ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ଇଚ୍ଛାମୃତ୍ୟୁକୁ ନେଇ ନୂଆ ଗାଇଡ୍‌ଲାଇନ୍‌: ଲାଇଫ୍‌ ସପୋର୍ଟ ସିଷ୍ଟମ ହଟାଯିବ ନା ନାହିଁ ୪ଟି ସର୍ତ୍ତରୁ ସ୍ଥିର ହେବ...

ନୂଆଦିଲ୍ଲୀ,୨୯/୦୯: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍କ୍ରିୟ ଇଚ୍ଛାମୃତ୍ୟୁ ଅର୍ଥାତ୍‌ ଗୁରୁତର ଭାବେ ଅସୁସ୍ଥ ଥିବା ରୋଗୀଙ୍କର ଲାଇଫ୍‌ ସପୋର୍ଟ ସିଷ୍ଟମ(ଜୀବନ ରକ୍ଷାକାରୀ ପ୍ରଣାଳୀ) ହଟାଇବାକୁ ନେଇ ନୂଆ ଗାଇଡ୍‌ଲାଇନ୍‌ର ଡ୍ରାଫ୍ଟ  ଜାରି କରିଛି ।ସେଥିରେ କୁହାଯାଇଛି ଯେ, କିଛି ସର୍ତ୍ତକୁ ଧ୍ୟାନରେ ରଖି ବୁଝିବିଚାରି ଡାକ୍ତରଙ୍କୁ ରୋଗୀଙ୍କର ଲାଇଫ୍‌ ସପୋର୍ଟ ସିଷ୍ଟମ ହଟାଯିବା  ଉଚିତ୍‌ କି ନାହିଁ ସେ ସଂପର୍କରେ ନିଷ୍ପତ୍ତି ନେବାକୁ  ହେବ । ଗାଇଡଲାଇନ୍‌ରେ ୪ଟି ସର୍ତ୍ତ ରହିଛି । ସେହି  ଆଧାରରେ ଲାଇଫ୍‌ ସପୋର୍ଟ ସିଷ୍ଟମକୁ ହଟାଇବା ରୋଗୀଙ୍କ ଲାଗି ଉଚିତ ବୋଲି ନିଷ୍ପତ୍ତି ନିଆଯିବ ।  ତାହା ହେଲା, ରୋଗୀଙ୍କୁ ବ୍ରେନ୍‌ଡେଡ୍‌ ଘୋଷିତ  କରାଯାଇଥିବ । ଡାକ୍ତରଙ୍କ ଯାଞ୍ଚରୁ ରୋଗୀଙ୍କର  ରୋଗ ଆଡ୍‌ଭାନ୍ସଡ ସ୍ଥିତିରେ ପହଞ୍ଚିଯାଇଥିବା ଓ  ଚିକିତ୍ସା ଦ୍ୱାରା ତାଙ୍କୁ କୌଣସି ଲାଭ ମିଳିବାର  ସମ୍ଭାବନା ନଥିବା ସ୍ଥଳରେ, ରୋଗୀଙ୍କର ପରିଜନ  ଲାଇଫ୍‌ ସପୋର୍ଟ ସିଷ୍ଟମ ଜାରି ରଖିବାକୁ ମନା କଲେ  ଏପରି ନିଷ୍ପତ୍ତି ନେଇ ହେବ । ଲାଇଫ୍‌ ସପୋର୍ଟ  ସିଷ୍ଟମ ହଟାଇବାର ପ୍ରକ୍ରିୟା ସୁପ୍ରିମକୋର୍ଟଙ୍କ ପକ୍ଷରୁ  ସ୍ପଷ୍ଟ ହୋଇଥିବା ନିୟମାବଳୀ ଅନୁସାରେ ହେବ ।  

ସରକାରଙ୍କ ଏହି ନୂଆ ଗାଇଡ୍‌ଲାଇନ୍‌କୁ ନେଇ ଡାକ୍ତର ସମୁଦାୟରେ ଅସନ୍ତୋଷ ସୃଷ୍ଟି ହୋଇଛି ।  ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ) ର ଅଧ୍ୟକ୍ଷ ଡାକ୍ତର ଆର୍‌.ଭି ଅଶୋକନ୍‌ କହିଛନ୍ତି,  ଏହି ଗାଇଡ୍‌ଲାଇନ୍‌ ଡାକ୍ତରମାନଙ୍କୁ ଆଇନଗତ  ଯାଞ୍ଚର ପରିସରରେ ଆଣିବ ଓ ସେମାନଙ୍କ ଉପରେ  ଚାପ ସୃଷ୍ଟି କରିବ । ଏଥିସହ ଡାକ୍ତରମାନେ ତଦନ୍ତ  ପରିସରକୁ ଆସିଯିବେ । କିଛି କଥାକୁ ବିଜ୍ଞାନ ଓ ପରିସ୍ଥିତି ହିସାବରେ ରୋଗୀଙ୍କର ପରିଜନ, ରୋଗୀ  ଓ ଡାକ୍ତରଙ୍କ ଉପରେ ଛାଡି଼ଦେବା କଥା । ଆଇଏମ୍‌ଏ  ଏହି ଦସ୍ତାବିଜକୁ ପଢ଼ିବ ଓ ଡ୍ରାଫ୍ଟ ଗାଇଡ୍‌ଲାଇନ୍‌ର  ରିଭ୍ୟୁ କରିବା ଲାଗି ଦାବି କରି ନିଜର ବିଚାରକୁ  ସେୟାର କରିବ ।

 ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଡ୍ରାଫ୍ଟ  ଅନୁସାରେ, ଟର୍ମିନାଲ ରୋଗକୁ ଏଭଳି ଦୂରାରୋଗ୍ୟ  ସ୍ଥିତି ଭାବେ ପରିଭାଷିତ କରାଯାଇଛି ଯେଉଁଥିରେ  ନିକଟ ଭବିଷ୍ୟତରେ ମୃତ୍ୟୁର ସମ୍ଭାବନା ଅଧିକ  ଥାଏ । ସେଥିମଧ୍ୟରେ ମସ୍ତିଷ୍କରେ ଗୁରୁତର ଆଘାତ  ମଧ୍ୟ ସାମିଲ । ଏହି ଡ୍ରାଫ୍ଟ ସଂପର୍କରେ କେନ୍ଦ୍ର ସରକାର ସମସ୍ତ ପକ୍ଷଙ୍କ ନିକଟରୁ ଅକ୍ଟୋବର ୨୦  ତାରିଖ ମଧ୍ୟରେ ପ୍ରତିକ୍ରିୟା ଓ ପରାମର୍ଶ ମାଗିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.