ପୁରୀ, ୨୨।୯ : ପୁଣି ପୁରୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ। ଭୁଜାଲିରେ ଜଣେ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ପୁରୀ ଗାଣ୍ଡୁଆ ଚଉରା ଛକରେ ଘଟିଛି ଘଟଣା। ଆକ୍ରମଣର ଶିକାର ହୋଇଥିବା ସେବାୟତ ଜଣକ ହେଉଛନ୍ତି ଜଗନ୍ନାଥ ସିଂହାରୀ। ଜଗନ୍ନାଥଙ୍କ ହାତ ଓ ମୁଣ୍ଡରେ ଲାଗିଛି ଗଭୀର ଆଘାତ। ଚିକିତ୍ସା ପାଇଁ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଟାଉନ ଥାନା ପୋଲିସ ଘଟରାର ଛାନଭିନ୍ ଆରମ୍ଭ କରିଛି । ଆକ୍ରମଣର କାରଣ ଅସ୍ପଷ୍ଟ ରହିଛି।
ଆହୁରି ପଢନ୍ତୁ : ଶ୍ରୀମନ୍ଦିର ସିଂହଦ୍ଵାର ବ୍ୟାରିକେଡ଼ ଭିତରେ ପଶିଲା କୁନି ପିଲାର ମୁଣ୍ଡ, ସୁରକ୍ଷିତ ଭାବେ ଉଦ୍ଧାର