ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ମହମ୍ମଦ ସିରାଜଙ୍କୁ ମିଳିବ ଜମି ଓ ସରକାରୀ ଚାକିରି, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ନୂଆଦିଲ୍ଲୀ, ୧୦/୭:  ଟି-ଟ୍ୱେଣ୍ଟି ବିଶ୍ୱକପ ୨୦୨୪  ଟିମ୍ ଇଣ୍ଡିଆ ଜିତିଖିବା ବେଳେ  ଏହାର ସଦସ୍ୟ ଥିବା ମହମ୍ମଦ ସିରାଜଙ୍କୁ ତେଲଙ୍ଗାନା ସରକାର ପୁରସ୍କୃତ କରିଛନ୍ତି। ତାଙ୍କୁ ଏକ ଜମି ଓ ସରକାରୀ ଚାକିରି ଦେବାକୁ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବାନ୍ଥ ରେଡ୍ଡୀ ଘୋଷଣା କରିଛନ୍ତି। ହାଇଦ୍ରାବାଦ କିମ୍ବା ଏହା ଆଖପାଖ ଅଞ୍ଚଳରେ ମହମ୍ମଦ ସିରାଜଙ୍କ ପାଇଁ ଘର ତିଆରି କରିବା ନିମିତ୍ତ ଏକ ଉପଯୁକ୍ତ ଜମି ଚିହ୍ନଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ଏ ରେବାନ୍ଥ ରେଡ୍ଡୀ ସରକାରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିଭଳି ସିରାଜଙ୍କୁ ଏକ ସରକାରୀ ଚାକିରି ଦେବା ପାଇଁ ପ୍ରକ୍ରିୟା ଆରମ୍ଭ କରିବାକୁ ସେ କହିଛନ୍ତି। 

ଟିମ୍ ଇଣ୍ଡିଆ ଟି-ଟ୍ୱେଣ୍ଟି ବିଶ୍ୱକପ ବିଜୟୀ ହେବା ପରେ ଗତ ସପ୍ତାହରେ ହାଇଦ୍ରାବାଦ ଫେରିଥିବା ମହମ୍ମଦ ସିରାଜ ଗତକାଲି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଏ ରେବାନ୍ଥ ରେଡ୍ଡୀଙ୍କୁ ତାଙ୍କ ବାସଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହିତ ସମ୍ବର୍ଦ୍ଧିତ କରିଥିଲେ।  ମହମ୍ମଦ ସିରାଜ ଦେଶ ପାଇଁ ଗୌରବ ଆଣିବା ସହିତ ତେଲଙ୍ଗାନା ପାଇଁ ବହୁ ସମ୍ମାନ ଆଣିଥିବା କହିଥିଲେ ମୁଖ୍ୟମନ୍ତ୍ରୀ। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.