କଟକ ,୨୮।୧୨ : ଶ୍ରୀମନ୍ଦିରରେ ଗଛିତ ଥିବା ମହାପ୍ରଭୁଙ୍କ ରତ୍ନ ଗୁଡିକର ଗଣତି ମଣତି କାର୍ଯ୍ୟକୁ ରାଜ୍ୟର କୁଶଳୀ କାରିଗର ମାନେ ସମ୍ପାଦନ କରିପାରିବେ ବୋଲି ଆଶା ପୋଷଣ କରିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ। ଏବେ ଭଣ୍ଡାର ମରାମତି କାମ ଆରମ୍ଭ ହୋଇଯାଇଛି , ଯାହା ହୁଏତ ନିର୍ଦ୍ଧିଷ୍ଟ ସମୟ ଭିତରେ ଶେଷ ହୋଇପାରେ। କିନ୍ତୁ ଗଣତି ମଣତି ପାଇଁ ଧେର୍ଯ୍ୟ ରଖିବାକୁ ହେବ ବୋଲି କହିଛନ୍ତି ଜଷ୍ଟିସ ରଥ।
ଯେହେତୁ ଅନେକ ଦୁର୍ମୁଲ୍ୟ ଏବଂ ପୁରୁଣା ଯୁଗର ରତ୍ନ ସବୁ ରହିଛି, ତେଣୁ ସେସବୁକୁ ଚିହ୍ନିବା ଏବଂ ତାର ସଠିକ ରକ୍ଷଣା ବେକ୍ଷଣ ପାଇଁ ସମୟ ଲାଗିପାରେ। ତେବେ ରାଜ୍ୟରେ ଅନେକ କୁଶଳୀ ତଥା ଅନୁଭବୀ କାରିଗର ଅଛନ୍ତି, ଯେଉଁମାନଙ୍କ ସହାୟତାରେ ଏ କାର୍ଯ୍ୟ ସମ୍ପାଦନ ହୋଇପାରିବ ବୋଲି କହିଛନ୍ତି ଜଷ୍ଟିସ ବିଶ୍ୱନାଥ ରଥ।