ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

ମିନି ଟ୍ରକ୍ ଧକ୍କାରେ ୫ବର୍ଷର ଶିଶୁ ମୃତ, କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

Published By : prameya | February 27, 2025 2:33 PM

ହାଟଡିହି,୨୭/୦୨: ଛେନାପଦି -ହଦଗଡ଼ ରାସ୍ତାର ସଙ୍କଟପାଲିଆ ଛକ ନିକଟରେ ଦୁର୍ଘଟଣା।  ମିନି ଟ୍ରକ୍ ଧକ୍କାରେ ୫ବର୍ଷର ଶିଶୁ ମୃତ । କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ କଲେ ଉତ୍ତ୍ୟକ୍ତ ଲୋକେ । ଯାହା ଫଳରେ ହଦଗଡ଼କୁ ଯାତାୟତ ଠପ୍ ହୋଇଯାଇଥିଲା। ତେବେ ମୃତ ଶିଶୁ ଜଣକ ହେଉଛନ୍ତି ଭଦ୍ରକ ଜିଲ୍ଲା ଦୋଳପଦି ଗ୍ରାମର କାଳିଆ ମୁଣ୍ଡାଙ୍କ ୫ବର୍ଷର ପୁଅ ଆକାଶ ମୁଣ୍ଡା ବୋଲି ଜଣାପଡିଛି।

ସୂଚନା ମୁତାବକ, ଆଜି ଦିନ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ହଦଗଡରୁ ଛତୁଆ ବୋଝେଇ କରି ଯାଉଥିବା ଏକ ମିନିଟ୍ରକ  ୫ବର୍ଷର ଶିଶୁକୁ ଧକ୍କା ଦେଇଥିଲା। ଯାହାଫଳରେ ଶିଶୁଟିର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା।  ସେ ନିଜ ବାପା ମାଆଙ୍କ ସହ ସଙ୍କଟ ପାଲିଆ ଗାଁରେ ଚାଲିଥିବା ଏକ ଉତ୍ସବକୁ ବୁଲିବାକୁ ଆସିଥିଲା। ସକାଳେ ଘରକୁ ଫେରିବାକୁ ରାସ୍ତା ପାର ହେଉଥିବା ବେଳେ ଏହି ଟ୍ରକଟି ଶିଶୁକୁ ଧକ୍କା ଦେଇ ତା ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ଶିଶୁର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ହଦଗଡ଼କୁ ଯାତାୟତ ଠପ୍ ହୋଇଯାଇଥିଲା।  ଏନେଇ ଖବରପାଇ ଆନନ୍ଦପୁର ଏସଡ଼ିପିଓ ପ୍ରଶାନ୍ତ କୁମାର ବେହେରା,ହାଟଡିହି ତହସିଲଦାର ଜ୍ୟୋତ୍ସ୍ନାରାଣୀ ନାୟକ,ଅତିରିକ୍ତ ତହସିଲଦାର ପ୍ୟାରୀ ମୋହନ ହେମ୍ରମ,ସୋସୋ ଥାନା ଆଇଆଇସି ବିଜୟ କୁମାର ବିହାରୀ, ନନ୍ଦିପଦା ଥାନା ଇନ୍ସପେକ୍ଟର ରବିନ୍ଦ୍ର କୁମାର ପାତ୍ର ପ୍ରମୁଖ ପହଞ୍ଚି  ଉତ୍ୟକ୍ତ ଲୋକଙ୍କୁ ଦୀର୍ଘ ସମୟ ପର୍ଯ୍ୟନ୍ତ ବୁଝାସୁଝା କରିଥିଲେ। ଯାହାପରେ ପରେ ସେମାନେ ରାସ୍ତାରୁ ହଟିଥିଲେ । ଟ୍ରକ୍ ମାଲିକ ମୃତ ଶିଶୁର ପରିବାରକୁ ଅର୍ଥିକ ସହାୟତା ପ୍ରଦାନ କରିଥିଲା ବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ୨୦ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି। ପରେ ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇଥିବା ଜଣାପଡିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.