ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଭାରତରେ ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣା,୧୮ ଦିନିଆ ରିମାଣ୍ଡରେ ନେଲା NIA

Published By : Ankita S | April 11, 2025 8:06 AM

ନୂଆଦିଲ୍ଲୀ,୧୧/୦୪: ଖୋଲିବ ରାଜ୍ । କେମିତି ରଚିଥିଲା ମୁମ୍ବାଇ ଆତଙ୍କୀ ହମଲାର ଷଡ଼ଯନ୍ତ୍ର ୨୬/୧୧ ମାଷ୍ଟରମାଇଣ୍ଡ ତହବୁର ରାଣାକୁ ୧୮ ଦିନିଆ ହେପାଜତରେ ନେଇଛି ଏନଆଇଏ । ଗତକାଲି (ଗୁରୁବାର) ଆମେରିକାରୁ ତହବୁର ଭାରତ ଫେରିଥିଲା । ଏହାପରେ ପଟିଆଲା ହାଉସ୍ କୋର୍ଟରେ ହାଜର କରାଯାଇଥିଲା । ଏନଆଇଏ ପକ୍ଷରୁ କୋର୍ଟରେ ୨୦ ଦିନିଆ ରିମାଣ୍ଡ ଆବେଦନ ହୋଇଥିଲା । ଯାଞ୍ଚ ପାଇଁ ୧୮ଦିନ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ପଟିଆଲା ହାଉସ୍ କୋର୍ଟ । ୧୮ ଦିନ ଭିତରେ ରାଣାଠୁ ସବୁ ସତ ଓଗାଳିବାକୁ ପ୍ଲାନ ପ୍ରସ୍ତୁତ କରିଛି ଏନଆଇଏ ।

ଦିଲ୍ଲୀର ଲିଗାଲ ସର୍ଭିସ୍‌ ଅଥରିଟିର ଓକିଲ ପିୟୂଷ ସଚଦେବା କହିଛନ୍ତି, ''ଏନଆଇଏ ୨୦ ଦିନିଆ ରିମାଣ୍ଡ ମାଗିଥିଲା । କୋର୍ଟ ଯାଞ୍ଚ ପାଇଁ ୧୮ ଦିନର ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି । ହେପାଜତକୁ ନେବା ପୂର୍ବରୁ ଏବଂ ପରେ ତହବୁରର ମେଡ଼ିକାଲ ପରୀକ୍ଷା କରାଯିବ । ଏହା ସହିତ ଅନ୍ୟ କିଛି ମେଡ଼ିକାଲ ଆବଶ୍ୟକତା ପଡ଼ିଲେ ତାହା ପୂରଣ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।''

ରାଣାକୁ କୋର୍ଟରୁ ବାହାରକୁ ଆଣିବା ସମୟରେ ସିଏସଏସଏଫ ବ୍ୟତୀତ ଅନ୍ୟ ଅର୍ଦ୍ଧସାମରିକ ବଳ ମୁତୟନ ହୋଇଥିଲେ । ଏକ ସ୍ବତନ୍ତ୍ର ଗାଡ଼ିରେ କୋର୍ଟ ନିଆଯାଇଥିଲା । ଏନଆଇଏ ଏବଂ ର' ଟିମ୍ ତହବୁରକୁ ଆମେରିକାରୁ ଆଣି ଦିଲ୍ଲୀରେ ପହଞ୍ଚିଥିଲେ । ଏବେ ଏନଆଇଏ ହେଡ଼କ୍ୱାର୍ଟରରେ ରହିବ ମୁମ୍ବାଇ ଆତଙ୍କୀ ଆକ୍ରମଣର ମାଷ୍ଟରମାଇଣ୍ଡ ।

ଅଧିକ ପଢ଼ନ୍ତୁ...Tahawwur Rana: ତାହାବୁର ରାଣାର ଭାରତ ପ୍ରତ୍ୟାର୍ପଣ; କ‘ଣ ରହିଥିଲା ପୁରା ପ୍ରକ୍ରିୟା ଜାଣନ୍ତୁ ଏହି ରିପୋର୍ଟରେ...

୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ଆମେରିକାରୁ ସଫଳତାର ସହ ଭାରତକୁ ପ୍ରତ୍ୟର୍ପଣ କରାଯାଇଛି । ୧୬ ବର୍ଷ ପରେ ଭାରତକୁ ଫେରିଛି ରାଣା । ଆମେରିକୀୟ ଗଲ୍ଫଷ୍ଟ୍ରିମ୍‌ ଜି୫୫୦ ବିମାନ ତହବୁରକୁ ନେଇ ଦିଲ୍ଲୀର ପାଲମ ଟେକ୍ନିକାଲ ଏୟାରପୋର୍ଟରେ ଗୁରୁବାର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟାରେ ଲ୍ୟାଣ୍ଡିଂ କରିଛି । ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଏବଂ ଭାରତ ଗୁଇନ୍ଦା ଏଜେନ୍ସି ର’ର ଏକ ଟିମ୍‌ ତହବୁରକୁ ଧରି ବୁଧବାର ଆମେରିକାରୁ ବାହାରିଥିଲେ । 

ଭାରତରେ ପହଞ୍ଚିବା ପରେ ୬୪ ବର୍ଷୀୟ ତହବୁରକୁ ଏନ୍‌ଆଇଏର ମୁଖ୍ୟାଳୟକୁ ନିଆଯାଇଥିଲା । ପରେ ଏନ୍‌ଆଇଏ ତାକୁ ଆତଙ୍କବାଦୀ ନିରୋଧୀ ଆଇନ ବଳରେ ଗିରଫ କରିଥିଲା । ତହବୁରକୁ ପଟିଆଲା ହାଉସ୍‌ କୋର୍ଟରେ ହାଜର କରାଯାଇଥିଲା । ଏଥିପାଇଁ କୋର୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । କୋର୍ଟକୁ ନିଆଯିବା ପୂର୍ବରୁ ତହବୁରର ମେଡିକାଲ ଯାଞ୍ଚ କରାଯାଇଥିଲା । 

ଟ୍ରମ୍ପ କରିଥିଲେ ତହବୁର ପ୍ରତ୍ୟର୍ପଣ ଘୋଷଣା- ତହବୁର ରାଣାକୁ ଭାରତକୁ ଫେରାଇ ଆଣିବାକୁ ସେବେ ଘୋଷଣା ହୋଇଥିଲା ଯେବେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତ କରଥିଲେ । ଗତ ଫେବୃଆରୀ ୧୪ରେ ପିଏମ୍ ମୋଦିଙ୍କ ସହିତ ସଂଯୁକ୍ତ ସମ୍ମେଳନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ କହିଥିଲେ, ଆମେ ଖୁବଶୀଘ୍ର ଜଣେ ଆତଙ୍କୀକୁ ଭାରତ ଫେରାଇବାକୁ ଯାଉଛୁ । ତହବୁରକୁ ଆମେରିକା ଲସ୍‌ ଏଞ୍ଜେଲେସର ମେଟ୍ରୋପୋଲିଟନ ସେଣ୍ଟରରେ ରଖାଯାଇଥିଲା । ଭାରତ-ଆମେରିକା ପ୍ରତ୍ୟର୍ପଣ ଚୁକ୍ତି ଜରିଆରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରେ ତହବୁରକୁ ଆମେରିକାରେ ନ୍ୟାୟିକ ହେପାଜତରେ ରଖାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.