ପ୍ରମୂଖ ଖବର
  • ପୁରୀ : ୩୧ ଓ ୧ ତାରିଖ ପାଇଁ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା, କେବଳ ସିଂହଦ୍ୱାର ଦେଇ ପ୍ରବେଶ
  • ||
  • ନୂଆବର୍ଷରୁ କୃଷକ ପଞ୍ଜୀକରଣ ଆରମ୍ଭ, ମାର୍ଚ୍ଚ ୩୧ରେ ଶେଷ
  • ||
  • ବଣାଇ : ହାଇୱା -ସ୍କର୍ପିଓ ମଧ୍ୟରେ ମୁହାଁମୁହିଁ ଧକ୍କା : ୨ ମୃତ, ଦୁଇ ଗୁରୁତର
  • ||

ରାଜ୍ୟସ୍ତରୀୟ ଜୁଡୋ ଚାମ୍ପିଅନସିପରେ ଭାଗ ନେବେ ମାଲକାନଗିରିର ୧୫ ଆଦିବାସୀ ଛାତ୍ରଛାତ୍ରୀ

Published By : Prameya | October 7, 2024 10:28 PM

ମାଲକାନଗିରି,୭/୧୦(ଆପ୍ର ): ରାଜ୍ୟସ୍ତରୀୟ ଜୁଡୋ ଚାମ୍ପିଅନସିପରେ ଭାଗ ନେବେ ମାଲକାନଗିରି ଜିଲ୍ଲାର ୧୫ ଜଣ ଆଦିବାସୀ ଛାତ୍ରଛାତ୍ରୀ । ଆସନ୍ତା ୮  ରୁ ୧୨ ପର୍ଯ୍ୟନ୍ତ ଖୋର୍ଦ୍ଧା ଜିଲ୍ଲାର କେଟି ଗ୍ଲୋବଲ୍ ସ୍କୁଲ ପରିସର ମଧ୍ୟରେ ହେବାକୁ ଥିବା ରାଜ୍ୟସ୍ତରୀୟ ଜୁଡୋ ଚାମ୍ପିଅନସିପରେ ବିଭିନ୍ନ ବର୍ଗରେ ଭାଗ ନେବା ପାଇଁ  ମାଲକାନଗିରି ଜିଲ୍ଲାର ଖେଳାଳୀଙ୍କ ସମେତ  ସମୁଦାୟ ୧୫ ଜଣ ଖୋର୍ଦ୍ଧା ଜିଲ୍ଲାକୁ ଆଜି ଗସ୍ତ କରିଛନ୍ତି। ଖେଳାଳୀଙ୍କ ମଧ୍ୟରେ ପ୍ରାୟତ ସମସ୍ତେ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟର ହୋଇଥିବା ବେଳେ କିଛି  ବାପା ମାଆ ଛେଉଣ୍ଡ (ଅନାଥ)ଛାତ୍ର ଛାତ୍ରୀ ଖେଳାଳି ବି ଅଛନ୍ତି। 

ଜିଲ୍ଲା ଯୁଡୋ ଆସୋସିଏସନ୍ ଏବଂ ଆଓମା ଗୁରୁକୂଳର ମିଳିତ ସହଯୋଗରେ ଉକ୍ତ ସମସ୍ତ ଖେଳାଳୀଙ୍କୁ ପ୍ରଶିକ୍ଷକ ଗୁରୁ ବିନାଶ ମିଶ୍ର ପ୍ରଶିକ୍ଷଣ ଦେବା ସହିତ   ରାଜ୍ୟ ସ୍ତରୀୟ ଚାମ୍ପିଅନସିପରେ ଭାଗ ନେବା ପାଇଁ ସୁଯୋଗ ପ୍ରଦାନ କରିଛନ୍ତି। ଆଜି ଆଓମା ଗୁରୁକୁଳ ପରିସରରେ ଆଓମା ଅଧ୍ୟକ୍ଷ ରତ୍ନାକର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ   ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ସମ୍ମାନିତ ଅତିଥି ଭାବେ ଏପିଡି ଅର୍ଥ ମାନସ ମିଶ୍ର,ଏପିଡି କୌଶଳ ବିକାଶ ହିମାଂଶୁ ମହାରଣା, ରଶ୍ମି ରଞ୍ଜନ ମହାନ୍ତି, ମୁଖ୍ୟ ଵକ୍ତା ଭାବେ ଜିଲ୍ଲା କ୍ରୀଡ଼ା ଅଧିକାରୀ ମାଧବ ପାଙ୍ଗି, ଅନ୍ୟତମ ଅତିଥି ଭାବେ ଆଦର୍ଶ ଥାନା ଅଧିକାରୀ ରିଗନ୍ କିଣ୍ଡୋ ଉପସ୍ଥିତ ରହି  ଶୁଭକାମନା ଜଣାଇଥିଲେ। ଶେଷରେ ଆଓ ମା’ ଗୁରୁକୁଳର ମୁଖ୍ୟ ବିନାଶ ମିଶ୍ର ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜୁଡୋ ଆସୋସିଏସନ୍ ଏବଂ ଆଓମା ଗୁରୁକୂଳର ସମସ୍ତ ସଦସ୍ୟଙ୍କ ସହିତ ଅନେକ ସମାଜସେବୀ ଉପସ୍ଥିତ ରହି ଖେଳାଳିଙ୍କ ଶୁଭ ମନାସି କୃତକାର୍ଯ୍ୟର ସଫଳତା କାମନା କରିଥିଲେ।

ମାଲକାନଗିରି ଜୁଡୋ ଆସୋସିଏସନରୁ କନିଷ୍ଠ ବାଳକ ବର୍ଗରେ ମହେଶ ହନ୍ତାଳ, କରନ ସୀସା,ଜଗା ମାଢି,ସିମାଞ୍ଚଳ ଦଳପତି,କନିଷ୍ଟ ବାଳିକା ବର୍ଗରେ ଚାନ୍ଦିନୀ ମାଡକାମି, ବାଳକ ବର୍ଗରେ ଅର୍ଜୁନ ଖରା, ପ୍ରତାପ ପୂଜାରୀ,କନିଷ୍ଠ ପୁରୁଷ ବର୍ଗରେ ଶୂକ୍ରା କ୍ରିଷନୀ, ରାମ ମାଢି, ଶ୍ୟାମ ତ୍ରିପାଠୀ,ବରିଷ୍ଠ ପୁରଷ ବର୍ଗରେ ମାସି ହନ୍ତାଳ, ବରିଷ୍ଠ ମହିଳା ବର୍ଗରେ ସୁମିତ୍ରା ମାଢି,  ରାଜ୍ୟସ୍ତରୀୟ ଜୁଡୋ ପ୍ରତିଯୋଗୀତାରେ ଭାଗ ନେବେ। ଏମାନଙ୍କ ସହିତ ପରିଚାଳକ ଭାବେ ଲଷ୍ମୀ ସୋଡି ଓ ନକୂଳ କ୍ରିସାନି ଓ ଟିମ ମ୍ୟାନେଜର ଭାବେ ରାମ ମାଡକାମୀ ଖୋର୍ଦ୍ଧା ଅଭିମୁଖେ ଯାତ୍ରା କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.