ପ୍ରମୂଖ ଖବର
  • ଜଳେଶ୍ବର : ଘର ପାଖରେ ଖେଳୁଥିବା ବେଳେ ପାଣିରେ ବୁଡି ଦୁଇ ଭଉଣୀ ମୃତ
  • ||
  • ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ, ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
  • ||
  • ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ତାରିଣୀ ମନ୍ଦିର ବିକାଶ ପାଇଁ ୨୧୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଡିପିଆର୍ ପ୍ରସ୍ତୁତ
  • ||
  • ଗଜପତି : ଠାକୁର ଦର୍ଶନ ବେଳେ ମହୁମାଛି ଆକ୍ରମଣ, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • ଏପ୍ରିଲ ୧୬ରୁ ଯୁକ୍ତ ୩ ନାମଲେଖା ଆବେଦନ ଆରମ୍ଭ, ଜୁଲାଇ ୧୦ ସୁଦ୍ଧା ଆରମ୍ଭ ହେବ ପାଠ ପଢା
  • ||
  • ସୁନ୍ଦରଗଡ଼ : ମା' ହତ୍ୟାର ପ୍ରତିଶୋଧ, ଜେଲ୍‌ ଫେରନ୍ତା ବାପାକୁ ହତ୍ୟା କଲା ପୁଅ
  • ||
  • ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • କୋରାପୁଟ : ବେପାରୀଙ୍କ ଗାଡ଼ିରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ଲୁଗାପଟା ପୋଡ଼ି ପାଉଁଶ
  • ||
  • IPL 2025: ସୁପରକିଙ୍ଗ୍‌ସକୁ ଭେଟିବ ସୁପରଜାଏଣ୍ଟ୍‌ସ, ପରାଜୟରେ ବ୍ରେକ ଲାଗି ସବୁ ଶକ୍ତି ଖଟାଇବ ଧୋନୀ ସେନା
  • ||
  • ପିଏନ୍‌ବି ଘୋଟାଲ; ବେଲଜିୟମରୁ ବନ୍ଧା ହେଲା ପଳାତକ ମେହୁଲ ଚୋକସି
  • ||
  • ସୋମବାର ଦିନିକିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଘଟଗାଁ ବାସିନୀ ମା' ତାରିଣୀଙ୍କୁ କରିବେ ଦର୍ଶନ
  • ||
  • ଆସନ୍ତା ୬ ଦିନ ଯାଏ କାଳବୈଶାଖୀ ଆଶଙ୍କା, ଆଜି ୭ ଜିଲ୍ଲାରେ ଝଡ଼ ବର୍ଷା ନେଇ ଆଲର୍ଟ ଜାରି
  • ||

ଶ୍ରୀକ୍ଷେତ୍ର ସାହିଯାତ: ଆଜି ସୀତା ବିବାହ ପ୍ରସ୍ତାବ, ବୀରନୃତ୍ୟ ପ୍ରଦର୍ଶନ କରିବେ ପର୍ଶୁରାମ

Published By : Prameya | April 8, 2025 1:53 PM

ପୁରୀ ୦୮/୦୪: ଆଜି ହରଚଣ୍ଡୀ ସାହି ପକ୍ଷରୁ ସୀତା ବିବାହ ପ୍ରସ୍ତାବ  ଆଗତ ହେବ । ସାହିଯାତ୍ରାର ମୁଖ୍ୟ ଆକର୍ଷଣ ରହିବେ ପର୍ଶୁରାମ । ଦେଖିବାକୁ ମିଳିବ ପର୍ଶୁରାମଙ୍କ ବୀର ନୃତ୍ୟ । 

ପରମ୍ପରା ଅନୁଯାୟୀ ପର୍ଶୁରାମ ହରଚଣ୍ଡୀ ସାହିରୁ ବାହାରି ବନ୍ଧୁ ବାଲିସାହି ଭ୍ରମଣ କରିବେ । ପରେ ବଡ଼ଦାଣ୍ଡସ୍ଥିତ ଜଗନ୍ନାଥ ବଲ୍ଲଭ ମଠ ପରିସରରେ ପହଞ୍ଚି ରାମଲୀଳା ନୀତି ସମ୍ପନ୍ନ କରିବେ । ଦିନରେ ହରଚଣ୍ଡୀ ସାହି ଭ୍ରମଣ ପରେ ରାତିରେ ବାଲିସାହିକୁ ଯିବ ପଟୁଆର । ତ୍ରେତୟା  ଯୁଗର ବିଷୟବସ୍ତୁ ଆଧାରିତ ଏହି ପ୍ରସଙ୍ଗ । ମିଥିଳା ନରେଶ  ଜନକଙ୍କ ସର୍ତ୍ତ ସ୍ୱରୁପ ଶିବଧନୁ ଭଙ୍ଗ କରି ଶ୍ରୀରାମ ରାଜା  ଜନକଙ୍କ କନ୍ୟା ସୀତାଦେବୀଙ୍କୁ ବିବାହ କରି ଫେରିଥାନ୍ତି ।  ଆନନ୍ଦଉଲ୍ଲାସରେ ପଟୁଆର ଆଗଉଥିବା ବେଳେ ଭୀଷଣ କୋଳାହଳ ସୃଷ୍ଟି ହୋଇଥିଲା । ମହାନ୍‌ ଯୋଦ୍ଧା ପର୍ଶୁରାମ ସମଗ୍ର ବିଶ୍ୱକୁ କ୍ଷେତ୍ରୀୟ ଶୂନ୍ୟ କରିବାକୁ ଶପଥ କରିଥାନ୍ତି । ପଟୁଆରର ପାଟିତୁଣ୍ଡ ପର୍ଶୁରାମଙ୍କ ଧ୍ୟାନ ଭଙ୍ଗ କରିଥିଲା । ସେ ଉତ୍‌କ୍ଷିପ୍ତ ହୋଇ ଶ୍ରୀରାମଙ୍କ ସମ୍ମୁଖକୁ ଆସି ଯୁଦ୍ଧରେ ହରାଇଲେ ପଟୁଆର ଆଗେଇବ ବୋଲି ଘୋଷଣା  କରିଥିଲେ । ଶ୍ରୀରାମ ଯୁଦ୍ଧକରି ପର୍ଶୁରାମଙ୍କୁ ହରାଇବା  ସହ ତାଙ୍କ ଗର୍ବ ଭଙ୍ଗ କରିଥିଲେ । ଏହାକୁ ଆଧାର କରି ହରଚଣ୍ଡୀ ସାହିର ସାହିଯାତ୍ରା ପ୍ରଦର୍ଶିତ ହୋଇଥିଏ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.