ପ୍ରମୂଖ ଖବର
  • ଆସିଲା ଦିଲ୍ଲୀ ଏକଜିଟ୍‌ ପୋଲ୍‌: ଆପ୍‌କୁ ମାତ ଦେଇ ୨୭ ବର୍ଷ ପରେ ଶାସନକୁ ଫେରିପାରେ ବିଜେପି
  • ||
  • ବୋରିଗୁମ୍ମା : ଭାରସାମ୍ୟ ହରାଇ ଓଲଟିଲା ସ୍କୁଲ୍‌ ଭ୍ୟାନ୍‌, ୧୧ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଆହତ
  • ||
  • ମୟୂରଭଞ୍ଜ : ବୁରୁସାହି ଠାରେ ଅଫିମ ଚାଷ ଘଟଣା: ୨ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ସୁନ୍ଦରଗଡ଼ : ମା' ପୁଅଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍‌, ସୁନା : ଅଳଙ୍କାର ସହ ଟଙ୍କା ନେଇଗଲେ ଲୁଟେରା
  • ||
  • ଉଦଳା : ମର୍ଣ୍ଣିଙ୍ଗ୍‌ ୱାକ୍‌ କରିବି ବେଳେ ଧକ୍କା ଦେଲା ପିକଅପ୍‌ ଗାଡ଼ି, ଚାଲିଗଲା ବ୍ୟକ୍ତିଙ୍କ ଜୀବନ
  • ||
  • ଜଳଲାପୁଟ ଜଳଭଣ୍ଡାରରେ ଡ଼ଙ୍ଗା ବୁଡି ଘଟଣା: ୮୪ ଘଣ୍ଟା ପରେ ଆଉ ଜଣଙ୍କ ମୃତଦେହ ଉଦ୍ଧାର
  • ||
  • ଜୟପୁର : ଜଳ ସମ୍ପଦ ଅଧିକାରୀଙ୍କ ଘରେ ଭିଜିଲାନ୍ସ ରେଡ୍‌, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ରାଉରକେଲା : ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ରୋଡ୍‌ ଉପରକୁ ମାଡ଼ିଗଲା ୩ ବଗି
  • ||

Tirupati Temple: ପାଳନ କରୁନଥିଲେ ହିନ୍ଦୁ ଧାର୍ମିକ ପ୍ରଥା, ୧୮ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ତିରୁପତି ମନ୍ଦିର ବୋର୍ଡ

Published By : Tapas Panda | February 5, 2025 10:37 PM

Image Courtesy: indiatvnews

ନୂଆଦିଲ୍ଲୀ: ପର୍ବ ଏବଂ ଅନ୍ୟ ରୀତିନୀତି  ସମୟରେ ହିନ୍ଦୁ ଧାର୍ମିକ ପ୍ରଥା ପାଳନ ନକରିବରୁ ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ୧୮ ଜଣ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଟିଟିଡିର ଏକ ବିବୃତ୍ତି ଅନୁଯାୟୀ, ଟିଟିଡି ଅଧ୍ୟକ୍ଷ ବି.ଆର. ନାଇଡୁଙ୍କ ନିର୍ଦ୍ଦେଶରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । "ଟିଟିଡି ଅଧ୍ୟକ୍ଷ ବି.ଆର. ନାଇଡୁଙ୍କ ନିର୍ଦ୍ଦେଶ ପରେ, ତିରୁମାଲା ତିରୁପତି ଦେବସ୍ଥାନମ (ଟିଟିଡି) ସଂସ୍ଥାରେ କାମ କରିବା ସମୟରେ ଅଣ-ହିନ୍ଦୁ ଧାର୍ମିକ ପ୍ରଥା ପାଳନ କରୁଥିବା କର୍ମଚାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବୋଲି ବିବୃତ୍ତିରେ କୁହାଯାଇଛି। ତେବେ ଏହି ୧୮ ଅଣହିନ୍ଦୁ କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟରୁ ମୁକ୍ତ କରାଯିିବ ।

କର୍ତ୍ତୃପକ୍ଷମାନେ ୧୮ ଜଣ କର୍ମଚାରୀଙ୍କୁ ଚିହ୍ନଟ କରିଛନ୍ତି ଯେଉଁମାନେ ଟିଟିଡି ଦ୍ୱାରା ନିଯୁକ୍ତି ପାଇ ମଧ୍ୟ ଅଣ-ହିନ୍ଦୁ ଧାର୍ମିକ ପରମ୍ପରା ପାଳନ କରୁଛନ୍ତି । ଟିଟିଡି ପର୍ବ ଏବଂ ରୀତିନୀତିରେ ଅଂଶଗ୍ରହଣ କରିବା ସହିତ ଅଣ-ହିନ୍ଦୁ ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରୁଥିବା ୧୮ ଜଣ କର୍ମଚାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ଏହା ସହିତ ଟିଟିଡ ଏହି କର୍ମଚାରୀମାନଙ୍କୁ ଅନ୍ୟ ସରକାରୀ ବିଭାଗକୁ ସ୍ଥାନାନ୍ତର କରିବାକୁ କିମ୍ବା ସେମାନଙ୍କୁ ସ୍ୱେଚ୍ଛାକୃତ ଅବସର ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛି ।

ପୂର୍ବରୁ, ନଭେମ୍ବର ୨୦୨୪ରେ, ଟିଟିଡି ବୋର୍ଡ ଆଉ ଏକ ପ୍ରସ୍ତାବ ମଧ୍ୟ ପାସ୍ କରିଥିଲା ।  ବୋର୍ଡ ଦ୍ୱାରା ନିଯୁକ୍ତ ଅଣହିନ୍ଦୁମାନେ ସ୍ୱେଚ୍ଛାକୃତ ଅବସର ନେବାକୁ କିମ୍ବା ଆନ୍ଧ୍ର ପ୍ରଦେଶର ଅନ୍ୟ ସରକାରୀ ବିଭାଗକୁ ସ୍ଥାନାନ୍ତର କରିବାକୁ ବାଧ୍ୟ । ଏଏନଆଇକୁ ପ୍ରତିକ୍ରିୟା ଦେଇ ଟିଟିଡି ଅଧ୍ୟକ୍ଷ କହିଛନ୍ତି, "ମୁଁ ଗତକାଲି ବୋର୍ଡରେ ଏହି ପ୍ରସ୍ତାବ ଆଗତ କରିଥିଲି। ବୋର୍ଡ ସର୍ବସମ୍ମତିକ୍ରମେ ଗ୍ରହଣ କରିଛି । ଆମେ କିଛି ଲୋକଙ୍କୁ (ଟିଟିଡିର କର୍ମଚାରୀ) ଚିହ୍ନଟ କରିଛୁ । ମୁଁ ସେହି ଲୋକମାନଙ୍କୁ ବ୍ୟକ୍ତିଗତ ଭାବରେ ଭେଟିବାକୁ ଚାହୁଁଛି ଏବଂ ମୁଁ ସେମାନଙ୍କୁ ଭିଆରଏସ୍‌ ନେବାକୁ ଅନୁରୋଧ କରିବି। ଯଦି ସେମାନେ ଆଗ୍ରହୀ ନ ହୁଅନ୍ତି, ତେବେ ଆମେ ରାଜସ୍ୱ, ପୌରପାଳିକା କିମ୍ବା ଅନ୍ୟ ସରକାରୀ ବିଭାଗକୁ ସ୍ଥାନାନ୍ତର କରିବୁ କିମ୍ବା ଡେପୁଟେସନରେ ପଠାଇବୁ ବୋଲି ସେ କହିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.