ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ବଦଳିରେ ବିଭିନ୍ନ ଜିଲ୍ଲାର ଏସ୍‌ପି

ଭୁବନେଶ୍ବର,୨୯।୯ : ରାଜ୍ୟ ସରକାର ବିଭିନ୍ନ ଜିଲ୍ଲାର ଏସପି ସ୍ତରରେ ଅଦଳବଦଳ କରିଛନ୍ତି। ୨୨ ଜିଲ୍ଲାର ଏସପି ବଦଳିଛନ୍ତି। ଏଥିରେ ଭୁବନେଶ୍ବର ଓ କଟକ ଡିସିପିଙ୍କୁ ମଧ୍ୟ ବଦଳି କରାଯାଇଛି।   ଭୁବନେଶ୍ବର ଡିସିପି ଭାବେ  ପୁରୀ ଏସପି ପିନାକ ମିଶ୍ରଙ୍କୁ ଦାୟିତ୍ବ ଦିଆଯାଇଛି। ଗଞ୍ଜାମ ଏସ୍‌ପି ଥିବା ୨୦୧୩ ବ୍ୟାଚ୍‌ର ଜଗମୋହନ ମୀନାଙ୍କୁ କଟକ ଡିସିପି ଭାବେ ବଦଳି କରାଯାଇଛି।

ସେହିପରି ଭାବେ ଢେଙ୍କାନାଳ ଏସ୍‌ପି ଥିବା ୨୦୧୨ ବ୍ୟାଚ୍‌ର ଆଇପିଏସ୍ ଅଫିସର ମଡକର ସନ୍ଦୀପ ସମ୍ପଦଙ୍କୁ ଭଦ୍ରକ ଏସ୍‌ପି ଭାବେ ବଦଳି କରାଯାଇଛି। ଦେବଗଡ଼ ଏସ୍‌ପି ଅନୁପମା ଜେମ୍ସଙ୍କୁ ଭିଜିଲାନ୍ସ ଏସ୍‌ପି , ଜଗତସିଂହପୁର ଏସ୍‌ପି ଥିବା ରାହୁଲ ପିଆରଙ୍କୁ ମଧ୍ୟ ଭିଜିଲାନ୍ସ ଏସ୍‌ପି ଭାବେ ନୂଆ ଦାୟିତ୍ୱ ଦିଆଯାଇଛି। କଟକ ଏସ୍‌ପି ଥିବା ଏଲ୍‌ ଦିବ୍ୟା ଭି ଙ୍କୁ ଭିଜିଲାନ୍ସ ଏସ୍‌ପି ଭାବେ ବଦଳି କରାଯାଇଛି। ଭୁବନେଶ୍ବର ଡିସିପି ପ୍ରତୀକ ସିଂଙ୍କୁ କଟକ ଗ୍ରାମାଞ୍ଚଳ ଏସପି ଭାବେ ଦାୟିତ୍ବ ଦିଆଯାଇଛି।

ସେହିପରି ରାହୁଲ ଜୈନଙ୍କୁ ଅନୁଗୁଳ ଏସପି, ଡ. ସର୍ବଣ୍ଣା ବିବେକ  ବ୍ରହ୍ମପୁର ଏସପି,  ବିନିତ ଅଗ୍ରଓ୍ବାଲ ପୁରୀ ଏସପି, ବରୁଣ ଗୁଣ୍ଟୁପଲ୍ଲୀଙ୍କୁ ମୟୂରଭଞ୍ଜ ଏସ୍‌ପି, ସାଗରିକା ନାଥ ଖୋର୍ଦ୍ଧା ଏସପି, ସ୍ୱାତୀ ଏସ୍‌ କୁମାରଙ୍କୁ ରାୟଗଡ଼ା ଓ  ଏସ ସୁଶ୍ରୀଙ୍କୁ  ନୟାଗଡ ଏସପି ଭାବେ ବଦଳି କରାଯାଇଛି।

ମାଲକାନଗିରି ଏସ୍‌ପି ନୀତେଶ ୱାଧାନିଙ୍କୁ ରାଉରକେଲା ଏସପି,  ରାଜ ପ୍ରସାଦଙ୍କୁ ବାଲେଶ୍ବର ଏସପି,  ନାଗରାଜ ଦେବରକୋଣ୍ଡାଙ୍କୁ ବୌଦ୍ଧ ଏସ୍‌ପି,  ଶୁଭେନ୍ଦ୍ରୁ କୁମାର ପାତ୍ର ଗଞ୍ଜାମ ଏସପି. ଅଭିନଭ ସୋନକାର ଢେଙ୍କାନାଳ ,  ରୋହିତ ବର୍ମାଙ୍କୁ କୋରାପୁଟ ଏସପି ଭାବେ ଦାୟିତ୍ବ ଦିଆଯାଇଛି। 

ସୋନପୁର ଏସ୍‌ପି ଯଶପ୍ରତାପ ଶ୍ରୀମଲଙ୍କୁ ଯାଜପୁର ଓ ରାୟଗଡ଼ା ଏସ୍‌ପି ହରିଶ ବି.ସିଙ୍କୁ କନ୍ଧମାଳ ଏସ୍‌ପି ଭାବେ ବଦଳି କରାଯାଇଛି।  ଅନିଲ କୁମାର  ମିଶ୍ରଙ୍କୁ ଦେବଗଡ ଏସପି,  ରାମ ପ୍ରସାଦ ସାହୁ  ସୋନପୁର ଏସପି,   ଭବାନୀ ଶଙ୍କର ଉଦଗତା ଜଗତସିଂହପୁର ଏସପି, ମିହିର ପଣ୍ଡା ନବରଙ୍ଗପୁର ଏସପି, ଜିତେନ୍ଦ୍ର କୁମାର ପଣ୍ଡାଙ୍କୁ ଗଜପତି ଏସପି ଭାବେ ବଦଳି କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.