ନୂଆଦିଲ୍ଲୀ,୧୫/୦୨: ସ୍ବପ୍ନ, ସଫଳତା ଆଉ ପ୍ରେରଣାର ଏକ କାହାଣୀ । ୨୦ ବର୍ଷ ବୟସରେ ଡାକ୍ତର ହେଲେ । ୨୨ ବର୍ଷ ବୟସରେ ୟୁପିଏସସି ପରୀକ୍ଷା କ୍ରାକ୍ କରି ଆଇଏଏସ ଅଫିସର ହେଲେ । ଏହାପରେ ମନ ବୁଝିଲାନି ଚାକିରି ଛାଡି ୨୬୦୦୦ କୋଟି ଟଙ୍କାର କମ୍ପାନୀ ଛିଡା କରିଛନ୍ତି । ସତରେ ଯିଏ ଶୁଣିବ ସେ କହିବ ମଣିଷ ନା କମ୍ପ୍ୟୁଟର । ଏମିତି ଏକ ସଫଳତାର କାହଣୀ ଲେଖିଛନ୍ତି ରୋମନ ସାଇନୀ ଯାହାକୁ ନେଇ ସବୁଠି ଚର୍ଚ୍ଚା । ରୋମନଙ୍କ ସଫଳତା ଯାତ୍ରା ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି । ବଡ କଥା ହେଉଛି ରୋମନ ବହୁତ କମ୍ ବୟସରେ ଏତେ ସଫଳତା ହାସଲ କରିଛନ୍ତି । ସଫଳତାର ଅସଲ ପରିଭାଷାର ପ୍ରମାଣ ଦେଇଛନ୍ତି ସେ ।
୧୬ ବର୍ଷ ବୟସରେ ପାସ୍ କଲେ NEET- ରାଜସ୍ଥାନର ରୋମନ ସାଇନୀ । ପିଲାଦିନୁ ମେଧାବୀ ଛାତ୍ର ଥିଲେ । ତାଙ୍କ ବାପା ଜଣେ ଇଞ୍ଜିନିୟର ଓ ମାଆ ଗୃହିଣୀ । ଜାଣି ଆଶ୍ଚର୍ଯ୍ୟ ହେବେ ଯେଉଁଠି ପିଲା ଦୀର୍ଘ ଦିନ ହେବ ପରିଶ୍ରମ କରି ବଡ ବଡ ପରୀକ୍ଷାରେ ସଫଳତା ପାଇପରାନ୍ତି ନାହିଁ ସେଠି ୧୬ ବର୍ଷ ବୟସରେ ନିଟ୍ ପରୀକ୍ଷାରେ ସଫଳତା ହାସଲ କରିଥିଲେ ରୋମନ ସାଇନୀ । ଏହା ପରେ ଏମବିବିଏସ୍ ପଢା ଶେଷ କରି ୬ ମାସ ପାଇଁ ନ୍ୟାସନାଲ ଡ୍ରଗ ଡିପେଡେନ୍ସ ଟ୍ରିଟମେଣ୍ଟ ସେଣ୍ଟରରେ ଚାକିରି କରିଥିଲେ ।
୨୨ ବର୍ଷ ବୟସରେ ହେଲେ IAS- ଡାକ୍ତର ହେବା ପରେ ବି ମନ ବୁଝି ନଥିଲା । ୨୨ ବର୍ଷ ବୟସରେ ମାତ୍ର ଗୋଟିଏ ପ୍ରୟାସରେ ସବୁଠୁ କଠିନ ପରୀକ୍ଷା ୟୁପିଏସସି କ୍ରାକ କରିଥିଲେ । ଆଇଏଏସ ଅଫିସର ହୋଇଥିଲେ । ମଧ୍ୟପ୍ରଦେଶରେ ଅତିରିକ୍ତ ଜିଲ୍ଲାପାଳ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । ସେହି ସମୟରେ ତାଙ୍କ ମନରେ ଶିକ୍ଷା ବ୍ୟବସ୍ଥାକୁ ନେଇ ମନରେ ପ୍ରଶ୍ନ ଉଙ୍କିମାରିଥିଲା । ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବାକୁ ୮ମାସ ପରେ କଲେକ୍ଟର ଚାକିରିରୁ ଇସ୍ତଫା ଦେଇଥିଲେ ।
ଏହା ବି ପଢନ୍ତୁ...ଚାଷୀ ବାପାର ଦୁଇଝିଅ; ଲେଖିଲେ ସଫଳତାର କାହାଣୀ, ଜଣେ IAS ଆଉ ଜଣେ IPS
ଆଇଏଏସରୁ ଉଦ୍ୟୋଗୀ-ଅନଏକାଡେମୀ ଏଜ୍ୟୁକେସନାଲ ଟେକ୍ନୋଲୋଜି କମ୍ପାନୀ ନାମ ସମସ୍ତେ ଶୁଣିଥିବେ । ଯାହାର ସହ-ପ୍ରତିଷ୍ଠାତା ଅଛନ୍ତି ରୋମନ ସାଇନୀ । ଯିଏ ୧୬ ବର୍ଷ ବୟସରେ ନିଟ୍ ପରୀକ୍ଷା ପାସ କଲେ । ୨୨ ବର୍ଷ ବୟସରେ ଆଇଏଏସ ଅଫିସର ହେଲେ । ଏହାପରେ ଚାକିରି ଛାଡି ୨୬,୦୦୦ କୋଟି ଟଙ୍କାର କମ୍ପାନୀ ଛିଡା କରି ଜଣେ ସଫଳ ଉଦ୍ୟୋଗୀ ହୋଇଛନ୍ତି । ବହୁତ କମ ବୟସରେ ଏତେ ସାରା ସଫଳତା ହାସଲ କରିଛନ୍ତି ରୋମନ । ୨୦୧୫ରେ ସେ ତାଙ୍କ ବନ୍ଧୁ ଗୌରବ ମୁଜାଲଙ୍କ ସହ ମିଶି ଅନଏକାଡେମୀ ପ୍ଲାଟଫର୍ମର ଶୁଭାରମ୍ଭ କରିଥିଲେ ।