ପ୍ରମୂଖ ଖବର
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା: ଆଉ ୨ ଗିରଫ
  • ||
  • ମାଲକାନଗିରି : ନଈ ପାରି ହେବା ସମୟରେ ପାଣିରେ ଭାସି ଯାଇ ଦୁଇ ଯୁବକ ମୃତ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ମାମଲାରେ ଆକ୍ସନ୍‌, ୫ ଜଣଙ୍କୁ ନିଲମ୍ବନ କଲା ରାଜ୍ୟ ବିଜେପି
  • ||
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଓଡ଼ିଶା ଗସ୍ତରରେ ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି: ଓଡ଼ିଶା, ସିଙ୍ଗାପୁର ମଧ୍ୟରେ ସ୍ୱାକ୍ଷର ହେବ ୮ ଚୁକ୍ତି

Published By : Prameya | January 17, 2025 8:06 AM

ଭୁବନେଶ୍ୱର/କୋଣାର୍କ,୧୭/୦୧: ଶୁକ୍ରବାର ୨ଦିନିଆ ଓଡ଼ିଶା ଗସ୍ତରେ ଆସିବେ ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌ । ସେ ଓଡ଼ିଶା ଆସିବା  ପରେ ରାଜ୍ୟରେ ନିବେଶ ବଢ଼ିବା ଆଶା ଉଜ୍ଜଳ ହୋଇଛି । ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ  ରାଜ୍ୟରେ ସେମିକଣ୍ଡକ୍ଟର, କ୍ରିଟିକାଲ ମିନେରାଲ  କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ୮ଟି  ଏମଓୟୁ ସ୍ୱାକ୍ଷର ହେବ ।  

ସେଥିମଧ୍ୟରେ ସେମିକଣ୍ଡକ୍ଟର ଓ ଦକ୍ଷତା ପାଇଁ ଦକ୍ଷତା ବିକାଶ ଓ ବୈଷୟିକ ଜ୍ଞାନକୌଶଳ ଶିକ୍ଷା ବିଭାଗ  ଓ ସିଙ୍ଗାପୁରର ଆଇଟିଇଇଏସ ମଧ୍ୟରେ ଏକ ଚୁକ୍ତି  ହେବ । ସେହିପରି ଇଣ୍ଡଷ୍ଟ୍ରିଆଲ ପାର୍କ ପାଇଁ ଇଡକୋ ଓ  ସେମ୍ବକର୍ପ, ଗ୍ରୀନ୍‌ ହାଇଡ୍ରୋଜେନ୍‌ କରିଡର ପାଇଁ ଶିଳ୍ପ  ବିଭାଗ ଓ ସେମ୍ବକର୍ପ ଏବଂ ସୁରବନ୍‌ ଜୁରୋଙ୍ଗ, ନୂଆ  ସହର ଯୋଜନା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ  ଏବଂ ସୁରବନ୍‌ ଜୁରୋଙ୍ଗ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ ।  

ସେହିପରି ପେଟ୍ରୋକେମିକାଲ୍ସ, ପେଟ୍ରୋକେମିକାଲ୍ସ  ଇନଭେଷ୍ଟମେଣ୍ଟ ରିଜନ୍‌ (ପିସିଆଇପିଆର) ପାଇଁ ଶିଳ୍ପ  ବିଭାଗ ଓ ସୁରବନ୍‌ ଜୁରୋଙ୍ଗ, ନୂଆ ବିଦ୍ୟୁତ ଶକ୍ତି ପ୍ରକଳ୍ପ  ପାଇଁ ଶକ୍ତି ବିଭାଗ ଓ ନନ୍‌ୟାଙ୍ଗ ଟେକ୍ନୋଲୋଜିକାଲ  ବିଶ୍ୱବିଦ୍ୟାଳୟ ଏବଂ ଶେଷରେ ଫିନଟେକ୍‌ ପାଇଁ ଇଲ୍‌କ୍ଟ୍ରୋନିକ୍ସ ଆଣ୍ଡ ଇନଫରମେସନ୍‌ ଟେକ୍ନୋଲୋଜି  ବିଭାଗ ସହ ନନ୍‌ୟାଙ୍ଗ ଟେକ୍ନୋଲୋଜିକାଲ  ବିଶ୍ୱବିଦ୍ୟାଳୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷର ହେବ ।  

ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌ ଶୁକ୍ରବାର  ପୂର୍ବାହ୍ନ ୧୦.୫୦ରେ ଭୁବନେଶ୍ୱର ବିମାନବନ୍ଦରରେ  ପହଞ୍ଚିବେ । ଅପରାହ୍ଣ ୨ଟାରେ ମୁଖ୍ୟମନ୍ତ୍ରୀ ମୋହନ  ଚରଣ ମାଝୀ ତାଙ୍କୁ ଭେଟିବେ । ୧୮ ତାରିଖରେ ରାଷ୍ଟ୍ରପତି ପୁରୀ ଜିଲ୍ଲାର ଐତିହ୍ୟ ଗାଁ ରଘୁରାଜ ପୁର ଯିବେ । ଏହାପରେ ସେ ଆଇଓସିଏଲ୍‌ ବ୍ୟାଖ୍ୟାନ କେନ୍ଦ୍ର ଓ  କୋଣାର୍କ ବୁଲି ଦେଖିବେ । ସେହିଦିନ ଅପରାହ୍ଣରେ  ଭୁବନେଶ୍ୱର ଉପକଣ୍ଠ ଅନ୍ଧାରୁଆ ସ୍ଥିତ ଭାରତ ବାୟୋଟେକ  ଟୀକା ପ୍ରସ୍ତୁତ କେନ୍ଦ୍ର ପରିଦର୍ଶନ କରିବେ ।  

ଗୁରୁବାର ସିଙ୍ଗାପୁର ରାଷ୍ଟ୍ରପତି ଥର୍ମନ ଶନ୍ମୁଗରତ୍ନମ୍‌  ଦିଲ୍ଲୀରେ ପହଞ୍ଚିବା ପରେ ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭେଟିଥିଲେ । ସେ ରାଷ୍ଟ୍ରପତି ଭବନ ମଧ୍ୟ  ପରିଦର୍ଶନ କରିଥିଲେ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି ମଧ୍ୟ ସିଙ୍ଗାପୁର ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କୁ  ସ୍ୱାଗତ କରିଥିଲେ। ଉଭୟେ ଦୀର୍ଘ ସମୟ ପର୍ଯ୍ୟନ୍ତ  ଭାରତ-ସିଙ୍ଗାପୁରର ଭାଗିଦାରିତା ଉପରେ ଆଲୋଚନା  କରିଥିଲେ । ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ତାଙ୍କୁ  ଭେଟି ଭାରତରେ ସେମିକଣ୍ଡକ୍ଟର ଏଆଇ ରେଳ  ଚଳାଚଳ ନେଇ ସିଙ୍ଗାପୁର ଓ ଭାରତ ମିଳିତ ଭାବେ  କାମ କରିବେ ବୋଲି ଆଲୋଚନା କରିଥିଲେ । ଏବେ  ସିଙ୍ଗାପୁର ରାଷ୍ଟ୍ରପତି ଭାରତର ସେମିକଣ୍ଡକ୍ଟର ଶିଳ୍ପରେ  ଭାଗନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ବୋଲି ଶ୍ରୀ  ବୈଷ୍ଣବ ଏକ୍ସରେ ସୂଚନା ଦେଇଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.