ପ୍ରମୂଖ ଖବର
  • ଭୁବନେଶ୍ୱର : ପର୍ଯ୍ୟଟନ ସ୍ଥଳୀ ବୁଲାଇବା ନାଁରେ ଠକି ନେଉଥିଲା ଲକ୍ଷ ଲକ୍ଷ ଟଙ୍କା, ଅଭିଯୁକ୍ତ ସାଂସାରିକୁ ବାନ୍ଧିଲା ପୋଲିସ
  • ||
  • ସୁବର୍ଣ୍ଣପୁର : ଲାଞ୍ଚ ନେଇ ଧରାପଡିଲେ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସ ଚଢାଉ ଜାରି
  • ||
  • କାପସୀ ଛକରେ ଗୁଳିକାଣ୍ଡ, ଅଜଣା ଯୁବକଙ୍କ ଗୁଳି ଚାଳନାରେ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : OSSSC ପରୀକ୍ଷାରେ ବିଭ୍ରାଟ ! ଆନ୍ଦୋଳନକୁ ଓହ୍ଲାଇଲେ ପରୀକ୍ଷାର୍ଥୀ, ତଦନ୍ତ ପାଇଁ ଦାବି
  • ||
  • କୁଚିଣ୍ଡା : ଟ୍ରକ-କଣ୍ଟେନର ମୁହାଁମୁହିଁ ଧକ୍କା; ଦୁଇ ଚାଳକ ଜୀବନ୍ତ ଦଗ୍ଧ, ଜଣେ ଗୁରୁତର
  • ||
  • ଝାରସୁଗୁଡ଼ା : ଚୋରି କରିବାକୁ ଯିବା ବେଳେ ଓଲଟିଲା ପିକ୍ଅପ୍ ଗାଡ଼ି, ୭ ଆହତ
  • ||
  • ଆସ୍କା : ବେଆଇନ ବାଣ ତିଆରି ବେଳେ ମାଡ଼ି ବସିଲା ପୋଲିସ, ୩ ଅଟକ
  • ||
  • ଅନୁଗୁଳ : ସାଇକେଲ ଆରୋହିକୁ ଚାପି ଦେଲା ଟ୍ରକ୍‌, ବ୍ୟକ୍ତି ମୃତ
  • ||
  • ପୁଣି ତେଲକୋଇ ବନ୍ଦ ଡାକରା, ଚକଧର ଜଳପ୍ରକଳ୍ପକୁ ବିରୋଧ ଜାରି
  • ||
  • ସୁବର୍ଣ୍ଣପୁର : ତେଲନଦୀ ବ୍ରିଜରୁ ଡେଇଁଲେ ଯୁବତୀ, ଗୁରୁତର ଅବସ୍ଥାରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଦଶପଲ୍ଲା : ରେଳଧାରଣାରେ ଯୁବକଙ୍କ ଆତ୍ମହତ୍ଯା, ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
  • ||
  • ଚଣ୍ଡିଖୋଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ପଥଚାରୀଙ୍କ ଉପରେ ଚଢିଗଲା ଟ୍ରକ୍‌
  • ||
  • ଭାରତରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ, ଆଜି ମୋଦିଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ
  • ||
  • ସମ୍ବଲପୁର : ଭୀମସାରରେ ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ, ୩ ଆହତ
  • ||
  • ଆଜିଠୁ ଆର୍‌ବିଆଇ ମୁଦ୍ରାନୀତି ବୈଠକ, ରେପୋ ରେଟ୍‌ ଅପରିବର୍ତ୍ତିତ ରହିପାରେ
  • ||
  • ସମ୍ବଲପୁର : ଟ୍ରକ୍‌କୁ ପଛ ପଟୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୨ ଆହତ
  • ||
  • ବ୍ରହ୍ମପୁର : ପାର୍ବଣ ଆରମ୍ଭରୁ ହିଞ୍ଜିଳିରେ ଗଡ଼ିଲା ମୁଣ୍ଡ, କଂଗ୍ରେସ ନେତାଙ୍କୁ ବୀଭତ୍ସ ହତ୍ୟା
  • ||
  • ବଙ୍ଗୋପସାଗରରେ ନିଷ୍କ୍ରିୟ ମୌସୁମୀ, ରାଜ୍ୟରୁ ବିଳମ୍ବ ହେବ ମୌସୁମୀ ପ୍ରତ୍ୟାବର୍ତ୍ତନ: ଦିନର ତାତି କମିବନି, ଗୁଳୁଗୁଳି ବି କମିବ
  • ||
  • କୋରପୁଟ : ୮୨ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଶ୍ରୀକୃଷ୍ଣଙ୍କର ପ୍ରିୟ ହେଉଛନ୍ତି ଏହି ୪ ରାଶି, ଜନ୍ମାଷ୍ଟମୀରେ ମିଳିବ ବିଶେଷ କୃପା…

ପ୍ରତି ବର୍ଷ ଭାଦ୍ରବ ମାସର କୃଷ୍ଣ ପକ୍ଷର ଅଷ୍ଟମୀ ତିଥିକୁ ଶ୍ରୀକୃଷ୍ଣ ଜନ୍ମ ଉତ୍ସବ ପାଳନ କରାଯାଏ । ଏହାକୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ନାମରେ ବି ଜଣାଯାଏ । ସାଧାରଣ ଭାବରେ ଏହି ପର୍ବକୁ ଦୁଇଦିନ ଯାଏଁ ପାଳନ କରାଯାଏ । ପ୍ରଥମ ଦିନ ଗୃହସ୍ଥ ଏବଂ ଦ୍ବିତୀୟ ଦିନ ବୈଷ୍ଣବ ସଂପ୍ରଦାୟର ଲୋକ ଜନ୍ମାଷ୍ଟମୀ ପାଳନ କରନ୍ତି । ଚଳିତ ବର୍ଷ ଅଗଷ୍ଟ ୨୬ ତାରିଖକୁ ଜନ୍ମାଷ୍ଟମୀ ପାଳନ କରାଯାଉଛି । ଜ୍ୟୋତିଷ ଶାସ୍ତ୍ରରେ ୧୨ଟି ରାଶି ବର୍ଣ୍ଣିତ ରହିଛି । ପ୍ରତ୍ୟୋକ ରାଶି ଉପରେ କୌଣସି ନା କୌଣସି ଦେବା ଦେବୀଙ୍କ ବିଶେଷ କୃପା ରହିଥାଏ । ଏବେ ଆସନ୍ତୁ ଜାଣିବା ଜନ୍ମାଷ୍ଟମୀର ପବିତ୍ର ଅବସରରେ ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରିୟ ରାଶି ଗୁଡିକ ବିଷୟରେ…

ବୃଷ ରାଶି : ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃଷ ରାଶି ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ରାଶିମାନଙ୍କ ଭିତରୁ ଗୋଟିଏ । କୁହାଯାଏ କି, ଶ୍ରୀକୃଷ୍ଣଙ୍କ କୃପାରୁ ଏହି ରାଶିର ଲୋକଙ୍କୁ ବଡ ସଫଳତା ମିଳିଥାଏ । ଏହି ରାଶିର ଲୋକମାନେ ଜଟିଳ ପରିସ୍ଥିତିକୁ ମଧ୍ୟ ଭଲ ଭାବରେ ସମ୍ଭାଳି ନିଅନ୍ତି । 

କର୍କଟ ରାଶି: କର୍କଟ ରାଶି ଧାରକଙ୍କ ଉପରେ ଶ୍ରୀକୃଷ୍ଣଙ୍କ କୃପା ରହିଥାଏ । ଜ୍ୟୋତିଷଙ୍କ ଅନୁଯାୟୀ, ଏହି ରାଶିର ଯେଉଁ ଲୋକ ନିୟମିତ ଭାବରେ ଶ୍ରୀକୃଷ୍ଣଙ୍କ ପୂଜାର୍ଚ୍ଚନା କରିଥାଏ, ତାଙ୍କ ଜୀବନରେ କିଛି ଅଭାବ ରହିନଥାଏ ।

ସିଂହ ରାଶି: ଭଗବାନ ଶ୍ରୀକୃଷ୍ଣଙ୍କର ଅତି ପ୍ରିୟ ରାଶି ହେଉଛି ସିଂହ ରାଶି । ଏହି ରାଶିର ଜାତକ ସାହସୀ ଏବଂ ପରାକ୍ରମୀ ହୋଇଥାନ୍ତି । କୁହାଯାଏ କି, ନିୟମିତ ରୂପରେ କୃଷ୍ଣଙ୍କ ଉପାସନା କରିବା ଦ୍ବାରା ଏହି ରାଶିର ଜାତକଙ୍କ ଭାଗ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ । ଅଟକିଥିବା କାମ ବି ସଫଳ ହୋଇଥାଏ । 

ତୁଳା ରାଶି: ତୁଳା ରାଶିର ବ୍ୟକ୍ତିଙ୍କ ଉପରେ ଭଗବାନ କୃଷ୍ଣଙ୍କ କୃପାଦୃଷ୍ଟି ରହିଥାଏ । ଏହା ଶ୍ରୀକୃଷ୍ଣଙ୍କ ପ୍ରିୟ ରାଶି ମାନଙ୍କ ଭିତରେ ଗୋଟିଏ । କୁହାଯାଏ ଏହି ରାଶିର ଜାତକ ଧାରକଙ୍କୁ ପୂଜାର୍ଚ୍ଚନା କରିବା ଦ୍ବାରା ଶୁଭଫଳ ପ୍ରାପ୍ତି ହୋଇଥାଏ । 

ହିନ୍ଦୁ ଧର୍ମ ଗ୍ରନ୍ଥ ଅନୁସାରେ ଭାଦ୍ରବ ମାସର କୃଷ୍ଣ ଅଷ୍ଟମୀ ତିଥିକୁ ଅର୍ଦ୍ଧ ରାତ୍ରିରେ ରୋହିଣୀ ନକ୍ଷତ୍ରରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମ ହୋଇଥିଲା । ଶାସ୍ତ୍ରରେ ଶ୍ରୀକୃଷ୍ଣଙ୍କୁ ଭଗବାନ ବିଷ୍ଣୁଙ୍କ ଅଷ୍ଟମ ରୂପ କୁହାଯାଏ । ଜନ୍ମାଷ୍ଟମୀ ଦିନ କୃଷ୍ଣ ରୂପରେ ଭଗବାନ ବିଷ୍ଣୁ ଅତ୍ୟାଚାରୀ କଂସ ଠାରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ଜନ୍ମ ଗ୍ରହଣ କରିଥିଲେ । 

 

 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.