ପ୍ରମୂଖ ଖବର
  • ଜୁଲାଇ ୧୪​‌ରେ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏମ୍‌ସ ସମାବର୍ତ୍ତନ ଉତ୍ସବରେ ଦେବେ ଯୋଗ
  • ||
  • କେମିକାଲ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି, ଆହୁରି ବଢ଼ିପାରେ
  • ||
  • ତେଲେଙ୍ଗାନା ରାସାୟନିକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ; ୩୫କୁ ବଢିଲା ମୃତ୍ୟୁସଂଖ୍ୟା
  • ||
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପହଲଗାମ୍ ଆତଙ୍କୀଙ୍କ ଉପରେ ପ୍ରହାର : ବମ୍‌ରେ ଉଡାଇଦେଲେ ଜଣଙ୍କ ଘର, ଆଉ ଜଣଙ୍କ ଉପରେ ବୁଲଡୋଜର ଆକ୍ସନ୍

Published By : Rasmita Pradhan | April 25, 2025 9:23 AM

ନୂଆଦିଲ୍ଲୀ, ୨୫/୦୪ : ପହଲଗାମ୍ ଆତଙ୍କୀ ହମଲାରେ ସାମିଲ ଆତଙ୍କୀଙ୍କ ଉପରେ ବଡ଼ ଆକ୍ସନ। ଜଣଙ୍କ ଘର ଉପରେ ଚାଲିଲା ବୁଲଡୋଜର। ଆଉ ଜଣଙ୍କ ଘର ବମ୍‌ରେ ଉଡାଇଦେଲେ ସୁରକ୍ଷାବାହିନୀ। ଜାମ୍ମୁ କାଶ୍ମୀର ପହଲଗାମ ଆକ୍ରମଣରେ ଆତଙ୍କବାଦୀଙ୍କ ସହ ସାମିଲ ଥିବା ଅଭିଯୁକ୍ତ ଆସିଫ ଶେଖର ମୋଗାମା ସ୍ଥିତ ଘର ଉଡାଇଦେଲେ ସୁରକ୍ଷାବାହିନୀ। ସେହିପରି ଅନ୍ୟ ଜଣେ ଅଭିଯୁକ୍ତ ଆଦିଲ ଶେଖର ତ୍ରାଲ ସ୍ଥିତ ଘରକୁ ବୁଲଡୋଜର ଲଗାଇ ଭାଙ୍ଗିଦେଲେ ଜାମ୍ମୁ କାଶ୍ମୀର ପ୍ରଶାସନ। 

ସୂଚନାନୁଯାୟୀ, ପହଲଗାମ୍ ଆଟାକ୍‌ରେ ସାମିଲ ଥିବା ଆତଙ୍କୀ ଆସିଫ ଶେଖର ମୋଗାମା ସ୍ଥିତ ଘରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ ଚଳାଇଥିଲେ। ଏହି ସମୟରେ ଘର ଭିତରୁ ଏକ ସନ୍ଦିଗ୍ଧ ବାକ୍ସ ମିଳିଥିଲା। ଏହାକୁ ରାଷ୍ଟ୍ରୀୟ ରାଇଫଲ୍‌ର ଇଞ୍ଜିନିୟରିଂ ଟିମ୍ ଯାଞ୍ଚ କରିବାରୁ ତାହା ବମ୍ ବୋଲି ସ୍ପଷ୍ଟ ହୋଇଥିଲା। ସୁରକ୍ଷା ଦୃଷ୍ଟିରୁ ବମ୍‌କୁ ସେହିଠାରେ ନଷ୍ଟ କରାଯାଇଥିଲା। ଏଥିରେ ଆସିଫର ଘର ଧ୍ଵଂସ ହୋଇଯାଇଥିଲା। ତେବେ ଏହି ଘଟଣାରେ କେହି ମୃତାହତ ହୋଇନାହାଁନ୍ତି।ସେହିପରି ବୁଲଡୋଜର ଚଢାଉ ଅନ୍ୟ ଜଣେ ଅଭିଯୁକ୍ତ ଆଦିଲ ଶେଖର ଘର ଭାଙ୍ଗିଦେଇଛନ୍ତି ଜାମ୍ମୁ କାଶ୍ମୀର ପ୍ରଶାସନ। 

ଏହି ଖବରଟିକୁ ପଢନ୍ତୁ-LoCରେ ପାକ୍ ସେନାର ଫାୟାରିଂ, ଜବାବ ଦେଲା ଭାରତୀୟ ସେନା

ସୂଚନାନୁଯାୟୀ, ମଙ୍ଗଳବାର ଦିନ ଜାମ୍ମୁ କାଶ୍ମୀରର ପହଲଗାମ୍‌ରେ ଆତଙ୍କବାଦୀମାନେ ପର୍ଯ୍ୟଟକଙ୍କ ଉପରେ ଆଖିବୁଜା ଗୁଳି ଚଳାଇ ୨୭ ଜଣଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ସେନା ପୋଷାକ ପିନ୍ଧିଥିବା ଆତଙ୍କବାଦୀମାନେ ପ୍ରଥମେ ପହଲଗାମ୍‌ର ବୈସାରନ ଘାଟିରେ ପର୍ଯ୍ୟଟକଙ୍କୁ ସେମାନଙ୍କ ଧର୍ମ କଣ ପଚାରିଥିଲେ। ଏହାପରେ ସେମାନଙ୍କର ପରିଚୟପତ୍ର ଯାଞ୍ଚ କରିଥିଲେ ଏବଂ ପରେ ସେମାନଙ୍କୁ ହିନ୍ଦୁ ବୋଲି କହି ଗୁଳି କରି ହତ୍ୟା କରିଥିଲେ। ଆତଙ୍କବାଦୀମାନେ ଦୀର୍ଘ ଦିନ ଧରି ଏହି ଆଟାକ୍ ନେଇ ଯୋଜନା କରିଥିଲେ। ସେମାନଙ୍କୁ ୨ ସ୍ଥାନୀୟ ଲୋକ ସାହାଯ୍ୟ କରିଥିଲେ। ଲସ୍କର-ଏ-ତଇବା ସହ ଜଡ଼ିତ ଟିଆରଏଫ୍ ଏହି ଆକ୍ରମଣ ପଛରେ ନିଜକୁ ଦାୟୀ କରିଥିଲା। 

ଏହି ଘଟଣା ପରେ ସୁରକ୍ଷାବାହିନୀ ଆକ୍ରମକ ଆଭିମୁଖ୍ୟ ଗ୍ରହଣ କରିଛି। ପାକିସ୍ତାନୀ ଆତଙ୍କୀଙ୍କୁ ଖୋଜି ଖୋଜି ନିପାତ କରିବା ପାଇଁ ଜୋରଦାର୍ ଅପରେସନ ଚଳାଇଛି। ପାକିସ୍ତାନ ପ୍ରାୟୋଜିତ ଆତଙ୍କୀଙ୍କ ନେଟୱାର୍କକୁ ସମୂଳେ ନିପାତ କରିବାକୁ ରଣନୀତି କରାଯାଉଛି। 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.