ନୂଆଦିଲ୍ଲୀ : ନ୍ୟାସନାଲ ହାଇୱେରେ ଯାତ୍ରା କରୁଥିବା ଲୋକଙ୍କୁ ଟୋଲ୍ ଟ୍ୟାକ୍ସରେ ବଡ଼ ମୁକ୍ତି ମିଳି ପାରେ। ନିକଟରେ ଜମ୍ମୁ-କାଶ୍ମୀର ହାଇକୋର୍ଟ ନ୍ୟାସନାଲ ହାଇୱେ ଅଥୋରିଟି ଅଫ୍ ଇଣ୍ଡିଆକୁ ନିର୍ଦ୍ଦେଶ ଦେଇଛନ୍ତି କି, ଯଦି ରାସ୍ତା ଭଲ ନାହିଁ ତ ଟୋଲ୍ ଟ୍ୟାକ୍ସକୁ କମ୍ କରିବାକୁ ହେବ। ନ୍ୟାସନାଲ ହାଇୱେ ୪୪ରେ ଥିବା ଦୁଇ ଟୋଲ୍ ପ୍ଲାଜା ଉପରେ ଟୋଲ୍ ଟ୍ୟାକ୍ସରେ ୮୦ ପ୍ରତିଶତ ରିହାତିର ନିର୍ଦ୍ଦେଶ ଦିଆଯାଇଛି। ଜମ୍ମୁ-କାଶ୍ମୀର ହାଇକୋର୍ଟ କହିଛନ୍ତି ଯେ, ଯେବେସୁଦ୍ଧା ସଡ଼କ ନିର୍ମାଣର କାମ ସଂପୂର୍ଣ୍ଣ ନହୋଇଛି , ସେତେବେଳ ଯାଏ ଟୋଲ୍ ଟ୍ୟାକ୍ସର ରିହାତି ଜାରି ରଖାଯିବ।
ହାଇକୋର୍ଟର ଏହି ନିଷ୍ପତ୍ତିରେ ମାତା ବୈଷ୍ଣୋ ଦେବୀ ମନ୍ଦିର ଯାଉଥିବା ତୀର୍ଥଯାତ୍ରୀଙ୍କ ସମେତ ଅନ୍ୟ ଯାତ୍ରୀଙ୍କୁ ବଡ଼ ମୁକ୍ତି ମିଳିବାକୁ ଯାଉଛି, କୋର୍ଟଙ୍କର ଏହି ନିଷ୍ପତ୍ତିରେ ଲକ୍ଷ ଲକ୍ଷ ଲୋକଙ୍କୁ ଫାଇଦା ମିଳିବ , ଯେଉଁମାନେ ନ୍ୟାସନାଲ ହାଇୱେ-୪୪ ମଧ୍ୟ ଦେଇ ଯାତ୍ରା କରୁଛନ୍ତି।
ମୁଖ୍ୟ ବିଚାରପତି Tashi Rabstan ଓ ବିଚାରପତି ଏମ୍ ଏ ଚୌଧୁରୀଙ୍କର ପୀଠ ଏକ ଜନହିତ ପିଟିସନର ଶୁଣାଣି କରି ଏନଏଚଏଆଇକୁ ଲଖନପୁର ଓ Bann ଟୋଲ୍ ପ୍ଲାଜାରେ, ଲୋକଙ୍କୁ କେବଳ ୨୦ ପ୍ରତିଶତ ଟୋଲ୍ ଆଦାୟର ଆଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ତତ୍କାଳ ପ୍ରଭାବରେ ଲାଗୁ ହୋଇଛି ଏବଂ ସେପର୍ଯ୍ୟନ୍ତ ଲାଗୁ ରହିବ,ଯେପର୍ଯ୍ୟନ୍ତ ନ୍ୟାସନାଲ ହାଇୱେରେ ସଡ଼କ ନିର୍ମାଣର କାମ ପୂରା ହୋଇ ନଯିବ।
ଖାଲି ଏତିକି ନୁହେଁ, ଜମ୍ମୁ-କାଶ୍ମୀର ନ୍ୟାସନାଲ ହାଇୱେ ୪୪ରେ ୬୦ କିଲୋମିଟର ମଧ୍ୟରେ କିଛି ବି ଟୋଲ୍ ପ୍ଲାଜା ସ୍ଥାପନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜମ୍ମୁକାଶ୍ମୀର ଓ ଲଦ୍ଦାଖ ଭଳି କେନ୍ଦ୍ର ଶାସିତ ରାଜ୍ଯରେ ଦୁଇ ମାସ ଭିତରେ ଏମିତି ଟୋଲ୍ ପ୍ଲାଜା ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
Sugandha Sawahney ଏନଏଚ -୪୪ରେ ଲଖନପୁର , Thandi Khui ଓ ବନ୍ନ ପ୍ଲାଜାରେ ଟୋଲ୍ ଆଦାୟରେ ରିହାତିର ଦାବି କରି ଜନହିତ ପିଟିସନ ଦାଏର କରିଥିଲେ। ସେ ଯୁକ୍ତି କରିଥିଲେ ଯେ, ଡିସେମ୍ୱର ୨୦୨୧ରୁ ରାଜମାର୍ଗର ୬୦ରୁ ୭୦ ପ୍ରତିଶତ ଭାଗ ନିର୍ମାଣାଧିନ ହେବା ସତ୍ତ୍ୱେ ନିୟମର ଉଲ୍ଲଂଘନ କରି ଟୋଲ୍ ଟ୍ୟାକ୍ସ ଆଦାୟ ଜାରି ରହିଛି।