ପ୍ରମୂଖ ଖବର
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସୁପ୍ରିମକୋର୍ଟଙ୍କ ବଡ଼ ରାୟ : ଲିଭ୍-ଇନ୍-ରିଲେସନ୍‌ରେ ରହି କରିପାରିବେନି ଦୁଷ୍କର୍ମ ଅଭିଯୋଗ

Published By : Rasmita Pradhan | March 6, 2025 1:01 PM

ନୂଆଦିଲ୍ଲୀ, ୦୬/୦୩ : ଲିଭ୍-ଇନ୍-ରିଲେସନ୍‌କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଦୀର୍ଘ ସମୟ ଧରି ଲିଭ୍-ଇନ୍-ରିଲେସନ୍‌ରେ ରହିବା ପରେ ପୁରୁଷ ବନ୍ଧୁଙ୍କ ବିରୋଧରେ ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ଅଭିଯୋଗ କରିପାରିବେନି ମହିଳା। ପୁରୁଷ ବନ୍ଧୁଙ୍କ ବିରୋଧରେ ହେବନି କାର୍ଯ୍ୟାନୁଷ୍ଠାନ। ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଏବଂ ଦୁଷ୍କର୍ମ ମାମଲାରେ ଶୁଣାଣି କରି ଏଭଳି ରାୟ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଦଶନ୍ଧି ଧରି ସମ୍ପର୍କ ରହିବା ପରେ ମହିଳାଙ୍କର ଏଭଳି ଅଭିଯୋଗ ଯୁକ୍ତିହୀନ। ଏହା ଅପରାଧ ନୁହେଁ ବରଂ ସମ୍ପର୍କରେ ତିକ୍ତତା। ଦୀର୍ଘ ଦିନ ଧରି ଶାରିରୀକ ସମ୍ପର୍କ ରଖିବା ପଛର କାରଣ ଯେ କେବଳ ବିବାହ ପ୍ରତିଶ୍ରୁତି ଥିଲା ତାହା କହିବା ମୁସ୍କିଲ୍ ବୋଲି କହିଛନ୍ତି କୋର୍ଟ। 

ମାମଲାଟି ହେଉଛି ଜଣେ ବ୍ୟାଙ୍କ ମ୍ୟାନେଜର ଏବଂ ଲେକଚରର୍ ପାର୍ଟନରଙ୍କର। ଦୀର୍ଘ ୧୬ ବର୍ଷ ଧରି ଲିଭ୍-ଇନ୍-ରିଲେସନସିପ୍‌ରେ ରହୁଥିଲେ ଏମାନେ। ଦୀର୍ଘ ବର୍ଷ ହେଲା ଦୁହିଁଙ୍କ ମଧ୍ୟରେ ସବୁ ଠିକ୍ ଚାଲିଥିଲା। ହଠାତ୍ ସମ୍ପର୍କରେ ଭଟ୍ଟା ପଡ଼ିଲା। ଏହାପରେ କୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ମହିଳା ପାର୍ଟନର୍। ବିବାହ ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ଏବଂ ପ୍ରେମ ପ୍ରତାରଣା ଅଭିଯୋଗ ଆଣିଥିଲେ ମହିଳା। ଏପରିକି ବୟଫ୍ରେଣ୍ଡ୍‌ଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ବି କରିଥିଲେ। ଏହି ମାମଲାରେ ଏବେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ପୁରୁଷ ବନ୍ଧୁଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲା ଖାରଜ କରିଛନ୍ତି। 

କୋର୍ଟ କହିଛନ୍ତି ଯେ, ଉଭୟ ପକ୍ଷ ଉଚ୍ଚ ଶିକ୍ଷିତ। ସେମାନେ ଆପୋସ ସହମତିରେ ଶାରିରୀକ ସମ୍ପର୍କ ରଖିଛନ୍ତି। ଦୁହେଁ ଭିନ୍ନ ଭିନ୍ନ ସହରରେ କାର୍ଯ୍ୟରତ ଥିଲେ ବି ସମ୍ପର୍କରେ ଥିଲେ। ଜଣେ ଅନ୍ୟ ଜଣଙ୍କ ଘରକୁ ଯିବା ଆସିବା କରୁଥିଲେ। ଦୀର୍ଘ ୧୬ ବର୍ଷ ହେଲା କେବଳ ବିବାହ ପ୍ରତିଶ୍ରୁତି ପାଇଁ ମହିଳା ଜଣଙ୍କ ଶାରିରୀକ ସମ୍ପର୍କ ରଖିଥିବା କହିବା ଭୁଲ୍। ଏହା ଏକ ଲମ୍ବା ସମୟ। ଏହି ସମୟ ଭିତରେ ବିନା କୌଣସି ବାଧାରେ ମହିଳା ଜଣଙ୍କ ସମ୍ବନ୍ଧ ରଖିଥିଲେ। ଏହାର ଅର୍ଥ ମହିଳାଙ୍କ ସହ କିଛି ଜବରଦସ୍ତି ହୋଇନି କି ତାଙ୍କୁ ପ୍ରତାରଣା କରାଯାଇନି। ଏହାକୁ ବଳପୂର୍ବକ କୁହାଯିବ ନାହିଁ। 

ଏହା ଅପରାଧ ନୁହେଁ ବରଂ ସମ୍ପର୍କରେ ତିକ୍ତତା। ବିନା କୌଣସି ବାଧାରେ ମହିଳା ଜଣଙ୍କ ଏତେ ଦିନ ସମ୍ବନ୍ଧରେ ରହିବା ଏହାକୁ ପ୍ରମାଣିତ କରୁଛି। ଦୀର୍ଘ ଦିନ ଧରି ଶାରିରୀକ ସମ୍ପର୍କ ରଖିବା ପଛର କାରଣ ଯେ କେବଳ ବିବାହ ପ୍ରତିଶ୍ରୁତି ଥିଲା ତାହା କହିବା ଭୁଲ୍। ଜଷ୍ଟିସ୍ ବିକ୍ରମ ନାଥ ଏବଂ ଜଷ୍ଟିସ୍ ସନ୍ଦୀପ ମେହତାଙ୍କ ବେଞ୍ଚ୍‌ ଏହି ରାୟ ଦେଇଛନ୍ତି।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.