ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଦୁଷ୍କର୍ମ ପ୍ରୟାସ ଭଳି ମାମଲାରେ ଆଲହାବାଦ ହାଇକୋର୍ଟଙ୍କ ରାୟକୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ; କହିଲା,'ଅସମ୍ବେଦନଶୀଳ ଏବଂ ଅମାନବୀୟ'

Published By : Soubhagya Ranjan | March 26, 2025 12:12 PM

Image source: Amarujala

ନୂଆଦିଲ୍ଲୀ,୨୬/୦୩: ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ସେହି ମନ୍ତବ୍ୟ ଉପରେ ରୋକ ଲଗାଇଛନ୍ତି, ଯେଉଁଥିରେ କୋର୍ଟ କହିଥିଲେ ଯେ,' ମହିଳାଙ୍କ ବକ୍ଷକୁ ଛୁଇଁବା ଛାତି ପୋଷାକ ଟାଣିବାକୁ ପ୍ରୟାସ କରିବା ଦୁଷ୍କର୍ମ ଅପରାଧ ନୁହେଁ।' ତେବେ ଆହ୍ଲାବାଦ ହାଇକୋର୍ଟଙ୍କର ଏହି ରାୟକୁ ନେଇ ଅନେକ ସଂଗଠନ ତଥା ବୁଦ୍ଧିଜୀବୀ ମହଲରେ ନିନ୍ଦା ଓ ସମାଲୋଚନା କରାଯାଇଥିଲା। ଏ ସଂକ୍ରାନ୍ତରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ମନ୍ତବ୍ୟରେ ସମ୍ପୂର୍ଣ୍ଣ ସମ୍ବେଦନଶୀଳତା ଏବଂ ଅମାନୁଷିକ ଆଭିମୁଖ୍ୟ ଦର୍ଶାଯାଇଛି। ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶରେ ଦିଆଯାଇଥିବା ବିବାଦୀୟ ମନ୍ତବ୍ୟ ଉପରେ ଆରମ୍ଭ ହୋଇଥିବା ସ୍ବତଃ ସଂଜ୍ଞାନ ପ୍ରକ୍ରିୟା ଅର୍ଥାତ୍‌ ସୋ ମୋଟୁରେ ସୁପ୍ରିମକୋର୍ଟ କେନ୍ଦ୍ର, ୟୁପି ସରକାର ଏବଂ ଅନ୍ୟମାନଙ୍କୁ ନୋଟିସ ଜାରି କରିଛନ୍ତି।

ଏହାପୂର୍ବରୁ ସୁପ୍ରିମକୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବତଃ ସଂଜ୍ଞାନ ଭାବେ ଗ୍ରହଣ କରି ଏପରି ରାୟକୁ ନିନ୍ଦା କରିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ଜଷ୍ଟିସ ବେଲା ଏମ ତ୍ରିବେଦୀ ଏବଂ ଜଷ୍ଟିସ ପ୍ରସନ୍ନ ବି ଭାରାଲେଙ୍କ ଏକ ଖଣ୍ଡପୀଠ ହାଇକୋର୍ଟର ବିବାଦୀୟ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଶୁଣାଣି କରିବକୁ ମନା କରିଦେଇଥିଲେ। ଜଷ୍ଟିସ ବିଆର ଗଓ୍ବଇ ଏବଂ ଜଷ୍ଟିସ ଏଜି ମାସିହଙ୍କ ଖଣ୍ଡପୀଠ ବୁଧବାର ଦିନ ଏହି ମାମଲାର ଶୁଣାଣି କରିଛନ୍ତି। 

ଏହାପୂର୍ବରୁ ଦୁଇ ଅଭିଯୁକ୍ତ ପୱନ ଏବଂ ଆକାଶଙ୍କ ମାମଲାରେ ହାଇକୋର୍ଟ ଏହି ବିବାଦୀୟ ନିଷ୍ପତ୍ତି ଦେଇଥିଲେ। ପ୍ରାରମ୍ଭରେ ଉଭୟଙ୍କୁ ଦୁଷ୍କର୍ମ ଏବଂ ଯୌନ ଅପରାଧରୁ ସୁରକ୍ଷା (ପୋକ୍ସୋ) ଅଧିନିୟମ ଅଧୀନରେ ଅଭିଯୋଗ କରାଯାଇଥିଲା। କିନ୍ତୁ, ହାଇକୋର୍ଟ ଏହି ରାୟରେ କହିଥିଲେ ଯେ ତାଙ୍କ କାର୍ଯ୍ୟ ଦୁଷ୍କର୍ମ କିମ୍ବା ଦୁଷ୍କର୍ମ ପୟାସ ଭଳି ନୁହେଁ, ବରଂ କମ୍‌ ଯୌନ ନିର୍ଯାତନା ଅଭିଯୋଗ ଅନ୍ତର୍ଗତ ଅଟେ। ଆହ୍ଲାବାଦ ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ବିରୋଧ କରାଯିବା ପରେ ସୁପ୍ରିମକୋର୍ଟ ନିଜ ତରଫରୁ ମାମଲାକୁ ବିଚାରକୁ ନେଇ ଆହ୍ଲାବାଦ ହାଇକୋର୍ଟଙ୍କ ଏହି ରାୟକୁ ଭର୍ତ୍ସନା କରିଥିଲେ। 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.