ଜଗତସିଂହପୁର,୦୫/୦୮: ସହରରେ କାୟା ମେଲାଇଛି ସେକ୍ସ ର୍ୟାକେଟ୍ । ନିକଟରେ ଚର୍ଚ୍ଚିକା ବଜାର ପାଖରେ ସେକ୍ସ ର୍ୟାକେଟ୍ ଚାଲୁଥିବାର ଚର୍ଚ୍ଚା ମଧ୍ୟ ହୋଇଥିଲା । ଏବେ କିନ୍ତୁ ଠିକଣା ବଦଳିଛି । ସହର ଉପକଣ୍ଠ ପୁରୋହିତପୁର ନିକଟ ଏକ ୩ ମହଲା କୋଠାରେ ଏବେ ଦେହଜୀବୀ ଏବଂ ଗ୍ରାହକଙ୍କ ଭିଡ଼ ଲାଗିଛି । ଫୋନ୍ ନମ୍ବର ମଧ୍ୟ ଜାରି ହୋଇଛି । ତେବେ କୋଡ୍ ୱାର୍ଡ ନ କହିଲେ ଅପରପକ୍ଷରୁ କୌଣସି ଉତ୍ତର ମିଳୁନାହିଁ । କୋଡ୍ ୱାର୍ଡ ହେଉଛି ‘ଡ୍ରାଇଭର୍ ବାବୁ ନମ୍ବର ଦେଇଥିଲେ’ । ଏହି ଦୁଇ ପଦ କହିବା ମାତ୍ରେ ସେପଟୁ ରାତିକ ଦର ଛିଡ଼ିବ । ଆବଶ୍ୟକ ସ୍ଥଳେ ଗ୍ରାହକ ଚାହିଁଲେ ତାଙ୍କ ହ୍ୱାଟସ୍ଆପ୍ ନମ୍ବରକୁ ସୁନ୍ଦରୀ ତରୁଣୀମାନଙ୍କ ଫଟୋକୁ ଛଡ଼ି ଦିଆଯିବ ।
ବେଶ କିଛି ଦିନ ଧରି ଏହି କୋଠାରେ ସେକ୍ସ ଆଡ୍ଡା ଚାଲୁଥିବା କୁହାଯାଉଛି । ସନ୍ଧ୍ୟା ପରେ ଅଧିକ ଗହଳି ପରିଲକ୍ଷିତ ହେଉଛି । ଜଣେ ମଧ୍ୟବୟସ୍କା ମହିଳା ଏହି ର୍ୟାକେଟ୍ର ମୁଖ୍ୟ ସାଜିଛନ୍ତି । ପାଖାପାଖି ୫ରୁ ଊଦ୍ଧ୍ୱର୍ ବଂଗୀୟ ଯୁବତୀ ଏଠାକୁ ଆସିଛନ୍ତି । କୁହାଯାଉଛି କି କୋଠାର ମାଲିକ ଏଠାରେ ରହୁନଥିବାରୁ ବେଶ ସହଜରେ ଉକ୍ତ ର୍ୟାକେଟ୍ ନିଜର ବ୍ୟବସାୟ ଚଲାଉଛନ୍ତି । ନିକଟରେ ଚର୍ଚ୍ଚିକା ବଜାର ଅଞ୍ଚଳରେ ଉକ୍ତ ର୍ୟାକେଟ୍ ସକ୍ରିୟ ଥିଲା । ତେବେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ ତନାଘନା କରିବା ଭୟରେ ଏହି ର୍ୟାକେଟ୍ ଏବେ ପୁରୋହିତପୁର ଅଞ୍ଚଳକୁ ଉଠି ଯାଇଥିବା ଚର୍ଚ୍ଚା ହେଉଛି ।