ପ୍ରମୂଖ ଖବର
  • ସୁଭଦ୍ରା ଯୋଜନା ପ୍ରଥମ ପର୍ଯ୍ୟାୟ ଦ୍ବିତୀୟ କିସ୍ତି ତାରିଖ ଘୋଷଣା, ସୂଚନା ଦେଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା
  • ||
  • ବୈପାରୀଗୁଡା : ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଲେ ମହିଳା କନିଷ୍ଠ ଯନ୍ତ୍ରୀ, ୫ ହଜାର ଟଙ୍କା ଜବତ
  • ||
  • ଯାଜପୁର : ସଡ଼କ ଦୁର୍ଘଟଣାରେ ଛାତ୍ର ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ବାଲିପାଟଣା : ଠିକାଦାର ଲାଇସେନ୍ସ ପାଇଁ ପଦ ହରାଇଲେ ସରପଞ୍ଚ, ବହିଷ୍କାର କଲେ ଖୋର୍ଦ୍ଧା ଜିଲ୍ଲାପାଳ
  • ||
  • ଓଡ଼ିଶାରେ କମିବ ରେଳ ଦୁର୍ଘଟଣା: ରେଳ ରାସ୍ତାରେ ଲାଗିବ କବଚ ସୁରକ୍ଷା ପ୍ରଣାଳୀ,ଟେଣ୍ଡର ପ୍ରକ୍ରିୟା ଆରମ୍ଭ
  • ||
  • ଲମତାପୁଟ : ସିକ୍ରେଟ ଚାମ୍ବରରେ ଗଞ୍ଜେଇ ଚାଲାଣ,୯୦ କେଜି ଗଞ୍ଜେଇ ଜବତ
  • ||
  • ଶ୍ରୀମନ୍ଦିରରେ ଅବଢ଼ାର ହେବ ମାନ ପରୀକ୍ଷଣ, ନିଯୁକ୍ତ ହେବେ ଫୁଡ଼ ଇନ୍ସପେକ୍ଟର
  • ||
  • ପୁଣି ମ୍ୟାଜିକ ନମ୍ୱର ଛୁଇଁଲା ହୀରାକୁଦ ଜଳଭଣ୍ଡାର, ୭ ଗେଟ୍‌ ଦେଇ ଜଳ ନିଷ୍କାସିତ
  • ||
  • ଆନନ୍ଦପୁର : ଅଟୋ ଧକ୍କାରେ ସ୍କୁଲ ଛାତ୍ରୀ ଗୁରୁତର, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଜଗତସିଂହପୁର : ଆଜି ଠାରୁ ସିରିଞ୍ଜ ଛାଡ଼ ଆନ୍ଦୋଳନ, ଓଡିଶା ନର୍ସିଂ ଆସୋସିଏସନ ଜଗତସିଂହପୁର ଶାଖାର ୧୦ ଦଫା ଦାବି
  • ||
  • ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ମିଳିବ ଗହମ, ଓଡ଼ିଶା ସମେତ ୯ ରାଜ୍ୟକୁ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି
  • ||
  • ବୁଡ଼ିଲା ପଞ୍ଚଲିଙ୍ଗେଶ୍ୱର ଶୈବପୀଠ; ପୂଜା ମଣ୍ଡପ ଉପରେ ଆଣ୍ଠୁଏ ଉପରେ ଝରପାଣି, ଭକ୍ତଙ୍କୁ ଦର୍ଶନ ମନା
  • ||
  • ବେତନଟୀ : କପିଳାସ ଜଙ୍ଗଲକୁ ପଠାଗଲା ନରହନ୍ତା ଦନ୍ତା, ୮ଘଣ୍ଟାର ଅପରେସନ ପରେ ହୋଇଥିଲା ଟ୍ରାଙ୍କୁଲାଇଜ୍‌
  • ||
  • ଚାନ୍ଦବାଲି : ଧରାପଡ଼ିଲେ ବାଇକ୍ ଲୁଟେରା;୨ ଗିରଫ, ଜଣେ ଫେରାର
  • ||
  • ୨୦୨୬ ମାଟ୍ରିକ୍‌ ପରୀକ୍ଷା ପଞ୍ଜୀକରଣ, ଅକ୍ଟୋବର ୯ ପର୍ଯ୍ୟନ୍ତ ଚାଲିବ
  • ||
  • କମୁନି ଦାଦନ ଦୁଃଖ, ସୁରଟରେ ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ବୌଦ୍ଧ ଯୁବକ
  • ||
  • ସାଂଘାତିକ ହେବ ରୋଗୀସେବା: ଆଜିଠୁ ନର୍ସିଂ ଅଫିସରଙ୍କ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ, ୩୦ ଜିଲ୍ଲା ହସ୍ପିଟାଲରେ ରୋଗୀସେବା ବାଧାପ୍ରାପ୍ତ
  • ||
  • ଜଳେଶ୍ବର : ବିପଦ ସଙ୍କେତ ତଳେ ଜଳକା ନଦୀର ଜଳସ୍ତର, ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା
  • ||
  • ଶୁକ୍ରବାରଠୁ କମିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାର କାଁ ଭାଁ କିଛି ସ୍ଥାନରେ ବର୍ଷିବ: ୬ରେ ପୁଣି ଲଘୁଚାପ ସମ୍ଭାବନା
  • ||

ତିରୁପତି ଲଡୁ ବିବାଦକୁ ନେଇ ଗଠନ ହେଲା ଏସ୍‌ଆଇଟି; କେନ୍ଦ୍ରକୁ ତଦନ୍ତ ରିପୋର୍ଟ ଦାଖଲ କରିବେ ୯ ସଦସ୍ୟ ବିଶିଷ୍ଟ ଟିମ୍‌

ବିଶାଖାପାଟନମ୍‌,୨୭/୦୯: ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ବିଶ୍ୱ ପ୍ରସିଦ୍ଧ ଶ୍ରୀ ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିରର ପ୍ରସାଦରେ ପଶୁ ଚର୍ବି ମିଶ୍ରଣକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଏହି ଘଟଣାର ଅନୁସନ୍ଧାନ ପାଇଁ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ (ଏସ୍‌ଆଇଟି) ଗଠନ କରାଯାଇଛି। ଲଡୁ ଏବଂ ଆନ୍ନ ପ୍ରସାଦରେ ଅପମିଶ୍ରିତ ଘିଅର ବ୍ୟବହାର ଯାଞ୍ଚ ପାଇଁ ୯ ଜଣ ସଦସ୍ୟଙ୍କ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଛି। ଏହି ଦଳ ଗୁଣ୍ଟୁର ରେଞ୍ଜର ଆଇଜିପି ସର୍ବଶ୍ରେଷ୍ଠ ତ୍ରିପାଠୀଙ୍କ ଦ୍ୱାରା ପରିଚାଳିତ ହେବ।

ଆଇଜିପି ସର୍ବଶ୍ରେଷ୍ଠ ତ୍ରିପାଠୀ ପ୍ରସାଦକୁ ନେଇ ଏହି ଅନୁସନ୍ଧାନରେ ଗଠିତ ସ୍ୱତନ୍ତ୍ର ଦଳକୁ ନିର୍ଦ୍ଦେଶ ଦେବେ ଏବଂ ଏଥି ସହିତ ଏହି ଦଳରେ ଆଉ ୮ ଜଣ ସଦସ୍ୟଙ୍କୁ ସାମିଲ କରାଯିବ। ବିଶାଖାପାଟନମ୍ ରେଞ୍ଜର ଉପମହାନିରିକ୍ଷକ ଡିଆଇଜି ଗୋପୀନାଥ ଜେଟ୍ଟି, କଡପ୍ପା ପୋଲିସ୍ ଅଧୀକ୍ଷକ ହର୍ଷବର୍ଦ୍ଧନ ରାଜୁ, ଭେଙ୍କଟା ରାଓ, ଅତିରିକ୍ତ ପୋଲିସ ଅଧୀକ୍ଷକ ଜି. ସୀତାରାମ ରାଓ, ଡେପୁଟି ପୋଲିସ୍ ଅଧୀକ୍ଷକ ଜେ. ଶିବନାରାୟଣ ସ୍ବାମୀ, ଟି. ସତ୍ୟନାରାୟଣ, ଇନ୍ସପେକ୍ଟର କେ. ଉମାହେଶ୍ୱର ଏବଂ  ଏମ.ସର୍ଯ୍ୟନାରାୟଣ ଏହି ଦଳରେ ସାମିଲ ହୋଇଛନ୍ତି। 

ଏହାପୂର୍ବରୁ ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ସୁରଜିତ ଯାଦବ ନାମକ ଜଣେ ବ୍ୟକ୍ତି ଏହି ପିଟିସନରେ ଦାବି କରିଛନ୍ତି ଯେ, 'ଏହି ଘଟଣାର ତଦନ୍ତ ପାଇଁ କୋର୍ଟ କେନ୍ଦ୍ର ସରକାରଙ୍କୁ ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦିଅନ୍ତୁ। ବିଶ୍ୱାସ ସହିତ ଖେଳିବା ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଆବେଦନକାରୀ କହିଛନ୍ତି।' ତେବେ ବର୍ତ୍ତମାନ ତମାମ ମାମଲାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ପାଇଁ ଏକ ତଦନ୍ତ କମିଟି ଗଠନ କରାଯାଇଛି।

ମନ୍ଦିରର ପବିତ୍ର ନୈବେଦ୍ୟ (ଲଡୁ ପ୍ରସାଦ)ରେ ଅପମିଶ୍ରଣର ଖବର ସାମ୍ନାକୁ ଆସିବା ପରେ ଏହା ଉପରେ ଅନେକ ରାଜନୀତି ଚାଲିଛି। ଏହି କାରଣରୁ ବର୍ତ୍ତମାନ ଘଟଣାର ଅନୁସନ୍ଧାନ ପାଇଁ ଏକ ଏସଆଇଟି ଗଠନ କରାଯାଇଛି। ଏହି ବିବାଦ ସମ୍ପର୍କରେ ଆନ୍ଧ୍ରପ୍ରଦେଶର ଡେପୁଟି ସିଏମ୍ ପୱନ କଲ୍ୟାଣ କହିଛନ୍ତି ଯେ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନ୍ ମୋହନ ରେଡ୍ଡୀ ନିଜକୁ ରକ୍ଷା କରିବାର ଆବଶ୍ୟକତା ନାହିଁ। କାରଣ ତମାମ ବ୍ୟଭିଚାର ପଛରେ ପୂର୍ବତନ ସରକାରଙ୍କର ସମ୍ପୃକ୍ତି ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.