ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

କ୍ଷମା ମାଗିଲେ ରଣବୀର ଆହ୍ଲାବାଦିଆ, ବାପାମା’ଙ୍କ ଉପରେ ଦେଇଥିଲେ ଆପତ୍ତିଜନକ ବୟାନ

Published By : Prameya | February 11, 2025 1:29 PM

ମୁମ୍ବାଇ ୧୧/୦୨: ପିତାମାତାଙ୍କ ଉପରେ ଆପତ୍ତିଜନକ ବୟାନ ଦେଇ ବିବାଦରେ ଫସିଛନ୍ତି ଇନ୍‌ଫ୍ଲୁଏନ୍ସର ତଥା ଜଣାଶୁଣା ୟୁଟ୍ୟୁବର ରଣବୀର ଆହ୍ଲାବାଦିଆ । ରଣବୀର ଆହ୍ଲାବାଦିଆଙ୍କ ସମେତ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଅପୂର୍ବା ମଖିଜା, କମେଡିଆନ୍‌ ସମୟ ରୈନା ଏବଂ ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ ଅର୍ଗାନାଇଜରଙ୍କ ନାଁରେ ମୁମ୍ବାଇରେ ମାମଲା ରୁଜୁ ହୋଇଛି । ବିବାଦ ବଢ଼ିବା ପରେ ଆହ୍ଲାବାଦିଆ କ୍ଷମା ମାଗିଛନ୍ତି ।

ଆହ୍ଲାବାଦିଆ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘ମୋ କମେଣ୍ଟ ଅନୁଚିତ ଥିଲା । ଏହା ଥଟ୍ଟା ବି ନ ଥିଲା । କମେଡି ମୋ ଜୋନ୍‌ର ନୁହେଁ । ମୁଁ କ୍ଷମା ମାଗିବାକୁ ଚାହୁଁଛି । ଅନେକେ ପ୍ରଶ୍ନ କରୁଛନ୍ତି ଯେ କ’ଣ ମୁଁ ନିଜ ପ୍ଲାଟଫର୍ମକୁ ଏଭଳି ବ୍ୟବହାର କରିବି । ଏଭଳି ମୁଁ କେବେ ବି କରିବାକୁ ଚାହୁଁନାହିଁ । ଯାହା କିଛି ହୋଇଯାଇଛି ସେଥିପାଇଁ ମୁଁ କିଛି ବର୍ଣ୍ଣନା କରିବାକୁ ଚାହୁଁନି । କେବଳ କ୍ଷମା ପ୍ରାର୍ଥନା କରୁଛି । ଜଜ୍‌ମେଣ୍ଟରେ ମୋ ଦ୍ୱାରା ଭୁଲ୍‌ ହୋଇଯାଇଛି । ଯାହା କିଛି ବି କହିଛି ତାହା ‘କୁଲ୍‌’ ନ ଥିଲା । ଭିଡିଓର ସେହି ଅସମ୍ବେଦନଶୀଳ ଭାଗକୁ ହଟାଇଦେବାକୁ ମୁଁ ଶୋ’ ନିର୍ମାତାଙ୍କୁ ନିବେଦନ କରିଛି । ମାନବିକତା ଦୃଷ୍ଟିରୁ ମୋତେ ଆପଣମାନେ କ୍ଷମା କରିଦେବେ ବୋଲି ଆଶା’ । 

ଅନ୍ୟପକ୍ଷରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍‌ନବିସ୍‌ ଏହି ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ଘଟଣା ବିଷୟରେ ଶୁଣିବାକୁ ମିଳିଛି । ଏ ଯାଏ ଭିଡିଓ ଦେଖିନାହିଁ । ପ୍ରତ୍ୟେକ ବ୍ୟକ୍ତିଙ୍କ ବାକ୍‌ ସ୍ୱାଧୀନତା ରହିଛି । କିନ୍ତୁ ଯେତେବେଳେ ଅନ୍ୟର ସ୍ୱାଧୀନତାର ଉଲ୍ଲଘଂନ କରାଯାଏ ସେତେବେଳେ ସ୍ୱାଧୀନତା ଶେଷ ହୋଇଯାଏ । ସବୁକଥାର ସୀମା ରହିଛି । ସୀମା ଟପିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଫଡ଼ନବିସ୍‌ ଚେତାବନୀ ଦେଇଛନ୍ତି । ସେହିପରି କଂଗ୍ରେସ ମଧ୍ୟ ଏହି ବୟାନକୁ ନେଇ ଆପତ୍ତି ଉଠାଇଛି । 

ପ୍ରକାଶଥାଉ କି, ‘ଇଣ୍ଡିଆଜ୍‌ ଗଟ୍‌ ଲାଟେଣ୍ଟ’ ଷ୍ଟାଣ୍ଡ-ଅପ୍‌ କମେଡିଆନ୍‌ ସମୟ ରୈନାଙ୍କ ଶୋ’ । ଏଥିରେ ଗତ ୮ ତାରିଖରେ ୟୁଟ୍ୟୁବରେ ଏକ ଏପିସୋଡ୍‌ ଅପ୍‌ଲୋଡ୍‌ ହୋଇଥିଲା । ଶୋ’ରେ ସେହିଦିନ ଅତିଥି ଭାବେ ଆହ୍ଲାବାଦିଆ ମଧ୍ୟ ଥିଲେ । ଏହି ଏପିସୋଡ୍‌ରେ ମହିଳା ଏବଂ ପିତାମାତାଙ୍କ ଉପରେ ଅତ୍ୟନ୍ତ ଆପତ୍ତିଜନକ କମେଣ୍ଟ ଶୁଣିବାକୁ ମିଳିଥିଲା । ସୂଚନାଯୋଗ୍ୟ ଯେ, ବିୟରବାଇସେପ୍‌ ୟୁଟ୍ୟୁବ ଚ୍ୟାନେଲ ଚଲାଉଥିବା ଆହ୍ଲାବାଦିଆଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୨୪ରେ ନ୍ୟାସନାଲ କ୍ରିଏଟର ଆୱାର୍ଡରେ ସମ୍ମାନିତ କରିଥିଲେ । ୨୦୨୨ରେ ସେ ଫୋର୍ବ୍‌ସ ଅଣ୍ଡର-୩୦ ଏସିଆ ସୂଚୀରେ ସ୍ଥାନିତ ହୋଇଥିଲେ ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.