ପ୍ରମୂଖ ଖବର
  • କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆଙ୍କୁ ହତ୍ୟା ଧମକ, ନିକଟରେ ଯୋଗ ଦେଇଛନ୍ତି କଂଗ୍ରେସ ଦଳରେ…
  • ||
  • ନୀଳଗିରି: ଗଣେଶ ମେଢ଼ ବିସର୍ଜନ ବେଳେ ଅଘଟଣ, ସାନ ଭାଇ ଆଗରେ ଚାଲିଗଲା ବଡ଼ଭାଇ
  • ||
  • କଟକ: ଦୁର୍ଗାପୂଜାରେ ଲେଜର ଲାଇଟ୍ ଓ ଫାୟାର ଗନ୍ ବ୍ୟବହାର ଉପରେ ଲାଗିଲା କଟକଣା
  • ||
  • ଶ୍ରୀମନ୍ଦିରରେ ଋଷି ପଞ୍ଚମୀ ନୀତି, ବ୍ରତ ପାଳନ କଲେ ମା' ଲକ୍ଷ୍ମୀ ଠାକୁରାଣୀ
  • ||
  • ରେଢ଼ାଖୋଲ ମୋଚିବାହାଲଠାରେ ଦୁଇ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
  • ||
  • ସୁନ୍ଦରଗଡ଼ : ତଣ୍ଟି କାଟି ଯୁବକଙ୍କ ହତ୍ୟା, ହତ୍ୟା ପଛର କାରଣ ଅସ୍ପଷ୍ଟ
  • ||
  • ପାଟଣା : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • କୋରାପୁଟ : ମାଛକୁଣ୍ଡ ଡ୍ୟାମ୍‌ର ଖୋଲିଲା ୨ଟି ଗେଟ୍‌, ୪୦୦୦ କ୍ୟୁସେକ ପାଣି ନିଷ୍କାସିତ
  • ||
  • ଯାଜପୁର : ଭାରସାମ୍ୟ ହରାଇ ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ, ଜଣେ ମୃତ ଦୁଇ ଗୁରୁତର
  • ||
  • ସମ୍ବଲପୁର: ଶୁଭ ଲଗ୍ନରେ ମା’ ସମଲେଶ୍ୱରୀଙ୍କ ପୀଠରେ ଲାଗି ହେଲା ନବାନ୍ନ , ସବୁ ଆଡେ ଉତ୍ସବ ମୁଖର
  • ||
  • ବଙ୍ଗୋପସାଗରରେ ଅବପାତରେ ପରିଣତ ହେଲା ଲଘୁଚାପ, ଆସନ୍ତା ୪ ଦିନ ନିର୍ଧୁମ ଛେଚିବ
  • ||
  • ବଣାଇ : ବୁଲା ଗାଈଙ୍କୁ ଟାର୍ଗେଟ କରୁଛନ୍ତି ଦୁର୍ବୃତ୍ତ, ବୋଲେରୋ ଗାଡ଼ିରୁ ଦୁଇଟି ଗାଈ ସହ ଗୋଟିଏ ଷଣ୍ଢ ଉଦ୍ଧାର
  • ||
  • କେନ୍ଦ୍ରାପଡା : ଏଣ୍ଡର ଓ ବାଲିଆ ଅଞ୍ଚଳରେ ବାର୍ଡ ଫ୍ଲୁ ଚିହ୍ନଟ, ସତର୍କ ରହିବାକୁ ପରାମର୍ଶ ଦେଲା ପ୍ରଶାସନ
  • ||
  • ନୂଆଁଖାଇରେ କୃଷକଙ୍କୁ ରାଜ୍ୟ ସରକାରଙ୍କ ଭେଟି, ସିଏମ୍ କିଷାନ ଯୋଜନାରେ ମିଳିବ ପ୍ରଥମ କିସ୍ତି
  • ||

ଓସ୍କାର ଲାଇବ୍ରେରୀରେ ଧନୁଷଙ୍କ ଫିଲ୍ମ 'ରାୟନ'

ନୂଆଦିଲ୍ଲୀ,୦୩/୮: ସାଉଥ ସୁପରଷ୍ଟାର ଧନୁଷ ତାଙ୍କର ଆକ୍ସନ୍-ପ୍ୟାକ୍ ହୋଇଥିବା ଚଳଚ୍ଚିତ୍ର 'ରାୟନ' ସହ ଶିରୋନାମାରେ ରହିଛନ୍ତି। ଫିଲ୍ମଟି ଚଳିତ ଜୁଲାଇ ୨୬ରେ ବକ୍ସ ଅଫିସରେ ମୁକ୍ତିଲାଭ କରିଥିବା ବେଳେ ଲୋକଙ୍କ ମନ ଜିତିବା ସହ ବର୍ତ୍ତମାନ ବିଶ୍ୱରେ ୧୦୦ କୋଟିରୁ ଅଧିକ ବ୍ୟବସାୟ କରିଛି । ଏହିପରି ଫିଲ୍ମ ଲୋକପ୍ରିୟତା ସହ ଏବେ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ଆଉ ଏକ ସଫଳତା ହାସଲ କରିଛି । ଫିଲ୍ମ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ରେକର୍ଡ ସୃଷ୍ଟି କରିଛି ।

ଗତକାଲି , ରାୟନ୍ ରିଲିଜର ୮ମ ଦିନ ଚାଲିଥିବା ବେଳେ ଫିଲ୍ମ ଓସ୍କାର ଲାଇବ୍ରେରୀରେ ସ୍ଥାନ ପାଇ ରେକର୍ଡ ସୃଷ୍ଟି କରିଛି । ଫିଲ୍ମ 'ରାୟନ'ର ନିର୍ମାତା ସନ୍ ପିକ୍ଚର୍ସ ଧନୁଷଙ୍କ ପ୍ରଶଂସକଙ୍କ ପାଇଁ ଏହି ଖୁସି ଖବର ଅଫିସିଆଲ୍ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ନିର୍ମାତା ଲେଖିଛନ୍ତି, 'ରାୟନ' ସ୍କ୍ରିନ୍ ଫ୍ଲେ ଏକାଡେମୀ ଅଫ୍ ମୋସନ୍ ପିକ୍ଚର୍ ଆର୍ଟ ଆଣ୍ଡ ସାଇନ୍ସ ଲାଇବ୍ରେରୀରେ ସ୍ଥାନ ପାଇଛି । ଏହା ସହ ସେ ଲେଖିଛନ୍ତି, ବର୍ତ୍ତମାନ ଫିଲ୍ମ ନିକଟସ୍ଥ ପ୍ରେକ୍ଷାଳୟରେ ଦେଖିପାରିବେ ।'ରାୟନ୍' ୧୬.୫୦ କୋଟି ଟଙ୍କା ସହ ଓପନିଂ କରିଥିଲା ।  ଗୋଟିଏ ସପ୍ତାହରେ 'ରାୟନ'ର ମୋଟ ସଂଗ୍ରହ ୭୪ କୋଟି ଟଙ୍କା ହୋଇଛି । ଏହି ଫିଲ୍ମ ତାମିଲରେ ମୋଟ ୪୯ କୋଟି, ଆନ୍ଧ୍ରପ୍ରଦେଶ / ତେଲେଙ୍ଗାନାରେ ୧୧କୋଟି, କର୍ଣ୍ଣାଟକରେ ୭ କୋଟି, କେରଳରେ ୪.୫୦ କୋଟି ଟଙ୍କା ସଂଗ୍ରହ କରିବା ବ୍ୟତୀତ ସମଗ୍ର ଭାରତରେ ୨.୫୦ କୋଟି ଟଙ୍କା କଲେକ୍ସନ କରିଛି। ଏଥିସହ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୧୦୦ କୋଟି ଟଙ୍କାରୁ ଅଧିକ ବ୍ୟବସାୟ କରିଛି ।

ଧନୁଷ ଏହି ଫିଲ୍ମକୁ ଲେଖିବା ସହ ନିଜେ ନିର୍ଦ୍ଦେଶନା ଦେଇଛନ୍ତି। ଏଥିସହ ସେ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । 'ପା ପାଣ୍ଡି' ପରେ 'ରାୟନ୍' ଧନୁଷଙ୍କର ଦ୍ୱିତୀୟ ନିର୍ଦ୍ଦେଶିତ ଫିଲ୍ମ । ଏଥିରେ ଏ ଆର ରେହମାନ ଏହି ଚଳଚ୍ଚିତ୍ରର ସଂଗୀତ ରଚନା କରିଛନ୍ତି । କାଳିଦାସ ଏବଂ ସନ୍ଦୀପ ରୟାନଙ୍କ ଭାଇ ଭୂମିକାରେ ଅଭିନୟ କରୁଥିବାବେଳେ ଦୁଶାରା ତାଙ୍କ ଭଉଣୀ ଭୂମିକାରେ ଅଭିନୟ କରିଛନ୍ତି ।



  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.