କୋଣାର୍କ,୨୭/୦୨: ଉନ୍ନତ ଧରଣର କମନ୍ ରୁମ୍ ନିର୍ମାଣ କରିବାକୁ ଦାବି କରି ରାସ୍ତାରୋକ କଲେ କୋଣାର୍କ ଭଗବତୀ ମହାବିଦ୍ୟାଳୟର ଛାତ୍ରଛାତ୍ରୀ । ଗୁରୁବାର ଦିନ ୧୨ଟାରେ ମହାବିଦ୍ୟାଳୟ ଫାଟକ ସମ୍ମୁଖରେ ଛାତ୍ରଛାତ୍ରୀମାନେ ଧାରଣା ଦେଇଥିଲେ । ଫଳରେ କୋଣାର୍କ-ଭୁବନେଶ୍ଵର ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଯାନବାହାନ ଗୁଡିକ ଅଟକି ରହିଥିଲା । କିଛି ସମୟ ପରେ କୋଣାର୍କ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ।
ସୂଚନା ମୁତାବକ, ଭଗବତୀ ମହାବିଦ୍ୟାଳୟରେ ଉନ୍ନତ ଧରଣର କମନ୍ ରୁମ୍ ନିର୍ମାଣ ଏବଂ ଅନ୍ୟାନ୍ୟ ସମସ୍ୟା ସମ୍ପର୍କରେ ବାରମ୍ବାର ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ଅଭିଯୋଗ କରିଥିଲେ ଛାତ୍ରଛାତ୍ରୀ । ହେଲେ କଲେଜ୍ କର୍ତ୍ତୃପକ୍ଷ ଏଥିପ୍ରତି କର୍ଣ୍ଣପାତ କରୁନଥିବାରୁ ଛାତ୍ରଛାତ୍ରୀମାନେ ଅଭିଯୋଗ କରି ରାସ୍ତାରୋକ କରିଛନ୍ତି । ଏହା ଦେଖି ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ କୋଣାର୍କ ପୋଲିସ ଓ ମହାବିଦ୍ୟାଳୟର ଅଧ୍ୟାପକ ବୁଝାସୁଝା କରିବାରୁ ଛାତ୍ରଛାତ୍ରୀମାନେ ଧାରଣାରୁ ଉଠିଥିଲେ।