆପଣ ଏବଂ ଆପଣଙ୍କ ଜୀବନସାଥୀଙ୍କ ଭିତରେ ଦୂରତା କମି  ଯିବ । ଆପଣ ପୁଞ୍ଜି ବଜାରରେ ଆପଣଙ୍କ ଟଙ୍କାକୁ ନିବେଶ କରନ୍ତୁ ନାହିଁ । ବ୍ୟବସାୟରେ ଟଙ୍କା ନିବେଶ କରିବାକୁ ହେଲେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଜରୁରୀ ।      

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.