ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଦିଲ୍ଲୀପ କୁମାରଙ୍କ ବିଷୟରେ ଏକ ବଡ଼ କଥାର ଖୁଲାସା କଲେ ପତ୍ନୀ ସାୟରା ବାନୋ

ମୁମ୍ୱାଇ : ବଲିଉଡ୍‌ର ପ୍ରସିଦ୍ଧ ଆକ୍ଟରଙ୍କ ମଧ୍ୟରୁ ଜଣେ ଦିଲ୍ଲୀପ କୁମାର ୩ ବର୍ଷ ପୂର୍ବେ ଏହି ଦୁନିଆକୁ ଅଲବିଦା କହି ଥିଲେ। ଦିଲ୍ଲୀପ କୁମାରଙ୍କର ତୃତୀୟ ଡେଥ୍‌ ଆନିଭର୍ସାରୀରେ ତାଙ୍କର ପତ୍ନୀ , ଭେଟରାନ ଅଭିନେତ୍ରୀ ସାୟରା ବାନୋ ସୋସିଆଲ ମିଡ଼ିଆରେ ତାଙ୍କୁ ମନେପକାଇ ଏକ ବଡ଼ ଲେଖା ସେୟାର କରିଛନ୍ତି। 

ସାୟର ନିଜର ଏହି ଲେଖାରେ ଦିଲ୍ଲୀପ ସାହେବଙ୍କ ସହ ଜଡ଼ିତ କିଛି ହୃଦୟସ୍ପର୍ଶୀ କଥା କହିଛନ୍ତି। ସେ କହିଛନ୍ତି , ଦିଲ୍ଲୀପ କୁମାରଙ୍କୁ ଇନସୋମ୍ନିୟାର ଗୁରୁତର ଅଭିଯୋଗ ଥିଲା, ଅର୍ଥାତ୍‌ ତାଙ୍କୁ ନିଦ ହିଁ ଆସୁ ନଥିଲା। ସେ ଏଥିପାଇଁ ଔଷଧ ମଧ୍ୟ ଖାଉ ଥିଲେ, କିନ୍ତୁ ତାହା ମଧ୍ୟ ପ୍ରଭାବହୀନ ରହିଥିଲା।

ନିଜର ନୋଟ୍‌ରେ ସାୟରା ବାନୋ କହିଛନ୍ତି, ସାହେବ ( ଦିଲ୍ଲୀପ କୁମାର) ଜଣେ ଅଲ୍‌ ଟାଇମ୍‌ ଗ୍ରେଟ୍ ଆକ୍ଟର ଥିଲେ। ତାଙ୍କ ପାଇଁ ସବୁ ଜିନିଷ ଉପଲବ୍ଧ ଥିଲା, ତଥାପି ବହୁତ ଲୋକଙ୍କୁ ଜଣା ନଥିଲା କି, ତାଙ୍କୁ ଇନସୋମ୍ନିଆ ଥିଲା। ଆମର ବିବାହ ପୂର୍ବରୁ , ଔଷଧ ନେବା ପରେ ମଧ୍ୟ , ସେ ସକାଳ ସୁଦ୍ଧା ଜାଗ୍ରତ ରହୁ ଥିଲେ। ହେଲେ ଥରେ ଯେବେ ଆମର ବିବାହ ହୋଇଗଲା ଏବଂ ଆମେ ପରସ୍ପର ବିନା ରହିବା ମୁସ୍କିଲ ରହିଗଲା, ସେତେବେଳେ ସେ ଠିକ୍‌ ସମୟରେ ଶୋଇବାକୁ ଲାଗିଲେ। ସେ ମୋତେ ଏକ କ୍ୟୁଟ୍‌ ନିକନେମ୍‌ ମଧ୍ୟ ଦେଇଥିଲେ, ବଡ଼ ଶ୍ରଦ୍ଧାରେ ସେ କହୁଥିଲେ ସାୟରା , ତୁମେ ମୋର ନିଦର ଔଷଧ , ତୁମେ ମୋର ତକିଆ। ସେ ଯେଉଁ ପ୍ରୀତିରେ ଏହା କହୁଥିଲେ, ଏହାକୁ ମନେପକାଇ ଆଜିସୁଦ୍ଧା ମୁଁ ହସୁଛି।

ସାୟରା ଦିଲ୍ଲୀପ ସାହେବଙ୍କର ଆଉ ଏକ କଥା କହିଛନ୍ତି, ଦିନେ ସେ ସାୟରଙ୍କ ପାଇଁ ଏକ ସୁନ୍ଦର ନୋଟ୍‌ ଲେଖିଥିଲେ। ଏହି ନୋଟ୍‌ର ଫଟୋ ସେୟାର କରି ସାୟରା କହିଛନ୍ତି କି, ତାଙ୍କୁ ମ୍ୟୁଜିକ୍‌ର ବହୁତ ପସନ୍ଦ ଥିଲା, ଏଥିପାଇଁ ତାଙ୍କ ଘରେ ଅନେକ ସମୟରେ ଏକ ସଙ୍ଗୀତର ଆସର ଚାଲୁ ଥିଲା, ଯେଉଁଠି କି ଆର୍ଟିଷ୍ଟ ଆସି ମ୍ୟୁଜିକ୍ ପ୍ରେଜେଣ୍ଟ କରୁ ଥିଲେ।

ସାୟରା ଏହା ମଧ୍ୟ କହିଛନ୍ତି କି , ଦିଲ୍ଲୀପ କୁମାର କେବେ ଆକ୍ଟର ହେବାକୁ ମଧ୍ୟ ଚାହୁଁ ନଥିଲେ, ବରଂ ନ୍ୟାସନାଲ ଲେବଲର ସ୍ପୋର୍ଟସମ୍ୟାନ୍‌ ହେବାରେ ତାଙ୍କର ଇଚ୍ଛା ଥିଲା।

୧୯୨୨ରେ ଜନ୍ମ ହୋଇଥିବା ଦିଲ୍ଲୀପ କୁମାର ୧୯୪୪ରେ ଆସିଥିବା ଫିଲ୍ମ ଜ୍ୱାର ଭାଟା ରୁ ଡେବ୍ୟୁ କରିଥିଲେ ଏବଂ ସେ ଆନ୍‌, ଦାଗ୍‌ , ମଧୁମତୀ ଓ ନୟା ଦୌର ଭଳି ଅନେକ ଆଇକନିକ ହିନ୍ଦି ଫିଲ୍ମରେ ନଜର ଆସି ଥିଲେ। ତାଙ୍କର ମୃତ୍ୟୁ ୭ ଜୁଲାଇ ୨୦୨୧ରେ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.