ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

୧୪ରେ ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା: ସକାଳ ୮ରୁ ରାତି ସାଢ଼େ ୧୦ ଦାରୁଦିଅଁଙ୍କ ସୁନାବେଶ

Published By : Prameya | March 7, 2025 10:25 AM

ପୁରୀ,୦୭/୦୩:  ଆସନ୍ତା ୧୪ ତାରିଖ ଶୁକ୍ରବାର ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା । ଶ୍ରୀମନ୍ଦିରରେ ଦାରୁଦିଅଁ ସୁନାବେଶରେ ବିଭୁଷିତ ହେବେ । ସକାଳ ୮ଟାରେ ଠାକୁରଙ୍କ ସୁନାବେଶ ଆରମ୍ଭ ହୋଇ ସାଢ଼େ ୯ଟାରେ ସମ୍ପନ୍ନ ହେବ । ରାତ୍ର ୧୦ଟା ୩୫ ମିନିଟ୍‌ରେ ବେଶ ମଇଲମ ହେବ। ବେଶରେ  ଥାଇ ଠାକୁରେ ଅବିର ଓ ଝିମିରି ଫଗୁ ଲାଗି ହେବେ । ଇତି ମଧ୍ୟରେ ଅପରାହ୍ନ  ୧୨ଟା୩୦ମିନିଟ୍‌ରେ ଶ୍ରୀ ଦୋଳଗୋବିନ୍ଦ,  ଲକ୍ଷ୍ମୀ ଓ ସରସ୍ୱତୀ ଦୋଳବେଦିକୁ ବିଜେ  କରି ଦୋଳତ୍ସୋବ ନୀତି ସାରି ରାତି  ସାଢ଼େ ୮ଟାରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ  କରିବେ । ଏହି ଅବସରରେ ଭକ୍ତମାନେ  ଶ୍ରୀମନ୍ଦିରରେ ସୁନାବେଶରେ ଠାକୁରଙ୍କୁ  ଦର୍ଶନ କରି ଦୋଳବେଦିରେ ଠାକୁରଙ୍କ  ଲାଗି ଫଗୁ ଲଗାଇ ଧନ୍ୟ ହେବେ।

ଗୁରୁବାର ଛତିଶା ନିଯୋଗ  ବୈଠକରେ ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା  ନିର୍ଦ୍ଧାରିତ ନୀତି ନୀର୍ଘଣ୍ଟ ଅନୁସାରେ  ପ୍ରାତଃ ୩ଟାରେ ସିଂହଦ୍ୱାର ଖୋଲାଯାଇ  ୩ଟା ୩୦ରେ ଭିତର ଶୋଧ, ୪ଟାରେ  ମଙ୍ଗଳ ଆଳତି, ୪ଟା୧୫ରେ ମଇଲମ,  ସାଢ଼େ ୪ଟାରେ ତଡ଼ପଲାଗି ସରି ୫ଟା୧୫ମିନିଟ୍‌ରେ ଠାକୁରଙ୍କ ଅବକାଶ  ବଢ଼ିବ । ଠାକୁରଙ୍କ ଖଇକୋରା ଭୋଗ  ଓ ଭିତର ବେଢ଼ା ସରି ୮ଟାରେ  ଦୋଳଗୋବିନ୍ଦ, ଲକ୍ଷ୍ମୀ, ସରସ୍ୱତୀ  ନାଭି କଟା ମଣ୍ଡପକୁ ବିଜେ କରିବେ । ଏହାପରେ ଶ୍ରୀବିଗ୍ରହଙ୍କ ରାଜାଧିରାଜ  ବେଶ ଅନୁଷ୍ଠିତ ହେବ । ନାଭିକଟା ମଣ୍ଡପ  ନୀତି ସାରି ପୂର୍ବାହ୍ନ ୧୦ଟାରେ ବିମାନକୁ  ଦୋଳଗୋବିନ୍ଦ, ଲକ୍ଷ୍ମୀ, ସରସ୍ୱତୀ(ଦୋଳ  ଠାକୁର) ବିଜେ କରିବେ । ବିଜେ  ଠାକୁରଙ୍କୁ ବଡ଼ଦେଉଳରେ ୭ ଘେରା  ବେଢ଼ା କରାଇ ଦୋଳବେଦିରେ ବିଜେ  କରାଯିବ ।  

ଦୋଳବେଦିରେ ମହାଜନେ  ଦୋଳିରେ ଦୋଳଠାକୁରଙ୍କୁ ବିଜେ  କରିବା ପରେ ସର୍ବସାଧାରଣ ଦର୍ଶନ  ହେବ । ରାତ୍ର ୯ଟାରେ ଦୋଳବେଦିରୁ ଶ୍ରୀମନ୍ଦିରକୁ ଠାକୁରେ ବାହୁଡ଼ି ଅନ୍ୟାନ୍ୟ  ନୀତି ସରିଲେ ମହାପ୍ରଭୁଙ୍କ ସୁନାବେଶ  ଉଲାଗି ହୋଇ ୧୧ଟା୩୦ରେ ଠାକୁରଙ୍କ  ମହାସ୍ନାନ ବଢିବ। ଅନ୍ୟାନ୍ୟ ନୀତି  ସହ ସନ୍ଧ୍ୟା ଆଳତି, ଚନ୍ଦନ ଲାଗି,  ବଡ଼ସିଂହାର ବେଶ ଓ ଭୋଗ ଆଦି ବଢ଼ି  ରାତ୍ର ୩ଟା ୪୫ରେ ଠାକୁରଙ୍କ ରାତ୍ର ପହୁଡ଼ ହେବ । ଦୋଳଯାତ୍ରାରେ ମୁଖ୍ୟତଃ  ଶ୍ରୀରାଧାକୃଷ୍ଣ ବିଜେ ହେଉଥିବା ସ୍ଥଳେ  ଶ୍ରୀକ୍ଷେତ୍ରରେ ଶ୍ରୀଦୋଳଗୋବିନ୍ଦଙ୍କ ସହ  ଶ୍ରୀଦେବୀ ଓ ଭୂଦେବୀଙ୍କ ନୀତି ସମ୍ପନ୍ନ  ହୋଇଥାଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.