ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ବର୍ଷା ଆଣିବ ଆଶ୍ୱସ୍ତି: ୧୨ରୁ୧୪ ଯାଏଁ କାଳବୈଶାଖୀ ସମ୍ଭାବନା, ୧୪ ପରେ ବଢ଼ିବ ତାପମାତ୍ରା

Published By : Harapriya Sethi | April 9, 2025 11:46 AM

ଭୁବନେଶ୍ୱର, ୦୯/୦୪: ପଶ୍ଚିମକେନ୍ଦ୍ର ବଙ୍ଗୋପସାଗରରେ ରହିଛି ଲଘୁଚାପ କ୍ଷେତ୍ର । ଧିରେ ଧିରେ ଏହା ଉତ୍ତର-ପୂର୍ବ ବା ଉତ୍ତର ଦିଗକୁ ଗତି କରୁଛି । ଏହା ପ୍ରଭାବରେ ଦକ୍ଷିଣ ପୂର୍ବ ଆଡ଼କୁ ପବନର ଗତି ରହୁଛି। ଏହା ଫଳରେ ସାମାନ୍ୟ ଗୁଳୁଗୁଳି ଅନୁଭୂତ ହେବ କିନ୍ତୁ ବିଶେଷ ତାପମାତ୍ରା ବୃଦ୍ଧି ହେବ ନାହିଁ । ଏପ୍ରିଲ ୧୦ ତାରିଖ ଯାଏଁ ବିଶେଷ ତାପମାତ୍ରା ବଢିବ ନାହିଁ । କିନ୍ତୁ ୧୧ ତାରିଖ ବେଳକୁ ଲଘୁଚାପ କ୍ଷେତ୍ର ବାଂଲାଦେଶ ଆଡ଼କୁ ମୁହାଁହେବ । ଫଳରେ ଉତ୍ତର ପଶ୍ଚିମରୁ ଓଡ଼ିଶାକୁ ପବନ ବହିବ । ଯାହାଫଳରେ ତାପମାତ୍ରା ବୃଦ୍ଧି ହେବାର ସମ୍ଭାବନା ରହିଛି। 

ଅନ୍ୟପଟେ ଏପ୍ରିଲ ୧୨ରୁ ୧୪ ତାରିଖ ଯାଏଁ କାଳବୈଶାଖୀ ବର୍ଷା ହୋଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ଚନ୍ଦ୍ର ସାହୁ । ବିଶେଷ ଭାବେ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହୁଛି । ବିଜୁଳି ଘଡଘଡି ସହ ବର୍ଷା ହେବ । କୁଆ ପଥର ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ସେପଟେ ୧୪ ପରେ ବଢ଼ିବ ତାପମାତ୍ରା । ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୦ ଅତିକ୍ରମ କରିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.