ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ଦେଶୀ ବନ୍ଧୁକ କାରଖାନାରେ ରେଡ୍‌, ୪ ଗିରଫ

Published By : Harapriya Sethi | March 13, 2025 10:49 AM

ଭୁବନେଶ୍ୱର, ୧୩/୦୩: ଚାଳଘରେ ଚାଲିଥିଲା ଦେଶୀ ବନ୍ଧୁକ କାରଖାନା । ଖବର ପାଇ ଚଢାଉ କଲା କ୍ରାଇମ୍‌ବ୍ରାଞ୍ଚ ଏବଂ ଏସ୍‌ଟିଏଫ୍‌ ଟିମ୍‌ । ରେଡ୍‌ରେ ଜବତ ହେଲା ୪୦ରୁ ଅଧିକ ଦେଶୀ ବନ୍ଧୁକ ସହ ଅନ୍ୟାନ୍ୟ ସରଞ୍ଜାମ । ଘଟଣାରେ ସମ୍ପୃକ୍ତ ୪ ଜଣଙ୍କୁ ବାନ୍ଧିଲା କ୍ରାଇମ୍‌ବ୍ରାଞ୍ଚ । କଟକ ବୟାଳିଶି ମୌଜାର ଧୁଳେଶ୍ୱର ଅଞ୍ଚଳରେ ଏହି ଚଢାଉ କରାଯାଇଛି । 

ସୂଚନା ମୁତାବକ, ଧୁଳେଶ୍ୱର ଅଞ୍ଚଳରେ ଏକ ଚାଳ ଘରେ ଦେଶୀ ବନ୍ଧୁକ ତିଆରି କାରଖାନା ଚାଲିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲା ଏସ୍‌ଟିଏଫ୍‌ ଏବଂ କ୍ରାଇମ୍‌ବ୍ରାଞ୍ଚ । ଖବର ପାଇ ଉକ୍ତ କାଖାନାରେ ଉଭୟ ଟିମ୍‌ ଅତର୍କିତ ଚଢାଉ କରିଥିଲା । ରେଡ୍‌ କରିବା ବେଳେ ୪୦ରୁ ଅଧିକ ଦେଶୀ ବନ୍ଧୁକ ଜବତ କରିବା ସହ ବନ୍ଧୁକ ତିଆରି ସରଞ୍ଜାମ ଜବତ କଲା କ୍ରାଇମ୍‌ବ୍ରାଞ୍ଚ ଏବଂ ଏସ୍‌ଟିଏଫ୍‌ । ଏହା ସହ ଘଟଣାରେ ୪ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି । ଉକ୍ତ ସ୍ଥାନରେ ଏବେବି ଚଢାଉ ଜାରି ରହିଛି ବୋଲି ଏସ୍‌ଟିଏଫ୍‌ ଡିଆଇଜି ସୂଚନା ଦେଇଛନ୍ତି । ଏହି କାରବାରରେ ଆଉ କିଏ କିଏ ସାମିଲ ଅଛନ୍ତି ଏବଂ ଏହି ଦେଶୀ ବନ୍ଧୁକ କେଉଁ ଅଞ୍ଚଳରେ ବିକ୍ରି ହେଉଥିଲା, ସେସବୁ ଜାଣିବା ପାଇଁ ତଦନ୍ତ କରୁଛି ଏସ୍‌ଟିଏଫ୍‌ ।

ଏହି ଖବରଟିକୁ ପଢନ୍ତୁ-ଭାରସାମ୍ୟ ହରାଇ ନୟନଜୋରୀକୁ ଓଲଟିଲା କୋଇଲା ବୋଝେଇ ଟ୍ରକ୍

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.