ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଏସ୍‌ଟିଏ ଯୁଗ୍ମ କମିଶନରଙ୍କ ୧୦ କୋଟିର ସମ୍ପତ୍ତି ଠାବ, ଗିରଫ କଲା ଭିଜିଲାନ୍ସ

Published By : Harapriya Sethi | March 7, 2025 12:55 PM

ଭୁବନେଶ୍ୱର,୦୭/୦୩: ୧୫ ଏକର ଜମିରେ ଫାର୍ମ ହାଉସ୍‌ । ଚନ୍ଦ୍ରଶେଖରପୁରରେ ୩ ମହଲା ଘର, ରଘୁନାଥପୁରରେ ଫ୍ଲାଟ୍‌ କିଣିବା ପାଇଁ ୧ କୋଟି ଅଗ୍ରୀମ ଦେଇଛନ୍ତି । ଖୋର୍ଦ୍ଧାରେ ୫ ମହଲା ଓ  ପୁରୀରେ ୩ ମହଲା କୋଠା ତିଆରି ଚାଲିଛି । ଖୋର୍ଦ୍ଧା, ଭୁବନେଶ୍ୱର ଓ ନୟାଗଡ଼ରେ ୧୧ଟି ପ୍ଲଟ୍‌ ବି ରହିଛି । ଘରୁ  ମିଳିଲା ୨.୧ କେଜି ସୁନା । ଖଟ ତଳେ ୧୭.୫୫ ଲକ୍ଷ ଟଙ୍କା ନଗଦ ବି ରଖିଥିଲେ । ସେହେଲେ ଏସ୍‌ଟିଏର ଜଏଣ୍ଟ  କମିଶନର (ରୋଡ୍‌ ସେଫ୍ଟି) ପ୍ରଦୀପ କୁମାର ମହାନ୍ତି ।  ତାଙ୍କୁ ଗିରଫ କରିଛନ୍ତି ଭିଜିଲାନ୍ସ ଅଧିକାରୀ । 

ପ୍ରଦୀପଙ୍କ କଳାଧନ ବିଷୟରେ କିଛି ଲୋକ ଭିଜିଲାନ୍ସ ନିକଟରେ ପିଟିସନ୍‌ ପକାଇଥିଲେ । ଭିଜିଲାନ୍ସ ଜାଣିବାକୁ ପାଇଥିଲା ପ୍ରଦୀପ କୋଟି କୋଟି ଟଙ୍କାର ସମ୍ପତ୍ତି ଠୁଳ କରିଛନ୍ତି । କୋର୍ଟଙ୍କ ଅନୁମତି ପରେ ମାର୍ଚ୍ଚ ୬ ତାରିଖ (ଗୁରୁବାର) ତାଙ୍କ ଚନ୍ଦ୍ରଶେଖରପୁର ମୈତ୍ରୀବିହାର ଘର, କଟକ ଅଫିସ୍‌, ରଣପୁର କୁସୁପଲ୍ଳାରେ ଫାର୍ମ ହାଉସ୍‌, ସମ୍ପର୍କୀୟଙ୍କ ପେଟ୍ରୋଲ୍‌ ପମ୍ପ୍‌, ଟାଙ୍ଗୀରେ ଥିବା ପୈତୃକ ଘର ସହ ମୋଟ ୯ଟି ଜାଗାରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଠାବ ସମ୍ପତ୍ତିର ମୂଲ୍ୟ ୧୦ କୋଟିରୁ ବେଶୀ ହେବ ବୋଲି ଭିଜିଲାନ୍ସ ଆକଳନ କରିଛି । ସମ୍ପତ୍ତି ମଧ୍ୟରେ ରହିଛି,  ଭୁବନେଶ୍ୱର ମୈତ୍ରୀବିହାରରେ ୨୪ଶହ ବର୍ଗଫୁଟ୍‌ରେ ୩ ମହଲା ଘର । ରଘୁନାଥପୁରରେ ଏକ ୪ ବିଏଚ୍‌କେ  ଫ୍ଲାଟ୍‌ କିଣିବା ୧ କୋଟି ଟଙ୍କା ଅଗ୍ରୀମ ଦେଇଛନ୍ତି । ପୁରୀ  ବାଲୁଖଣ୍ଡରେ ତିଆରି ତାଲିଛି ୩ ମହଲା ଘର । ଯାହାର ଆକାର ୭୫୦୦ ବର୍ଗଫୁଟ୍‌ର ବୋଲି ଭିଜିଲାନ୍ସ କହିଛି ।  ପୁରୀରେ ୨ଟି ବେନାମୀ ଫ୍ଲାଟ୍‌ । ୧୪ ଏକର ୭୮  ଡିସ୍‌ମିଲ୍‌ରେ ଫାର୍ମ ହାଉସ୍‌, ଭୁବନେଶ୍ୱର, ଖୋର୍ଦ୍ଧା, ରଣପୁର, ନୟାଗଡ଼ରେ ୧୧ଟି ଦାମୀ ପ୍ଲଟ୍‌ ଠାବ ହୋଇଛି । 

ତା’ଛଡ଼ା ତାଙ୍କ ଘର ଖଟ ତଳୁ ୧୭ ଲକ୍ଷ ୫୫  ହଜାର ଟଙ୍କା ମିଳିଛି । ଉକ୍ତ ଟଙ୍କାରେ ୨୬ଟି ୨ହଜାର  ଟଙ୍କିଆ ନୋଟ୍‌ ରହିଛି । ଘରୁ ମୋଟ ୨.୧ କେଜି ସୁନା ଅଳଙ୍କାର ମିଳିଛି । ସେଥି ମଧ୍ୟରେ ୩ଟି ସୁନା ବିସ୍କୁଟ ରହିଛି । ପ୍ରତି ସୁନା ବିସ୍କୁଟ୍‌ର ଓଜନ ୧୦୦ ଗ୍ରାମ୍‌ ବୋଲି ଭିଜିଲାନ୍ସ କହିଛି । ୨ଟି ବେନାମୀ କାର, ୧ଟି ବାଇକ୍‌ ଓ ୧୭  ଲକ୍ଷ ଟଙ୍କାର ଦାମୀ ଗୃହ ଉପକରଣ ମିଳିଛି । ପ୍ରଦୀପଙ୍କ ବିଦେଶ ବୁଲା ଖର୍ଚ୍ଚ ଆକଳନ ଚାଲିଛି । ୯ଟି  ଟିମ୍‌ ଚଢ଼ଉ କରିଥିଲା । ଏହି  ଚଢ଼ଉରେ ୨ଜଣ ଏଏସ୍‌ପି, ୧୩  ଡିଏସ୍‌ପି, ୧୨ ଇନ୍ସପେକ୍ଟର, ୨୫  ଏସ୍‌ଆଇ ଓ ଅନ୍ୟ କର୍ମଚାରୀମାନେ ସାମିଲ ଥିଲେ ।   

ପ୍ରଦୀପ ୧୯୯୦ ନଭେମ୍ବରରେ ଜୁନିଅର ଏମ୍‌ଭିଆଇ ଭାବେ ମୟୂରଭଞ୍ଜ ଜିଲ୍ଳାରେ ଚାକିରି ଆରମ୍ଭ କରିଥିଲେ । ୨୦୦୦ ଡିସେମ୍ବର ମାସରେ ଏମ୍‌ଭିଆଇ ହୋଇଥିଲେ । ୨୦୦୩ ପର୍ଯ୍ୟନ୍ତ ଏମ୍‌ଭିଆଇ କମ୍‌ ଏଆରଟିଓ ଭାବେ ବାରିପଦାରେ କାମ କରିଥିଲେ । ୨୦୦୬ରେ ଜଗତସିଂହପୁରରେ ଆର୍‌ଟିଓ ଥିଲେ ।  ୨୦୦୬ରୁ୨୦୨୨ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଳାରେ ଆରଟିଓ ଏବଂ ଏମ୍‌ଭିଆଇ ଥିଲେ । ୨୦୨୨ରେ ଭୁବନେଶ୍ୱର  ଆରଟିଓ-୧ ଥିଲେ । ୨୦୨୨ ଜୁଲାଇରୁ ୨୦୨୩ ଜୁଲାଇ  ପର୍ଯ୍ୟନ୍ତ ଡେପୁଟି କମିଶନର (ସାଉଥ ଜୋନ୍‌) ଭାବେ  ଗଞ୍ଜାମ ଛତ୍ରପୁରରେ କାମ କରୁଥିଲେ ।  ଜୁଲାଇ ୨୦୨୩ ଠାରୁ କଟକ ଏସ୍‌ଟିଏ ମୁଖ୍ୟାଳୟରେ  ଯୁଗ୍ମ କମିଶନର (ରୋଡ୍‌ ସେଫ୍ଟି) ଭାବେ କାମ କରୁଥିଲେ । ଗୁରୁବାର ଭୋର ସମୟରେ ଭିଜିଲାନ୍ସ ତାଙ୍କ ଘରେ ଚଢ଼ଉ କରି ଉକ୍ତ ସମ୍ପତ୍ତି ଠାବ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.