ପ୍ରମୂଖ ଖବର
  • ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୪ ମୃତ, ୧୦ରୁ ଅଧିକ ଆହତ
  • ||
  • ଚିତ୍ରକୋଣ୍ଡା ପରେ ଯାଜପୁରରେ ଲଜ୍ଜ୍ୟା, ମା' ହେଲେ ଦଶମ ଶ୍ରେଣୀ ଛାତ୍ରୀ
  • ||
  • ଦାରିଙ୍ଗବାଡିରେ ପ୍ରଥମ ଜିଲ୍ଲା ସ୍ତରୀୟ 'ଇନଭେଷ୍ଟମେଣ୍ଟ ମିଟ୍‌-ଇନଭେଷ୍ଟ କନ୍ଧମାଳ' ଉଦ୍‌ଘାଟିତ
  • ||
  • ଢେଙ୍କାନାଳ : ସୁନା ଦୋକାନର ସଟର ତାଡି ଲୁଟ୍‌, ଲକ୍ଷାଧିକ ଟଙ୍କାର ଅଳଙ୍କାର ଚୋରି କଲେ ଦୁର୍ବୃତ୍ତ
  • ||
  • କ୍ୟାପିଟାଲ ହସ୍ପିଟାଲ ଏକ୍ସରେ ରୁମ୍‌ରୁ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଆଠଗଡ଼ ବନଖଣ୍ଡରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ
  • ||
  • ମାର୍ଚ୍ଚ ୧୩ରୁ ସିୟୁଇଟି ପିଜି ପରୀକ୍ଷା, ୧୫୭ ବିଷୟରେ ୪ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ ଦେବେ ଏକ୍ସଜାମ୍
  • ||
  • କୋରାପୁଟ : ଭାରସାମ୍ୟ ହରାଇ ବ୍ରିଜ୍‌ରୁ ଖସିଲା ବାଇକ୍‌: ୨ ମୃତ, ଜଣେ ଗୁରୁତର
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ମୁହାଁମୁହିଁ ହେବେ ପାକିସ୍ତାନ- ବାଂଲାଦେଶ, ବିଜୟ ପାଇଁ ସବୁ ଶକ୍ତି ଖଟାଇବେ
  • ||
  • ଆସାମରେ ଭୂକମ୍ପ ଝଟ୍‌କା ଅନୁଭୂତ,ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୫.୦ ରେକର୍ଡ
  • ||
  • ଗୁରୁବାର ଓଡ଼ିଶା ଆସିବେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା, କାଲି ପୁରୀରେ ଜାତୀୟ ସ୍ୱାସ୍ଥ୍ୟ ସମ୍ମିଳନୀକୁ ଉଦ୍‌ଘାଟନ କରିବେ
  • ||
  • ଆଗକୁ ୮୦ଦିନ ଗ୍ରୀଷ୍ମ ଲହରି, ୨୦୦୯ରୁ ଓଡ଼ିଶାରେ ତାପମାତ୍ରାରେ ସାଂଘାତିକ ବୃଦ୍ଧି
  • ||

Rahul gandhi: କୁମ୍ଭ ମେଳାରେ ଯୋଗ ନଦେବାରୁ ଅଡୁଆରେ ରାହୁଲ ଗାନ୍ଧୀ; କଂଗ୍ରେସକୁ ଟାର୍ଗେଟ କଲା ବିଜେପି

Published By : Bijay Swain | February 27, 2025 5:45 PM

Image courtesy: indiatoday

ନୂଆଦିଲ୍ଲୀ: ବିରୋଧି ଦଳ ନେତା ରାହୁଲ ଗାନ୍ଧୀ ଓ ଇଣ୍ଡିଆ ବ୍ଲକର ସହଯୋଗି ଦଳ ୟୁବିଟିର ମୁଖ୍ୟ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଛି ବିଜେପି। ଚଳିତ କୁମ୍ଭମେଳାର ୟୋଗ ନଦେବା ପାଇଁ ବିଜେପି ବୁଧବାର ଉଭୟ ନେତାଙ୍କୁ ଘେରିଛି। ମହାରଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଏନେଇ ଉଭୟ ନେତାଙ୍କୁ ଶୁଣାଇବା ସହ ସେମାୱଙ୍କୁ ହିନ୍ଦତ୍ତ୍ୱବାଦି ବୋଲି କହିଛନ୍ତି। ଏହି ପରିପ୍ରେକ୍ଷିରେ କଂଗ୍ରେସ ପକ୍ଷରୁ ମହାକୁମ୍ଭକୁ ନେଇ ଶସ୍ତା ରାଜନୀତି କରାନଯାଉ ବୋଲି କୁହାଯାଇଛି। 

ରାହୁଲ ଗାନ୍ଧୀ ଓ ଉଦ୍ଧବ ଠାକରେଙ୍କୁ ଟାର୍ଗେଟକରି ସିନ୍ଧେ କହିଛନ୍ତି ଯେ “ସେମାନେ ନିଜେ ନିଜକୁ ହିନ୍ଦୁତ୍ତ୍ୱବାଦି ବୋଲି କହୁଛନ୍ତି। କିନ୍ତୁ ସେମାନଙ୍କ ପାଖରେ କୁମ୍ଭ ଯିବାକୁ ସମୟ ନାହିଁ। ଏହାହିଁ ସେମାନଙ୍କ କଥା ଓ କାମ ଭିତରେ ଫରକ ସୃଷ୍ଟି କରେ। ଦେଶର ୬୫ କୋଟିରୁ ଅଧିକ ଲୋକ ପାରିଲେ। କିନ୍ତୁ ସେମାନେ ନୁହେଁ।”

ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ମଧ୍ୟ ଏନେଇ ଗାନ୍ଧୀ ଓ ଠାକରେଙ୍କୁ ଟାର୍ଗେଟ କରିଛନ୍ତି। ଗିରିରାଜ ଉଭୟ ମନ୍ତ୍ରୀଙ୍କୁ ଭ୍ରମିତ ଲୋକ ବୋଲି କହିଛନ୍ତି। ଏହା ସହ ଠାକରେ ବର୍ତ୍ତମାନ ସାଭରକରଙ୍କ ପ୍ରତିପକ୍ଷଭାବେ ଆଗକୁ ବଢୁଛନ୍ତି। ଏହା ସହ ସେ କଂଗ୍ରେସ ସହ ମଧ୍ୟ ଜଡିତ ଅଛନ୍ତି। ଏଣୁ ତାଙ୍କୁ ତାଙ୍କୁ ହିନ୍ଦୁତ୍ତ୍ୱ ଆଇଡୋଲଜିରେ ଚାଲିବାକୁ ଅସୁବିଧା ହେଉଥିବ ନିଶ୍ଚିନ୍ତ ବୋଲି ସେ କହିଛନ୍ତି। 

୪୫ ଦିନ ଧରି ଚାଲିଥିବା କୁମ୍ଭମେଳା ବିଶ୍ୱର ସର୍ବବୃହତ୍ତମ ଧାର୍ମିକ ସମ୍ମିଳନି ଭାବେ ପରିଗଣିତ ହୋଇଥାଏ। ଦୀର୍ଘ ୧୨ ବର୍ଷରେ ଥରେ ପଡୁଥିବା କୁମ୍ଭମେଳା ଗତ ଫେବୃଆରୀ ମାସ ୨୬ ତାରିଖରେ ଶେଷ ହୋଇଛି। ଏହି ଧାର୍ମିକ ଉତ୍ସବରେ ଦେଶର ପ୍ରାୟ 66କୋଟିରୁ ଅଧିକ ଲୋକ ପବିତ୍ର ବୁଡ ପକାଇଛନ୍ତି। 

ରାହୁଳ ଗାନ୍ଧୀ ଗତ ଫେବୃଆରୀ ମାସ ୨୦-୨୧ ତାରିଖରେ ନିଜ ସଂସଦୀୟ କ୍ଷେତ୍ର ରାଇ ବରେଲିକୁ ଗସ୍ତ କରିବାକୁ ଯାଇଥିଲେ। ସେଠାରୁ ଫେରି ଆସିଥିଲେ ମଧ୍ୟ ସେ କୁମ୍ଭ ମେଳା ଯାଇ ନଥିଲେ। ତାଙ୍କ ଭଉଣୀ ତଥା ୱାୟନାଡ଼ର ସାଂସଦ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ଚଲିତ କୁମ୍ଭ ମେଳାଠୁ ଦୁରରେ ରହିଥିଲେ। 

କେବଳ ଏହା ନୁହେଁ ରାହୁଲ ଗତବର୍ଷ ଅଯୋଦ୍ଧାରେ ହୋଇଥିବା ରାମଲାଲାଙ୍କ ପ୍ରତିଷ୍ଠା ଉତ୍ସବରେ ମଧ୍ୟ ଯୋଗ ଦେଇନଥିଲେ। ଯାହାକୁ ନେଇ ତାଙ୍କୁ ପରେ କଡା ସମାଲୋଚନାର ଶିକାର ହେବାକୁ ପଡିଥିଲା। ତେବେ ବର୍ତ୍ତମାନ ରାହୁଲ ଗାନ୍ଧୀଙ୍କୁ ବିଜେପି ଟାର୍ଗେଟ କରୁଥିବାରୁ ଉତ୍ତରପ୍ରଦେଶର କଂଗ୍ରେସ ମୁଖ୍ୟ ଅଜୟ ରାୟ ମୁଁ ଗାନ୍ଧୀ ପରିବାର ପକ୍ଷରୁ ସଂଙ୍ଗମରେ ପବିତ୍ର ବୁଡ ପକାଇ ସାରିଛି ବୋଲି କହିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.