ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଦୁଇ ଦିନ ବଢ଼ିବ ତାତି, ବହିବ ଗରମ ପଶ୍ଚିମା ପବନ

Published By : Rasmita Pradhan | March 5, 2025 7:42 AM

ଭୁବନେଶ୍ୱର, ୦୫/୦୩ : ମାର୍ଚ୍ଚ ମାସ ଯେତିକି ବଢ଼ୁଛି, ତାତି ସେତିକି ଅସମ୍ଭାଳ ହେଉଛି । ଦିନବେଳା ଟାଇଁ ଟାଇଁ ଖରା ସାଙ୍ଗକୁ ଅସହ୍ୟ ତାତି ଅନୁଭୂତ ହେଉଛି । ଗତକାଲି ଝାରସୁଗୁଡ଼ାରେ ତାତି ୩୯ ଡିଗ୍ରୀ ଛୁଇଁଛି । ଏହା ସବୁଠୁ ତତଲା ସହର ପାଲଟିଛି । ଆଗକୁ ୨ଦିନ ତାତି ଆହୁରି ବଢ଼ିବ । ରାଜ୍ୟକୁ ଗରମ ପଶ୍ଚିମା ପବନ ବହିବ ବୋଲି ବରିଷ୍ଠ କୃଷି ପାଣିପାଗ ବିଶାରଦ ପ୍ରଫେସର ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି । 

ପ୍ରଫେସର ପଶୁପାଳକ କହିଛନ୍ତି, ରାଜ୍ୟର ସମୁଦ୍ର ସଂଲଗ୍ନ ଅଞ୍ଚଳକୁ ବଙ୍ଗୋପସାଗରୀୟ ପବନ ବହିବ । ବାକି ସାରା ରାଜ୍ୟରେ ଗରମ ପଶ୍ଚିମା ପବନ ବହିବ । ବୁଧବାର ଓ ଗୁରୁବାର ଅନେକ ସ୍ଥାନରେ ତାପମାତ୍ରା ୧ରୁ ୨ ଡିଗ୍ରୀ ବଢ଼ିବ । ବଲାଙ୍ଗୀର, ଅନୁଗୁଳ, ଢେଙ୍କାନାଳ, ପୁରୀ, କଟକ, ବାରିପଦା ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ଅଧିକ ରହିବ । ଆସନ୍ତା ଦୁଇ ଦିନ ଆସ୍କା, ହିଞ୍ଜିଳିକାଟୁ,  ଭଞ୍ଜନଗର ଓ ସୋରଡ଼ା ରାଜ୍ୟର ସବୁଠୁ ଉତ୍ତପ୍ତ ଅଞ୍ଚଳ ପାଲଟିବ । ଭୁବନେଶ୍ୱର, କଟକ ଓ ଜଗତସିଂହପୁରରେ ତାତି ୩୮ ଡିଗ୍ରୀ ରହିବ ବୋଲି ସେ ପୂର୍ବାନୁମାନ କରିଛନ୍ତି । 

ଚଳିତ ବର୍ଷ ଆରମ୍ଭରୁ ପ୍ରଥମଥର ପାଇଁ ତାତି ଏଭଳି ରେକର୍ଡ କରିଛି । ୯ଟି ସହରରେ ତାତି ୩୭ ଡିଗ୍ରୀ ପାର୍‌ କରିଛି । ମଙ୍ଗଳବାର ଦିନ ସାଢ଼େ ୨ଟା ସୁଦ୍ଧା ଝାରସୁଗୁଡ଼ାରେ ତାତି ୩୭.୮ ଡିଗ୍ରୀ ଛୁଇଁଥିଲା । ସମ୍ବଲପୁରରେ ୩୭.୬, ହୀରାକୁଦରେ ୩୫.୪, ରାଉରକେଲାରେ ୩୫ ଓ ଚାନ୍ଦବାଲିରେ ୩୪ ଡିଗ୍ରୀ ରହିଥିଲା । ପରେ ଝାରସୁଗୁଡ଼ାରେ ତାତି ବଢ଼ି ୩୯ ଡିଗ୍ରୀରେ ପହଞ୍ଚି ଯାଇଥିଲା । ବୌଦ୍ଧରେ ୩୮.୫, ମାଲକାନଗିରିରେ ୩୮.୪, ଅନୁଗୁଳରେ ୩୭.୯, ସମ୍ବଲପୁର ଓ ପାରଳାଖେମୁଣ୍ଡିରେ ୩୭.୮, ବଲାଙ୍ଗିରରେ ୩୭.୫, ହୀରାକୁଦରେ ୩୭.୧ ଓ ଟିଟିଲାଗଡ଼ରେ ୩୭ ଡିଗ୍ରୀ ରେକର୍ଡ ହୋଇଥିଲା । ଭୁବନେଶ୍ୱରରେ ତାତି ୩୬.୪ ଡିଗ୍ରୀ ଓ କଟକରେ ୩୪.୬ ଡିଗ୍ରୀ ରହିଥିଲା । ସୋମବାର ଝାରସୁଗୁଡ଼ାରେ ତାପମାତ୍ରା ୩୮.୬ ଡିଗ୍ରୀ ଥିଲା । 

ଗତକାଲି ଏଠାରେ ତାତି ଆହୁରି ବଢ଼ିଛି । ପାରଳାଖେମୁଣ୍ଡିରେ ତାତି ପ୍ରାୟ ୧ ଡିଗ୍ରୀ କମିଛି । ଭଦ୍ରକରେ ୩୬.୮, ସୋନପୁର ଓ ଫୁଲବାଣୀରେ ୩୬.୭, ପୁରୀ ଓ ରାଉରକେଲାରେ ୩୬.୨, ବରଗଡ଼. ନବରଙ୍ଗପୁର ଓ ଖୋର୍ଦ୍ଧାରେ ଦିନ ତାପମାତ୍ରା ୩୬ ଡିଗ୍ରୀ ରହିଛି । ଗୋପାଳପୁରରେ ଦିନ ତାପମାତ୍ରା ସବୁଠୁ କମ୍‌ ବା ୩୨.୧ ଡିଗ୍ରୀ ରେକର୍ଡ ହୋଇଛି । ଆସନ୍ତା ୪ରୁ ୫ ଦିନ ଯାଏ ଦିନ ଓ ରାତି ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.