ପ୍ରମୁଖ ଖବର
  • ରାଜ୍ୟରେ ପୁଣି ତାତି ଲେଉଟିବ: ୪ରୁ ୫ ଡିଗ୍ରୀ ବଢ଼ିବ ତାପମାତ୍ରା, ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ପାରଦ ୪୪ ଡେଇଁବ
  • ||

ତାଳଚେର ରାଜ୍ୟର ଉତ୍ତପ୍ତ ସହର, କାଳବୈଶାଖୀ ଭୁବନେଶ୍ବରରେ ଦେଲା ତାତିରୁ ଆଶ୍ବସ୍ତି

ଭୁବନେଶ୍ବର, ୩୦।୪  ରାଜ୍ୟରେ ଗ୍ରୀଷ୍ମର ପ୍ରକୋପ ବଢିବାରେ ଲାଗିଛି। ପାରଦ  ଦିନକୁ ଦିନ ବଢିବାରେ ଲାଗିଛି। ତାତିର ପ୍ରବାହରେ ଜଳୁଛି ସହର । ଦିନକୁ ଦିନ ସହର ଗୁଡିକରେ ତାପମାତ୍ରା ବୃଦ୍ଧି ପାଉଛି । ଟାଣ ଖରା ସହ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି।  ସକଳା ୮ଟା ବେଳକୁ ଟାଣ ଖରାର ପ୍ରକୋପ ଆରମ୍ଭ ହୋଇ ତାପମାତ୍ରା ୩୮ ଡିଗ୍ରୀରେ ପହଞ୍ଚି ଯାଉଛି। ଆଉ ମଧ୍ୟାହ୍ନ ବେଳକୁ ଅଧିକାଂଶ ସହରର ତାପାମାତ୍ରା ୪୨ରୁ ୪୬ ଡିଗ୍ରୀ ମଧ୍ୟରେ ରହୁଛି। ମଙ୍ଗଳବାର ତାଳଚେରରେ ତାପମାତ୍ରା ୪୫ ଡିଗ୍ରୀରେ ପହଞ୍ଚି ଉତ୍ତପ୍ତ ସହରରେ ପରିଣତ ହୋଇଥିଲା। 

ତେବେ ଗତ କିଛି ଦିନ ଧରି ରାଜଧାନୀ ଭୁବନେଶ୍ବରରେ ତାତି ଅସହ୍ୟ ହୋଇ ପଡିଥିବା ବେଳେ ଆଜି କାଳବୈଶାଖୀ ସାମାନ୍ୟ ଆଶ୍ବସ୍ତି ଆଣି ଦେଇଛି। ଭୁବନେଶ୍ବରରେ ସକାଳୁ ଟାଣ ଖରା ଦେଖିବାକୁ ମିଳିଥିଲା। ମଧ୍ୟାହ୍ନ ବେଳକୁ ମଧ୍ୟ ତାତି ଅସମ୍ଭାଳ ହୋଇ ପଡିଥିଲା। କିନ୍ତୁ ଅପରାହ୍ନରେ କାଳବୈଶାଖୀ ବର୍ଷା ଯୋଗୁ ଲୋକମାନେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିଥିଲେ। 

ମଙ୍ଗଳବାର ୨୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ବୌଦ୍ଧ ଓ ଟିଟିଲାଗଡରେ  ୪୪.୫,  ନୂଆପଡା ୪୪.୪, ଅନୁଗୁଳ ଓ ଝାରସୁଗୁଡା  ୪୪.୩, ବଲାଙ୍ଗୀର ୪୪ ଡିଗ୍ରୀ ତାପମାତ୍ରା ରହିଥିଲା। ତେବେ ସୋମବାର ବାରିପଦାରେ ତାପମାତ୍ରା ସମସ୍ତ ରେକର୍ଡ ଭାଙ୍ଗି ୪୬.୪ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ମଙ୍ଗଳବାର ପାରଦ ସାମାନ୍ୟ ତଳକୁ ଖସିଛି। ବାରିପଦାରେ ୪୩.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ସମ୍ବଲପୁରରେ ୪୩.୫ ଡିଗ୍ରୀ, ନୟାଗଡ, ଭଦ୍ରକ  ଓ ଯାଜପୁର ୪୩ ଡିଗ୍ରୀ ରେକର୍ଡ କରାଯାଇଛି। 

ଆହୁରି ପଢନ୍ତୁ : ଘରୋଇ କଳହକୁ ନେଇ ବାପ-ପୁଅ ହଣାହଣି : ପୁଅ ମୃତ, ବାପା ଗୁରୁତର

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.