ପ୍ରମୂଖ ଖବର
  • ବଢିଲା ଭାରତ - ପାକିସ୍ତାନ ଯୁଦ୍ଧ ଭୟ, ବିଜୁ ପଟ୍ଟନାୟକ ଏୟାରପୋର୍ଟରେ ହାଇଆଲର୍ଟ ଜାରି
  • ||
  • ଚଣ୍ଡୀଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍, ଲୋକଙ୍କୁ ଘର ଭିତରେ ରହିବାକୁ ଅନୁରୋଧ
  • ||
  • ସ୍ୱଦେଶ ବାହୁଡ଼ି ଯିବେ ବିଦେଶୀ ଖେଳାଳି, ଖୁବ୍‌ଶୀଘ୍ର ବଡ଼ ନିଷ୍ପତ୍ତି ନେଇପାରେ ବିସିସିଆଇ
  • ||
  • ଚଣ୍ଡୀଗଡ଼​‌ରେ ବାଜିଲା ସାଇରନ୍‌, ଏୟାରଫୋର୍ସ ଷ୍ଟେସନ୍‌କୁ ଓ୍ବାର୍ଣ୍ଣିଂ, ଲୋକଙ୍କୁ ଘରୁ ନବାହାରିବାକୁ ନିର୍ଦ୍ଦେଶ
  • ||
  • LOC ଏବଂ IBରେ କଡ଼ା ଜବାବ, ପାକିସ୍ତାନର ୫୦ରୁ ଉର୍ଦ୍ଧ୍ଵ ଡ୍ରୋନ୍ ଖସାଇଲା ଭାରତ
  • ||
  • ଶ୍ରୀକ୍ଷେତ୍ରରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା, ପୋଲିସ ଛାଉଣୀରେ ବଡ଼ଦେଉଳ
  • ||
  • ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ପଞ୍ଚାୟତିରାଜ ଦିବସରେ ଛୁଟି ବାତିଲ ପ୍ରସଙ୍ଗରେ ବର୍ଷିଲେ ରଣେନ୍ଦ୍ର, କହିଲେ 'ବିଜୁ ବାବୁଙ୍କୁ ଅସମ୍ମାନ... ଓଡ଼ିଆ ଅସ୍ମିତାକୁ ଧକ୍କା ମାରିବା ସହ ସମାନ'

Published By : prameya | March 5, 2025 1:33 PM

ଭୁବନେଶ୍ବର,୦୫/୦୩: ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ। ଏହି ଅବସରରେ ଜୋର୍ ଧରିଲା ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଦିବସର ଛୁଟି ବାତିଲ ପ୍ରସଙ୍ଗ। ଯାହାକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। 

ସେ କହିଛନ୍ତି ଯେ, ଏହା ଏକ  ହୀନ ରାଜନୀତି। ବିଜୁ ବାବୁଙ୍କୁ ଅସମ୍ମାନ କରିବା, ଓଡ଼ିଆ ଅସ୍ମିତାକୁ ଧକ୍କା ମାରିବା ସହିତ ସମାନ। ଓଡ଼ିଆ ଜାତି ଏହାକୁ ବରଦାସ୍ତ କରିବ ନାହିଁ। ଉଦ୍ଦେଶ୍ୟମୂଳକ ଭାବରେ ବିଜୁବାବୁଙ୍କୁ ତଳେ ପକାଇବାକୁ ଚେଷ୍ଟା କରିଛନ୍ତି ବିଜେପି ସରକାର। ତିନୋଟି ଦେଶର ଜାତୀୟ ପତାକା ବିଜୁ ବାବୁଙ୍କ ମରଶରୀର ଉପରେ ପଡ଼ିଥିଲା, ଏପରି ସୌଭାଗ୍ୟ କୌଣସି ରାଜନେତାଙ୍କୁ ମିଳି ନାହିଁ।

ଏହା ମଧ୍ୟ ପଢନ୍ତୁ-  ମାହାଙ୍ଗା ଉମରରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ହେବା ଘଟଣା, ପ୍ରତିବାଦ ପରେ ଯୋଡ଼ା ହେଲା ପ୍ରତିମୂର୍ତ୍ତି

ଦେଶର ସ୍ଵାଧୀନତା ସଂଗ୍ରାମରେ ବା ନୂତନ ଓଡ଼ିଶା ନିର୍ମାଣରେ ଯେଉଁ ମାନଙ୍କର କୌଣସି ଅବଦାନ ନାହିଁ, ସେହିଭଳି ବ୍ୟକ୍ତିମାନେ ବିଜୁବାବୁଙ୍କ ସ୍ମୃତିକୁ ହଜେଇ ଦେବାର ଅପଚେଷ୍ଟା କରୁଛନ୍ତି। ଯାହାକୁ ଆମେ ସଫଳ ହେବାକୁ ଦେବୁ ନାହିଁ। ଯାହାର ପରିଚୟ ସାରା ବିଶ୍ବରେ ଅଛି ତାଙ୍କୁ ଅସମ୍ମାନ କରୁଛନ୍ତି ବୋଲି କହିଛନ୍ତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁ। ପ୍ରକାଶ ଥାଉକି, ପଞ୍ଚାୟତିରାଜ ଦିବସ ପାଳନରେ ଜାତୀୟ ଓ ରାଜ୍ୟ ସ୍ତରରେ ଅସଂହତି  ରହିଛି। ଏହାକୁ ଦୂର କରିବାକୁ ଓଡିଶାରେ ମାର୍ଚ୍ଚ ୫ ତାରିଖ ପରିବର୍ତ୍ତେ ଅପ୍ରେଲ ୨୪ ତାରିଖରେ ପଞ୍ଚାୟତିରାଜ ଦିବସ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।




Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.