ପ୍ରମୁଖ ଖବର
  • ବୁଧବାର ଅରୁଣ ଗୋଭିଲ, ଗୁରୁବାର ପୁଣି ଓଡିଶା ଆସିବେ ଜେ.ପି ନଡ୍ଡା
  • ||
  • ପ୍ରଯୋଜକ ବିଜୟ ପଟ୍ଟନାୟକଙ୍କ ପରଲୋକ, ଚିକିତ୍ସାଧୀନ ଅବସ୍ଥାରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁର୍ଘଟଣା : ଜଣେ ଆହତ, ଅଳ୍ପକେ ବର୍ତ୍ତିଲେ ୨୦ ପୋଲିସ କର୍ମଚାରୀ
  • ||
  • ରଥଖଳା ହାଲ୍‌ଚାଲ୍‌...ଶ୍ରୀନୃସିଂହ ଚତୁର୍ଦ୍ଦଶୀ ତିଥିରେ ଗୁଜ ଅନୁକୂଳ, ଖୋଳା ହେବ ଯନ୍ତା ଗାଡ଼
  • ||
  • ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାମଲା: ସିଏମ୍‌ ହାଉସ୍‌ରେ ବିଭବଙ୍କୁ ନେଇ ସିନ୍‌ ରିକ୍ରିଏଟ୍‌
  • ||
  • ମଦ ନୀତି ଦୁର୍ନୀତି ମାମଲା: କେଜ୍‌ରିୱାଲଙ୍କୁ ପୁଣି ୧୪ ଦିନ ରିମାଣ୍ଡରେ ନେବାକୁ ଇଡିର ଆବେଦନ
  • ||
  • IPL ପ୍ରଥମ କ୍ୱାଲିଫାୟର ମ୍ୟାଚ୍‌ରେ ମୁହାଁମୁହିଁ ହେବେ କୋଲକାତା- ହାଇଦ୍ରାବାଦ, ରନ୍‌ ବର୍ଷା କରିବେ ବ୍ୟାଟିଂ ପାୱାର ହାଉସ୍‌
  • ||
  • ବାତ୍ୟା ହେବନି..ଅବପାତ ହୋଇ ମିଆଁମାର ଯିବ: ଜିଏଫଏସ୍
  • ||

୬୦୨୦ କର୍ମଚାରୀ ଛଟେଇ କରିବ ଟେସ୍‌ଲା, କାର୍ଲିଫର୍ଣ୍ଣିଆ ଓ ଟେକ୍ସାସ ପ୍ଲାଣ୍ଟର କର୍ମଚାରୀ ହେବେ ବିଦା

ନୂଆଦିଲ୍ଲୀ,୨୬/୦୪: ଆମେରିକା ଭିତ୍ତିକ ପ୍ରମୁଖ ଇ-ଯାନ କମ୍ପାନି ଟେସ୍‌ଲା  ୬୦୨୦ ଲୋକଙ୍କ ନିଯୁକ୍ତି ଚାଲିଯିବ ବୋଲି ନ୍ୟୁଜ ଏଜେନ୍ସି ରୟଟର୍ସ ଏକ ରିପୋର୍ଟ ପ୍ରକାଶ କରିଛି । ଏଥିରେ କାର୍ଲିଫର୍ଣ୍ଣିଆ ପ୍ଲାଣ୍ଟର ୩୩୩୨ ଏବଂ ଟେକ୍ସାସ ପ୍ଲାଣ୍ଟର ୨୬୮୮ କର୍ମଚାରୀ  ରହିଛନ୍ତି । ସେହିଭଳି ନ୍ୟୁୟର୍କ ସ୍ଥିତ ବଫେଲୋ ପ୍ଲାଣ୍ଟରେ ମଧ୍ୟ ୨୮୫ କର୍ମଚାରୀଙ୍କ ନିଯୁକ୍ତି  ଚାଲିଯିବ ବୋଲି ଏହି ରିପୋର୍ଟରେ ପ୍ରକାଶ  ପାଇଛି । 

କମ୍ପାନି ନୂଆ ମାର୍କେଟିଂ ଟିମ୍‌କୁ ୪ ମାସ ମଧ୍ୟରେ ଭାଙ୍ଗି ଦେଇଛି । ଏହି ଗ୍ଲୋବାଲ ଟିମ୍‌ର ନେତୃତ୍ୱ ନେଉଥିବା ସିନିଅର ମ୍ୟାନେଜର ଏଲେକ୍ସ ଇଂଗ୍ରାମ ଏବଂ ଜର୍ଜ ମିଲବର୍ଣ୍ଣଙ୍କ  ସମେତ ୪୦ ଜଣିଆ ଟିମ୍‌କୁ କମ୍ପାନି ହଟାଇ ଦେଇଛି । କମ୍ପାନି ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୧୦% କର୍ମଚାରୀଙ୍କୁ ବିଦା କରିବ ବୋଲି  ନିକଟରେ ଏକ ରିପୋର୍ଟ ଆସିଥିଲା । ଏବେ କମ୍ପାନିରେ ମୋଟ ୧.୪୦ ଲକ୍ଷ କର୍ମଚାରୀ ଅଛନ୍ତି । ଆଗାମୀ ଦିନରେ୧୫ ହଜାର  ଲୋକଙ୍କ ନିଯୁକ୍ତି ଯିବ ବୋଲି କୁହାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.