ପ୍ରମୂଖ ଖବର
  • ଭୂମିକମ୍ପ ଝଟ୍‌କାରେ ଥରିଲା ଇରାନ୍, ତାଜିକିସ୍ତାନ, ରିକ୍ଟର ସ୍କେଲ୍‌ରେ ତୀବ୍ରତା ୫.୬ ରେକର୍ଡ, ଆସାମର ନାଗାୱରେ ବି ଭୂକମ୍ପ ଅନୁଭୂତ
  • ||
  • ଶରଣକୂଳ ଥାନା ଦରପଦା ନିକଟରେ ବୋଲବମ୍ ଅଟୋକୁ ଧକ୍କା ଦେଲେ ପିକ୍ଅପ୍ ଭ୍ୟାନ୍, ଯବତୀ ମୃତ, ୭ ଗୁରୁତର
  • ||
  • ସୋମବାରଠୁ ସଂସଦର ମୌସୁମୀ ଅଧିବେଶନ,ଆଜି ନୂଆଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ, ଆସିପାରେ ୮ଟି ବିଲ୍
  • ||
  • ସୋସିଆଲ ମଡିଆରେ ହାତଲେଖା ପ୍ରଶ୍ନପତ୍ର ଭାଇରାଲ, ଆଜି ହେବାକୁ ସ୍ପେସାଲ୍‌ ଓଟିଇଟି-୨୦୨୫ ବାତିଲ
  • ||

ରଜରେ ନନ୍ଦନକାନନରେ ପର୍ଯ୍ୟଟକଙ୍କ ଭିଡ଼, ୩ ଦିନରେ ବୁଲିଲେ ୮୩ ହଜାର ୮୪୬ ଜଣ ପର୍ଯ୍ୟଟକ

Published By : Prameya | June 17, 2025 11:20 AM

ବାରଙ୍ଗ,୧୭/୦୬: ରଜ ୩ ଦିନରେ ନନ୍ଦନକାନନର ଉଭୟ ଉଦ୍ୟାନରେ ୮୩  ହଜାର ୮୪୬ ଜଣ ପର୍ଯ୍ୟଟକ ବୁଲିଛନ୍ତି । ଶେଷ ରଜ ସୋମବାର ନନ୍ଦନକାନନର  ଉଭୟ ଉଦ୍ୟାନରେ ୧୯ ହଜାର ୪୦୮ ଜଣ ପର୍ଯ୍ୟଟକ ବୁଲିଥିଲେ । ସେଥି ମଧ୍ୟରୁ ପ୍ରାଣୀ ଉଦ୍ୟାନରେ ୧୮ ହଜାର  ୧୩୪ ଜଣ ଓ ଉଦ୍ଭିଦ ଉଦ୍ୟାନରେ ୧୨ ଶହ ୭୪ ଜଣ ପର୍ଯ୍ୟଟକ ବୁଲିଛନ୍ତି ।  ସକାଳେ ଅଳ୍ପ ସଂଖ୍ୟକ ପର୍ଯ୍ୟଟକ  ବୁଲି ଆସିଥିବା ବେଳେ ଅପରାହ୍ଣରେ  ପର୍ଯ୍ୟଟକଙ୍କ ସଂଖ୍ୟା ବଢିଥିଲା ।  

ଚଳିତ ବର୍ଷ ଦ୍ୱିତୀୟ ରଜରେ ରେକର୍ଡ  ସଂଖ୍ୟକ ୩୯ ହଜାର ୫୮୨ ଜଣ ପର୍ଯ୍ୟଟକ ବୁଲିଛନ୍ତି । ପର୍ଯ୍ୟଟକଙ୍କ  ସୁରକ୍ଷା ପାଇଁ ଅଧିକ ଟିକେଟ କାଉଣ୍ଟର ଖୋଲିବା ସହିତ ଅନଲାଇନ, ହ୍ୱାଟ୍ସଆପ  ମାଧ୍ୟମରେ ଟିକେଟ କଟିବା ପାଇଁ ସୁବିଧା କରାଯାଇଥିଲା । ପ୍ରାଣୀ ଉଦ୍ୟାନ ମଧରେ ପର୍ଯ୍ୟଟକଙ୍କ ସୁରକ୍ଷା ଦୃଷ୍ଟିରୁ ଅଧିକ  ସୁରକ୍ଷା କର୍ମୀ, ଅଧିକ ପାଣି ପଏଣ୍ଟ,  ବିଶ୍ରାମ ସ୍ଥଳୀ ଉପରେ ଅଧିକ ଧ୍ୟାନ ଦିଆ ଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.