ନୂଆଦିଲ୍ଲୀ,୧୮/୧୧: ଯେବେଠାରୁ ବଜାରରେ ‘No Cost EMI’ କିମ୍ବା ‘Buy Now Pay Later’ ଭଳି ଛୋଟ ଋଣ ବିକଳ୍ପ ଆସିଛଇ, ସେବେଠାରୁ ଆପଲ୍ ଆଇଫୋନ୍ ଠାରୁ ଆରମ୍ଭ କରି ଛୋଟବଡ଼ ଅନେକ ପ୍ରକାରର ସପିଂ କରିବା ଲୋକମାନଙ୍କ ପାଇଁ ସହଜ ହୋଇଯାଇଛି। କିନ୍ତୁ ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ ଏଭଳି ଛୋଟ ବ୍ୟକ୍ତିଗତ ଋଣ ଏବଂ କ୍ରେଡିଟ କାର୍ଡ ବ୍ୟବହାର ଉପରେ ଧ୍ୟାନ ଦେଇଛନ୍ତି। ଏହା ବ୍ୟତୀତ ବ୍ୟାଙ୍କଗୁଡିକ ପାଇଁ ଏହି ସମ୍ବନ୍ଧୀୟ ନିୟମକୁ କଡ଼ାକଡ଼ି କରାଯାଇଛି। ତେବେ ‘ନୋ କଷ୍ଟ ଇଏମ୍ଆଇ’ କିମ୍ବା ‘ବାଏ ନାଓ ପେ ଲେଟର ’ ଭଳି ବିକଳ୍ପ ସହିତ ସପିଂ ଶୀଘ୍ର ବନ୍ଦ ହୋଇଯିବ କି?
ଦେଶରେ 'ସ୍ମଲ୍ ଲୋନ୍' ଚକୋଲେଟ ପରି ବଣ୍ଟନ କରାଯାଉଛି। ଏଥିରେ ମଧ୍ୟ ଅଧିକାଂଶ ଋଣ ୧୦ ହଜାରରୁ କମ୍ ଅଟେ। ବ୍ୟାଙ୍କଗୁଡିକ ମଧ୍ୟ ଏହି ଋଣଗୁଡିକ ପ୍ରତିଯୋଗୀତାମୂଳକ ଭାବେ ଲୋକଙ୍କୁ ବଣ୍ଟନ କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏହାକୁ ବ୍ୟାଙ୍କିଙ୍ଗ୍ ବ୍ୟବସାୟ ପାଇଁ ଅତ୍ୟନ୍ତ ବିପଦଜ୍ଜନକ ବୋଲି ବର୍ଣ୍ଣନା କରିଛି ଏବଂ ଏ ସମ୍ପର୍କରେ ବ୍ୟାଙ୍କଗୁଡ଼ିକୁ ଅନେକ ଥର ଚେତାବନୀ ଦେଇଛି। ବର୍ତ୍ତମାନ କେନ୍ଦ୍ରୀୟ ବ୍ୟାଙ୍କ ନିଜେ ଏ ସମ୍ପର୍କରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଏହି ଛୋଟ ଋଣଗୁଡିକ ଏନ୍ପିଏ ରେ ପରିଣତ ହେବା ଉଚିତ୍ ନୁହେଁ। ତେଣୁ ବର୍ତ୍ତମାନ ଉନ୍ନତ ବିପଦ ପରିଚାଳନା ପାଇଁ ଆରବିଆଇ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶାବଳୀ ଦେଇଛି। ଆରବିଆଇ କହିଛି ଯେ, ଏପରି ଋଣ ସହିତ ଜଡ଼ିତ ବିପଦ ପାଇଁ ବ୍ୟାଙ୍କଗୁଡ଼ିକୁ ପୂର୍ବ ଅପେକ୍ଷା ଅଧିକ ଅର୍ଥ ଅଲଗା ରଖିବାକୁ ପଡ଼ିବ। ଏହାର ଅର୍ଥ ହେଉଛି ଯେ ବ୍ୟାଙ୍କଗୁଡିକ ବର୍ତ୍ତମାନ ଏନ୍ପିଏ ପାଇଁ ପୃଥକ ପାଣ୍ଠିର ବ୍ୟବସ୍ଥା କରୁଛନ୍ତି, ବର୍ତ୍ତମାନ ସେମାନଙ୍କୁ ଏହି ପ୍ରକାର ଋଣ ପାଇଁ ମଧ୍ୟ ସମାନ କାର୍ଯ୍ୟ କରିବାକୁ ପଡ଼ିବ। ଏହା କେବଳ ଯଥେଷ୍ଟ ହେବ ନାହିଁ। ବ୍ୟାଙ୍କଗୁଡିକ ମଧ୍ୟ ଏକ ବୋର୍ଡ-ମନିଟରିଂ ପ୍ରକ୍ରିୟାକୁ ବିକଶିତ କରିବାକୁ ହେବ, ଯାହା ଏପରି ଋଣରୁ ଆର୍ଥିକ ବ୍ୟବସ୍ଥାରେ ବଢ଼ୁଥିବା ବିପଦରୁ ରକ୍ଷା କରିବ। ଗୁରୁବାର ନିଜେ ଆରବିଆଇ, ବ୍ୟାଙ୍କ, କ୍ରେଡିଟ କାର୍ଡ କମ୍ପାନୀ ଏବଂ ଅଣ ବ୍ୟାଙ୍କିଙ୍ଗ ଫାଇନାନ୍ସ କମ୍ପାନୀ ପାଇଁ ବିପଦ ଭାର ବଢ଼ାଇଛି।
ଯଦିଓ ଏହା ଅଳ୍ପ ପରିମାଣର ଋଣ, ତଥାପି ଆରବିଆଇ ଭୟ କରୁଛି ଯେ, ଏହା ଦେଶର ଆର୍ଥିକ ବ୍ୟବସ୍ଥାରେ ବିପଦ ବଢ଼ାଇବ, କାରଣ ଏହି ସମସ୍ତ ଋଣ ଅସୁରକ୍ଷିତ ଅଟେ। ଏହାର ଅର୍ଥ ହେଉଛି ଲୋକମାନେ ଏହି ଋଣ ବଦଳରେ କୌଣସି ସମ୍ପତ୍ତି ବନ୍ଧା ରଖନ୍ତି ନାହିଁ। ଅସୁରକ୍ଷିତ ଋଣ ସମ୍ବନ୍ଧୀୟ ତଥ୍ୟ ମଧ୍ୟ ଆରବିଆଇର ଚିନ୍ତା ବଢ଼ାଇ ଦେଇଛି। ଦେଶରେ ଅସୁରକ୍ଷିତ ଋଣ ଗ୍ରହଣର ଅଭିବୃଦ୍ଧି ୨୩ ପ୍ରତିଶତ ହୋଇଥିବାବେଳେ ଦେଶରେ ଋଣ ଗ୍ରହଣର ସାଧାରଣ ଅଭିବୃଦ୍ଧି ମାତ୍ର ୧୨ ରୁ ୧୪ ପ୍ରତିଶତ ଅଟେ।
You can also read: ଭାରତରେ ଯୁଦ୍ଧ ବିମାନ ତିଆରି କରିବାର ରାସ୍ତା ସଫା, ‘ଜେନେରାଲ ଇଲେକ୍ଟ୍ରିକ୍’କୁ ଆମେରିକା ଦେଲା ସମସ୍ତ ମଞ୍ଜୁରୀ