ପ୍ରମୂଖ ଖବର
  • ବୌଦ୍ଧ : ରାଜ୍ୟ ବାହାରକୁ ଚାଲାଣ ପାଇଁ ଚାଲିଥିଲା ପ୍ରସ୍ତୁତି, ଚଢାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ପୋଲିସ
  • ||
  • ୧୩ରେ ବିଧାନସଭା ବଜେଟ୍‌ ଅଧିବେଶନ: ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ବସିଲା ସର୍ବଦଳୀୟ ବୈଠକ
  • ||
  • କାଠଯୋଡ଼ି ନଦୀରୁ ନିଖୋଜ ଛାତ୍ରଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଅନୁଗୁଳ : ସାମାନ୍ୟ ବଚସାକୁ ନେଇ ଗୁଳିମାଡ଼, ନାବାଳକ ଆହତ
  • ||
  • ନୟାଗଡ଼ : ଦୋକାନକୁ ପିଟିଲା କାର୍: ୨ମୃତ, ଡ୍ରାଇଭର୍‌ ଫେରାର୍‌
  • ||
  • ଭୀମ୍‌ସାରରେ ରାଗିଂ ଅଭିଯୋଗ, ଦ୍ୱିତୀୟ ବର୍ଷର ଛାତ୍ରଙ୍କୁ ମାଡ଼ ମାରିଲେ ସିନିୟର୍
  • ||
  • ଭୁବନେଶ୍ୱର : ସୋନପୁର ଇଣ୍ଟରସିଟି ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ, ଅଧଘଣ୍ଟା ଅଟକିଲା ଟ୍ରେନ୍‌
  • ||
  • କୋଣାର୍କରେ ମର୍ମନ୍ତୁଦ ସଡକ ଦୁର୍ଘଟଣା, ଚାଲିଗଲା ୩ ଯୁବକଙ୍କ ଜୀବନ
  • ||

ପ୍ୟାରିସ ଅଲିମ୍ପିକ୍ସରେ ଭାରତକୁ ତୃତୀୟ ପଦକ, ସୁଟର ସ୍ୱପ୍ନିଲ ଆଣିଲେ ବ୍ରୋଞ୍ଜ

Published By : Prameya | August 1, 2024 2:31 PM

ପ୍ୟାରିସ୍,୧।୮: ପ୍ୟାରିସ୍ ଅଲିମ୍ପିକ୍ସର ଷଷ୍ଠ ଦିନରେ ଭାରତକୁ ମିଳିଛି ତୃତୀୟ ପଦକ।୫୦ ମିଟର ପୁରୁଷ ରାଇଫଲ ଥ୍ରି ପୋଜିସନ୍‌ରେ  ସ୍ବପ୍ନିଲ କୁଶାଲେ ଜିତିଛନ୍ତି ବ୍ରୋଞ୍ଜ ପଦକ। କୁଶାଲେ ୪୫୧.୪ ସ୍କୋର କରି ତୃତୀୟ ସ୍ଥାନରେ ରହିଛନ୍ତି। ସେ ଚୀନ୍‌ର ଲିୟୁ ୟୁକୁନ୍‌ ୪୬୩.୬ ସ୍କୋର ସହିତ ତୃତୀୟ ସ୍ଥାନରେ ରହିଛି।ସେଭଳି ୟୁକ୍ରେନ୍‌ର ସିରହି କୁଲିଶ ୪୬୧.୩ର ସ୍କୋର ସହିତ ସିଲଭର ମେଡାଲ ଜିତିଛନ୍ତି।

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ମୋଟ ୩ଟି ପଦକ ଜିତିଛି। ଏହି ତିନୋଟି ପଦକ କେବଳ ସୁଟିଂରେ ଆସିଛି। ସ୍ବପ୍ନିଲଙ୍କ ପୂର୍ବରୁ ମନ୍ନୁ ଭାକର ମହିଳାଙ୍କ ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ବ୍ରୋଞ୍ଜ ପଦକ ଜିତିଥିଲେ। ସେଭଳି ମନୁ ସରବଜୋତଙ୍କ ସହ ମିଶି ୧୦ ମିଟର ଏୟାର ପିସ୍ତଲ ମିକ୍ସ ପ୍ରତିଯୋଗିତାରେ ମଧ୍ୟ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ବର୍ତ୍ତମାନ ସୁଦ୍ଧା କେବଳ ଶୁଟିଂରେ ମେଡାଲ ଆସି ଥିବାବେଳେ ଅନ୍ୟ ଇଭେଣ୍ଟ ଉପରେ ନଜର ରହିଛି। ଆଜି ଇଭେଣ୍ଟର ଷଷ୍ଠ ଦିନରେ ହକି, ତୀରନ୍ଦାଜୀ, ଦୌଡକୁଦ ଓ ଅନ୍ୟାନ୍ୟ ପ୍ରତିଯୋଗିତା ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.