ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ସବ୍ୟସାଚୀଙ୍କ ନୂଆ ସିନେମା ‘ରାଣ୍ଡୀପୁଅ ଅନନ୍ତା’, ୬ ମାସରେ ୭୫ରୁ ୧୦୩ କେଜି ହେଲେ

ଭୁବନେଶ୍ୱର,୨୯/୦୯: ଓଲିଉଡ୍‌ ଚକୋଲେଟ୍‌  ବୟ ସବ୍ୟସାଚୀ ମିଶ୍ରଙ୍କ ଆଉ ଏକ ମୌଳିକ କାହାଣୀ  ଭରା ନୂଆ ଓଡ଼ିଆ ସିନେମାର ଶୀର୍ଷକ ଘୋଷଣା ହୋଇଛି ।  ‘ପୁଷ୍କରା’ ପରେ ଏକ ନୂଆ ସିନେମା ଆସିବା ନେଇ  ଦର୍ଶକଙ୍କୁ ସବୁବେଳେ ବିଭିନ୍ନ ଭିଡିଓ ଦେଖାଇ ଆଶ୍ଚର୍ଯ୍ୟ ଚକିତ କରୁଥିବା ସବ୍ୟସାଚୀ ଶେଷରେ  ନୂଆ  ସିନେମା ‘ରାଣ୍ଡୀପୁଅ ଅନନ୍ତା’ର ଫାଷ୍ଟ୍‌ ଲୁକ୍‌ ସୋସିଆଲ୍‌ ମିଡିଆରେ ଛାଡ଼ି ସତସତିକା ଆଶ୍ଚର୍ଯ୍ୟ  କରିଦେଇଛନ୍ତି । ଏଥିରେ ତାଙ୍କୁ ଚିହ୍ନି  ହେଉନି । ସେ ଏତେ ମୋଟା ହୋଇଛନ୍ତି ଯେ, ତାଙ୍କ ପେଟ  ବାହାରି ପଡ଼ିଛି । ଚରିତ୍ରକୁ ନ୍ୟାୟ ଦେବାକୁ ଯାଇ ସେ  ଏଭଳି କରିଥିବା ଶୁଣିବାକୁ ମିଳିଛି । 

ତାଙ୍କୁ ପଚାରିବାରୁ  ସେ କହିଛନ୍ତି, ଏହି ସିନେମା ଲାଗି ଗତ ୬ ମାସରେ ୭୫  କେଜିରୁ ଓଜନ ବଢ଼ାଇ ୧୦୩ କେଜି କରିଛି । ଆସନ୍ତା  ୩୦ ଦିନ ଧରି ସିନେମାର ସୁଟିଂ ଚାଲିବ । ଅନ୍ତତଃପକ୍ଷେ  ସେତକ ଦିନ ପର୍ଯ୍ୟନ୍ତ ଏହିଭଳି ବଳିଷ୍ଠ ଚେହେରା  ଧରି ବୁଲିବାକୁ ପଡ଼ିବ । ସୋସିଆଲ୍‌ ମିଡିଆରେ ଫାଷ୍ଟ  ଲୁକ୍‌ ସହ ସବ୍ୟସାଚୀ ଉଲ୍ଲେଖ କରିଛନ୍ତି, ‘ମୋ ନୂଆ  ସିନେମା ମୋ ନୂଆ ପରିଚୟ ହେଉ, ସେତିକି ପ୍ରାର୍ଥନା ।  ଏହି ଅନନ୍ତା ଚରିତ୍ର ପାଇଁ ଅନେକ ମାସରୁ ପେଟ  ବଢ଼ାଉଥିଲି ଓ ପେଟ ଭିତରେ ଏହି ସିନେମା ବିଷୟ  ଲୁଚେଇ ରଖିଥିଲି । ଆପଣଙ୍କୁ ଜଣାଇନଥିଲି । ଏକାଥରେ  ଫାଷ୍ଟ ଲୁକ୍‌ରେ ଆପଣଙ୍କୁ ସର୍‌ପ୍ରାଇଜ୍‌ ଦେବାର ଇଚ୍ଛା  ଥିଲା । ଆଶା ଆପଣଙ୍କୁ ମୋ ଲୁକ୍‌ ମାଧ୍ୟମରେ ତାହା  ଦେଇପାରିଛି । ମୋ ଭାଗ୍ୟରେ ଥିଲା ବୋଲି ଓଡ଼ିଶାର  ବରପୁତ୍ର ବ୍ୟାସକବି ଫକୀରମୋହନ ସେନାପତିଙ୍କ  ବଳିଷ୍ଠ କାହାଣୀ ଉପରେ ଚଳଚ୍ଚିତ୍ର କରିବାର ସୁଯୋଗ  ପାଇଲି । ତାହା ପୁଣି ଅନେକ ଜାତୀୟ ପୁରସ୍କାର ଓଡ଼ିଶାକୁ  ଆଣିଥିବା ଆମ ପ୍ରିୟ ଓ ପ୍ରସିଦ୍ଧ ନିର୍ଦ୍ଦେଶକ ସବ୍ୟସାଚୀ  ମହାପାତ୍ରଙ୍କଠାରୁ । ଶ୍ରୀ ମହାପାତ୍ର ଏହାର ନିର୍ଦ୍ଦେଶନା  ଦେଉଥିବାବେଳେ ଡିଓପିରେ ହୁଏନ୍‌ସାଂ ମହାପାତ୍ର  ଏବଂ ସଙ୍ଗୀତରେ ଅଭିଜିତ୍‌ ମଜୁମ୍‌ଦାର୍‌ ରହିଛନ୍ତି ।  ଆମର ମ୍ୟୁଜିକ୍‌ ଏବଂ କୁମାର ପିକ୍‌ଚର୍ସ ଏହାକୁ ଏକ  ବିରାଟ କମର୍ସିଆଲ୍‌ ସିନେମାର ରୂପ ଦେଉଥିବାରୁ ଧନ୍ୟବାଦ । ଆହୁରି ଅନେକ କଥା ଅଛି, ଧୀରେ ଧୀରେ  ସବୁ କହିବି... । ଏବେତ ଆରମ୍ଭ ହେଲା ଅନନ୍ତାର  ବଦମାସୀ । ଖାଲି ଏତିକି କହନ୍ତୁ ସତରେ ଆପଣଙ୍କୁ  ଫାଷ୍ଟ ଲୁକ୍‌ କେମିତି ଲାଗିଲା? 

ସିନେମାର ଶୁଭ  ମହୁରତ୍‌ ଓଡ଼ିଶାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର  ଠାରେ ଅନୁଷ୍ଠିତ ହେବା ପରେ ସୁଟିଂ ଆରମ୍ଭ ହୋଇଛି । ମହୁରତ୍‌ରେ ନାୟିକା ସୂର୍ଯ୍ୟମୟୀ ମହାପାତ୍ର, କୁନା  ତ୍ରିପାଠୀ, ହାସ୍ୟ ଅଭିନେତା ବିନ୍ଦୁ ଓ ଅନ୍ୟମାନେ ଉପସ୍ଥିତ  ଥିଲେ । ‘ପୁଷ୍କରା’ ପରେ ଏହିଭଳି କିଛି ସିନେମା  କରିବାକୁ ସବ୍ୟସାଚୀ ଅଧିକ ପସନ୍ଦ କରୁଥିବାବେଳେ  ପ୍ରଥମ ଥର ନିଜ ଓଜନ ୨୮କେଜି ବଢ଼ାଇ ଏକ ନୂଆ  ଲୁକ୍‌ ଦେଇଛନ୍ତି, ଯାହା ଇଣ୍ଡଷ୍ଟ୍ରି ପାଇଁ ଉଦାହରଣ ।  ଏହା ତାଙ୍କ ପାଇଁ ବି ସବୁଦିନ ଲାଗି ମନେରହିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.