ଦାରିଙ୍ଗବାଡି, ୨୪/୧୧: ସମଗ୍ର କନ୍ଧମାଳ ଜିଲ୍ଲାରେ ବର୍ତ୍ତମାନ ଅସହ୍ୟ ଜାଡ଼ ଅନୁଭବ ହେଉଛି । ଜିଲ୍ଲାର ଦାରିଙ୍ଗବାଡି ବ୍ଲକରେ ଶୀତର ଅଧିକା ପ୍ରଭାବ ଦେଖିବାକୁ ମିଳୁଛି । ତାପମାତ୍ରା ଦିନକୁ ଦିନ ତଳ ମୁହାଁ ହେଉଥିବା ବେଳେ ୧୦ ଡିଗ୍ରୀ ପାଖାପାଖି ରହିଛି । ଅସହ୍ୟ ଶୀତ ସହ ପାଣି ଜାଡ଼ ଯୋଗୁଁ ପାଣିରେ ହାତ ଦେବା ମଧ୍ୟ କଷ୍ଟ ହୋଇପଡୁଥିବା ଜଣାପଡିଛି ।
ଶୀତ ଯୋଗୁଁ ସକାଳୁ ଲୋକମାନେ ନିଜ ନିଜର କାମରେ ବାହାରକୁ ବାହାରିବା କଷ୍ଟକର ହୋଇପଡିଛି । ଚାଷ କାମରେ ଘରୁ ବାହାରି ହେଉନି । ଶୀତରୁ ମୁକ୍ତି ପାଇବା ପାଇଁ ସବୁଠି ଲୋକ ନିଆଁ ଜାଳିଥିବା ଦେଖିବାକୁ ମିଳିଛି । ଶୀତରୁ ରକ୍ଷା ପାଇବା ପାଇଁ ଚା’ଦୋକାନ ଗୁଡିକରେ ମଧ୍ୟ ଭିଡ଼ ଜମୁଛି । ପର୍ଯ୍ୟଟକ ଦୈନିକ ଦାରିଙ୍ଗବାଡି ଆସି ବଣ ଭୋଜି କରିବା ସହ ଶୀତର ମଜା ନେଉଛନ୍ତି।