ଗଞ୍ଜାମ ୦୧/୧୧: ଗଞ୍ଜାମ ଏବଂ ପାରଳାଖେମୁଣ୍ଡି ସୀମାରେ ଯେଉଁ ମହାବଳ ବାଘ ବୁଲୁଛି ସେହି ବାଘ ମହାରାଷ୍ଟ୍ର ତଡବାରୁ ଆସିଥିଲା। ବାଘର ବୟସ ୫ ବର୍ଷ। ଏଥିରେ ଭୟବୀତ ହେବାର କୌଣସି କାରଣ ନାହିଁ। ଓଡିଶା ପାଇଁ ମହାବଳ ବାଘ କୌଣସି ନୂଆ କଥା ନୁହେଁ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ।
ତେବେ ବାଘଟି କିଛି କିଛି ସ୍ଥାନରେ ଗାଈ ଏବଂ ବଳଦକୁ ମଧ୍ୟ ଶିକାର କରୁଛି। ଏନେଇ ସ୍ଥାନୀୟ ବାସିନ୍ଧାଙ୍କୁ ମଧ୍ୟ ବନ ବିଭାଗ ସମ୍ପୂର୍ଣ୍ଣ କ୍ଷତି ପୂରଣ ପ୍ରଦାନ କରୁଛି। କ୍ଷତି ପୂରଣ ବାବଦକୁ ୩୦ ହଜାରରୁ ୩୫ ହଜାର ଟଙ୍କା ପ୍ରଦାନ କରାଯାଉଛି। ଓଡିଶା ପାଇଁ ଖୁସି ଖବର କି ଗୋଟିଏ ବାଘ ଦୀର୍ଘ ବାଟ ଅତିକ୍ରମ କରି ଗଞ୍ଜାମ ଏବଂ ପାରଳାଖେମୁଣ୍ଡି ଜଙ୍ଗଲ ସୀମାରେ ବିଚରଣ କରୁଛି। ଏଥିସହିତ ବାଘ ଜନବସତି ମୁହଁ ହୋଇନାହିଁ ବୋଲି ସେ କହିଛନ୍ତି।