ନୂଆଦିଲ୍ଲୀ,୧୧/୭ : ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ଟି-୨୦ ବିଶ୍ବକପ ୨୦୨୪ ପରେ ସମସ୍ତଙ୍କ ହୃଦୟରେ ଘର କରି ନେଇଛନ୍ତି । ମୁମ୍ବାଇର ରୋଡ଼ ଶୋ ତାଙ୍କ ଲାଗି ସ୍ମୃତି ହୋଇ ରହିବ । ଚାରିଆଡ଼େ ରୋହିତ- ରୋହିତର ଗୁଞ୍ଜରଣ ଦେଖିବାକୁ ମିଳିଥିଲା । କିନ୍ତୁ ବିଜୟର ଉତ୍ସବ ଶେଷ ହେବା ପରେ ଏବେ ରୋହିତଙ୍କ ଏକ ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଯେଉଁଥିରେ ରୋହିତଙ୍କ ଉପରେ ୩ହାତ ନଜର ଆସୁଛି । ଏହି ଚମତ୍କାରକୁ ଦେଖି ସୋସିଆଲ ମିଡ଼ିଆରେ ଫ୍ୟାନ୍ସ କନଫ୍ୟୁଜ ନଜର ଆସୁଛନ୍ତି । କିନ୍ତୁ ଏବେ ଏହାର ସତ ସମସ୍ତଙ୍କ ସାମ୍ନାକୁ ଆସି ସାରିଛି ।
ରୋହିତଙ୍କ ସହ ଫଟୋରେ ଜଣେ ବ୍ୟକ୍ତି ନଜର ଆସୁଛନ୍ତି ସେ ହେଉଛନ୍ତି ସ୍ବାମୀ ବିବେକାନନ୍ଦ ଅନ୍ତର୍ଜାତୀୟ ସ୍କୁଲର ନିର୍ଦେଶକ ଯୋଗେଶ ପଟେଲ । ଯିଏ ରୋହିତଙ୍କ ଶିକ୍ଷାରେ ଭୂମିକା ନିଭାଇଥିଲେ । ଟି-୨୦ ବିଶ୍ବକପ ଜିତିବା ପରେ ସେ ରୋହିତଙ୍କ ସହ ଫଟୋ କ୍ଲିକ୍ କରିଥିଲେ । ଏକ ଫଟୋରେ ଯୋଗେଶ ପଟେଲ ରୋହିତଙ୍କ ପଛରେ ଛିଡ଼ା ହୋଇଥିବା ନଜର ଆସୁଛନ୍ତି ତ ଅନ୍ୟଟିରେ ସେ ରୋହିତଙ୍କ ଏକ କାନ୍ଧରେ ହାତ ରଖୁଛନ୍ତି । କିନ୍ତୁ ହିଟମ୍ୟାନଙ୍କ ଦ୍ବିତୀୟ କାନ୍ଧରେ ବି ହାତ ଦେଖି ଫ୍ୟାନ୍ସ ଚିନ୍ତିତ ହୋଇଯାଇଛନ୍ତି । ଏହି ହାତ ଯୋଗେଶ ପଟେଲଙ୍କର ନୁହେଁ ।
Three hands on Rohit Sharma. Another mystery to solve. pic.twitter.com/JDdHXlFDmK
— R A T N I S H (@LoyalSachinFan) July 10, 2024
ରୋହିତଙ୍କ ଫଟୋରେ ୩ହାତ ଦେଖିବା ପରେ ଫ୍ୟାନ୍ସ କନଫ୍ୟୁଜନ ନଜର ଆସିଥିଲେ । ଜଣେ ୟୁଜର ଲେଖିଥିଲେ କି, ମୋତେ ଲାଗୁଛି କି ଏହା ଭଗବାନଙ୍କ ହାତ ଅଟେ, ଯାହା ରୋହିତ ଶର୍ମାଙ୍କୁ ସବୁ ଟ୍ରଫି ଜିତିବା ଲାଗି ଆର୍ଶିବାଦ ଦେଉଛି । ଏହାବ୍ୟତୀତ କିଛି ୟୁଜର୍ସ ଏହି ଫଟୋର ଯାଞ୍ଚ କରି ଏହାର ରାଜ ଖୋଲି ଦେଇଛନ୍ତି । ଏହି ଫଟୋରେ ଏଆଇର ବ୍ୟବହାର କରାଯାଇଛି । ଜଣେ ୟୁଜର କହିଛନ୍ତି କି ଏହି ଫଟୋରେ ଏଆଇର ସାହାଯ୍ୟରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ହଟାଯାଇଛି କିନ୍ତୁ ହାତ ହଟାଇବା ଭୁଲି ଯାଇଛନ୍ତି । ଫଟୋ ତଳେ ଏଆଇର ଲୋଗୋ ବି ଦେଖାଯାଉଛି ।