ନୂଆଦିଲ୍ଲୀ: ସଲମାନ ଖାନଙ୍କ ସିକନ୍ଦରକୁ ନେଇ ଏବେ ଚାରି ଆଡେ ଚର୍ଚ୍ଚା। ସଲମାନ ଖାନ ସିକନ୍ଦର ମାଧ୍ୟମରେ ବକ୍ସ ଅଫିସରେ ଧମାଲ କରିବାକୁ ଯାଉଛନ୍ତି। ଏହି ଫିଲ୍ମଟି ଇଦ୍ ଅବସରରେ ମୁକ୍ତିଲାଭ କରୁଛି। ଏହି ଫିଲ୍ମରେ ରଶ୍ମିକା ମନ୍ଦାନ୍ନା, କାଜଲ ଅଗ୍ରୱାଲ, ଶର୍ମନ ଜୋଶୀଙ୍କ ଭଳି ଷ୍ଟାରମାନେ ନଜର ଆସିବେ। ଫିଲ୍ମର ଟ୍ରେଲର ମଧ୍ୟ ରିଲିଜ୍ ହୋଇସାରିଛି। ସଲମାନ ଖାନଙ୍କୁ ଆକ୍ସନ ଅବତାରରେ ଦେଖିବା ପାଇଁ ପ୍ରଶଂସକ ମାନେ ବହୁତ ଉତ୍ସାହିତ। ଏବେ ଆସନ୍ତୁ ଜାଣିବା ଏହି ବିଗ୍ ବଜେଟରେ ଫିଲ୍ମରେ ସଲମାନ ଖାନ କେତେ ଫିସ୍ ନେଇଛନ୍ତି ...
ବଲିଉଡ୍ ଶାଦିଜ୍ ଅନୁଯାୟୀ, ସଲମାନ ଖାନ ଏହି ଫିଲ୍ମ ପାଇଁ ମୋଟା ଅଙ୍କର ଫିସ୍ ନେଇଛନ୍ତି। ସେ ଫିଲ୍ମର ବଜେଟର ଅଧାରୁ ଅଧିକ ଟଙ୍କା ନେଇଛନ୍ତି। ଫିଲ୍ମର ବଜେଟ୍ ୨୦୦ କୋଟି ଟଙ୍କା ଏବଂ ରିପୋର୍ଟ ଅନୁଯାୟୀ ସଲମାନ ଖାନ ୧୨୦କୋଟି ଟଙ୍କା ଚାର୍ଜ କରିଛନ୍ତି। ଏହା ସହିତ, ଫିଲ୍ମର ଲାଭ ଅଂଶରେ ତାଙ୍କର ମଧ୍ୟ ଅଂଶ ଅଛି।
ଫିଲ୍ମରେ ରଶ୍ମିକା ମନ୍ଦାନା ଫିମେଲ୍ ଲିଡ୍ ଭୂମିକାରେ ଅଛନ୍ତି। ରଶ୍ମିକା ମନ୍ଦାନା ଆନିମଲ୍, ପୁଷ୍ପା, ପୁଷ୍ପା 2 ଏବଂ ଛାବା ଭଳି ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ଏବେ ଯାହା ସୂଚନା ରହିଛି, ସିକନ୍ଦର ପାଇଁ ତାଙ୍କୁ ବହୁତ କମ୍ ପାରିଶ୍ରମିକ ମିଳିଛି। ରିପୋର୍ଟ ଅନୁସାରେ, ରଶ୍ମିକା ସଲମାନ ଖାନଙ୍କ ତୁଳନାରେ ୨୪ ଗୁଣ କମ୍ ଫିସ୍ ପାଇଛନ୍ତି। ତାଙ୍କୁ ୫ କୋଟି ଟଙ୍କା ଫିସ୍ ମିଳିଛି ବୋଲି ସୂଚନା ରହିଛି। ସେହିଭଳି କାଜଲ ଅଗ୍ରୱାଲ ଏହି ଫିଲ୍ମ ପାଇଁ ୩ କୋଟି ଟଙ୍କା ଫିସ୍ ନେଇଛନ୍ତି। ଫିଲ୍ମରେ ଶର୍ମନ ଜୋଶୀଙ୍କୁ ମଧ୍ୟ ଦେଖିବାକୁ ମିଳିଛି । ଏଥିପାଇଁ ତାଙ୍କୁ ୭୫ ଲକ୍ଷ ଟଙ୍କା ଫିସ୍ ମିଳିଛି, ଯେତେବେଳେ କି ପ୍ରତୀକ ବବରଙ୍କୁ ୬୦ ଲକ୍ଷ ଟଙ୍କା ଫିସ୍ ମିଳିଛି। ବାହୁବଳୀରେ କଟ୍ଟପ୍ପା ଭୂମିକା ପାଇଁ ଜଣାଶୁଣା ସତ୍ୟରାଜଙ୍କୁ ଏହି ଫିଲ୍ମ ପାଇଁ ୫୦ ଲକ୍ଷ ଟଙ୍କା ଫିସ୍ ମିଳିଛି।