ଭୁବନେଶ୍ବର,୩।୮ : ଜିଲ୍ଲା ବୁଲିବେ ମନ୍ତ୍ରୀ । ୧୫ ମନ୍ତ୍ରୀ ବୁଲିବେ ୩୦ ଜିଲ୍ଲା। ଲୋକଙ୍କ ପାଖରେ ସରକାରଙ୍କ ବାର୍ତ୍ତା ପହଞ୍ଚାଇବକୁ ଜଣେ ମନ୍ତ୍ରୀଙ୍କୁ ଦୁଇ ଜିଲ୍ଲା ଦାୟିତ୍ୱ ଦିଆଯାଇଛି। ଲୋକଙ୍କ ପାଖକୁ ଯାଇ ନୂଆ ସରକାରଙ୍କ ବଡ଼ ନିଷ୍ପତ୍ତି ଆଉ ବଜେଟ ଲୋକଙ୍କୁ ମନ୍ତ୍ରୀ କହିବେ ବୋଲି ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ କହିଛନ୍ତି।
ମନ୍ତ୍ରୀମାନେ ଜିଲ୍ଲା ଗସ୍ତ କରି ବଜେଟର ବିଭିନ୍ନ ଦିଗ ବାବଦରେ ସାଧାରଣ ଲୋକଙ୍କ ସହ ଆଲୋଚନା କରିବେ। ସରକାର ଯେଉଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି ସେହି ନିଷ୍ପତ୍ତିଗୁଡ଼ିକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସଙ୍ଗଠନ ଯେଉଁ ଯୋଜନା କରିଛି ମନ୍ତ୍ରୀମାନେ ସେଥିରେ ସାମିଲ ହେବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।