ପୁରୀ, ୨୮।୧୨ : ପୁରୀରେ ଚାଲିଥିବା ନିଗମାନନ୍ଦ ସମ୍ମିଳନୀରେ ଅଭାବନୀୟ ଘଟଣା। ପୁରୀ ବାଲିଘାଇ ନିକଟସ୍ଥ ହରିହରାନନ୍ଦ ଗୁରୁକୁଳ ଆଶ୍ରମ ଠାରେ ଚାଲିଥିବା ନିଗମାନନ୍ଦ ସମ୍ମିଳନୀ ରେ ଆଖି ବୁଜିଲେ ଦୁଇଜଣ ଭକ୍ତ। ମୃତ ଦୁଇଜଣ ଭକ୍ତ ହେଉଛନ୍ତି ମେଦିନୀପୁରର ରବିନ୍ଦ୍ରନାଥ ପଲ୍ ଏବଂ କଟକର ଜଗନ୍ନାଥ ସାମଲ। ହୃଦଘାତରେ ଦୁଇ ଭକ୍ତଙ୍କ ମୃତ୍ୟୁ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ତେବେ ଉଭୟ ରବିନ୍ଦ୍ରନାଥ ଏବଂ ଜଗନ୍ନାଥଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବା ସମୟରେ ଉଭୟଙ୍କର ହୃଦଘାତରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେହିପରି ଗତକାଲି ଗଞ୍ଜାମ ପୋଲସରାର ପ୍ରଭାସିନୀ ପାଣିଗ୍ରାହୀଙ୍କ ମଧ୍ୟ ହୃଦଘାତରେ ମୃତ୍ୟୁ ଘଟିଥିଲା।
ହରିହରାନନ୍ଦ ଗୁରୁକୁଳମ୍ ଆଶ୍ରମରେ ଗତ ୨୬ ତାରିଖ ଠାରୁ ଚାରିଦିନିଆ ନିଗମାନନ୍ଦ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଭାରତର ବିଭିନ୍ନ ପ୍ରାନ୍ତରୁ ପାଞ୍ଚଶହ ସନ୍ୟାସୀ ଏବଂ ବ୍ରହ୍ମଚାରୀ ଯୋଗ ଦେଇଥିବା ବେଳେ ପ୍ରବଳ ଭକ୍ତ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି।