ପ୍ରମୂଖ ଖବର
  • ଢେଙ୍କାନାଳ : ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗସ୍ତ, ଚାପି ହୋଇ ରହିଥିବା ଡ୍ରାଇଭର ଉଦ୍ଧାର
  • ||
  • ଅସ୍ତରଙ୍ଗ ଏବଂ ଛତ୍ରପୁର ଆଇଆଇସି ନିଲମ୍ବିତ; ତଦନ୍ତ ରିପୋର୍ଟ ଦେବାକୁ ୨ ରେଞ୍ଜ ଆଇଜିଙ୍କୁ ଡିଜିପିଙ୍କ ନିର୍ଦ୍ଦେଶ
  • ||
  • ଚାଷୀ ପଞ୍ଜୀକରଣ ହେଲା ସରଳ; ବଂଶାନୁକ୍ରମିକ ପ୍ରମାଣପତ୍ର ବଦଳରେ ସେଲ୍ଫ ଡିକ୍ଲାରେସନରେ ରେଜିଷ୍ଟ୍ରେସନ
  • ||
  • ସୁନ୍ଦରଗଡ଼ : ଜୁଆ ଆଡ୍ଡାରେ ରେଡ୍‌; ୧୪ ଗିରଫ, ଲକ୍ଷାଧିକ ଟଙ୍କା ଜବତ
  • ||
  • ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଇଣ୍ଡୋନେସିଆ, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ
  • ||
  • ସୁନ୍ଦରଗଡ଼: ଜୁଆ ଆଡ୍ଡା ଉପରେ ଚଢ଼ାଉ: ୧୪ ଜଣ ଗିରଫ
  • ||
  • ଶେରଗଡ ;ଦୁଇ ବସ୍ ମୁହାଁମୁହିଁ ଧକ୍କା, ଡ୍ରାଇଭର ଗୁରୁତର
  • ||
  • ଚମାଖଣ୍ଡି ଅଞ୍ଚଳର ଏକ ଗାଈ ଗୁହାଳରୁ ବିପୁଳ ପରିମାଣର ବିସ୍ଫୋରକ ଜବତ, ମାଓ ଲିଙ୍କ୍‌ ନେଇ ସନ୍ଦେହ
  • ||
  • କିସ୍ତୱାଡ଼ ପରେ କଠୁଆରେ ବାଦଳଫଟା ବର୍ଷା,୪ ମୃତ, ରେସ୍କ୍ୟୁ ଜାରି
  • ||
  • ପାକିସ୍ତାନରେ ବାଦଲଫଟା ବର୍ଷା: ମୃତ୍ୟୁ ସଂଖ୍ୟା ୩ଶହ ପାର୍, ରେସ୍କ୍ୟୁ ହେଲିକପ୍ଟର କ୍ରାସରେ ୫ ମୃତ
  • ||
  • ଉପରାଷ୍ଟ୍ରପତି ନିର୍ବାଚନ, ଆଜି ଚୂଡାନ୍ତ ହେବ NDA ପ୍ରାର୍ଥୀଙ୍କ ନାମ, ବସିବ ବିଜେପି ସଂସଦୀୟ ବୋର୍ଡ ବୈଠକ
  • ||
  • ଭାରତ ଫେରିଲେ ସୁନାପୁଅ ଗ୍ରୁପ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା,ଦିଲ୍ଲୀରେ ଭବ୍ୟ ସ୍ୱାଗତ
  • ||
  • ୧୮ରେ ଲଘୁଚାପ, ଦକ୍ଷିଣ ଓଡ଼ିଶାରେ ବର୍ଷା ସମ୍ଭାବନା; ଆଜି ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷିବ
  • ||

ଶ୍ରାଦ୍ଧ ବାର୍ଷିକୀରେ ଝୁରୁଛି ଦେଶ, ୪୭ ବର୍ଷ ଯାଏ ଥିଲେ ସାଂସଦ, ୟୁଏନ୍‌ରେ ହିନ୍ଦୀରେ ଭାଷଣ ଦେଇଥିବା ପ୍ରଥମ ରାଜନେତା ଅଟଳବିହାରୀ ବାଜପେୟୀ...

Published By : Ankita S | August 16, 2025 10:58 AM

ନୂଆଦିଲ୍ଲୀ,୧୬/୦୮: ଣିଷର ପରିଚୟ ତାର ଧନ କିମ୍ବା କ୍ଷମତା ନୁହେଁ, ତାର ହୃଦୟରୁ ମିଳିଥାଏ । ମନରୁ ଗରିବ ହୋଇଥିଲେ କୁବେର ହେଲେ ବି କାନ୍ଦିବେ । ଶିକ୍ଷାର ମାଧ୍ୟମ ମାତୃଭାଷା ହେବା ଦରକାର..ଉଚ୍ଚରୁ ଉଚ୍ଚ ଶିକ୍ଷା ମାତୃ ଭାଷା ମାଧ୍ୟମରେ ହେବା ଦରକାର..ଏପରି ଚିନ୍ତାଧାର ରଖୁଥିବା ବ୍ୟକ୍ତିତ୍ୱ ହେଉଛନ୍ତି ଅଟଳ ବିହାରୀ ବାଜପେୟୀ । ଆଜି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଭାରତୀୟ ଜନତା ପାର୍ଟିର ପ୍ରବୀଣ ନେତା ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ। ୨୦୧୮ ମସିହା ଅଗଷ୍ଟ ୧୬ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ୯୩ ବର୍ଷ ବୟସେ ତାଙ୍କର ପରଲୋକ ହୋଇଥିଲା । ତାଙ୍କ ଅବଦାନକୁ ମନେ ପକାଉଛନ୍ତି ଦେଶବାସୀ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମହାନ୍ ଆତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

୧୯୨୪ ଡିସେମ୍ବର ୨୫ରେ ମଧ୍ୟପ୍ରଦେଶ ଗ୍ୱାଲିୟରର ଏକ ବ୍ରାହ୍ମଣ ପରିବାରରେ ଅଟଳବିହାରୀ ବାଜପେୟୀଙ୍କର ଜନ୍ମ । ଛାତ୍ର ଜୀବନ ସମୟରେ ସେ ରାଜନୀତିରେ ପ୍ରବେଶ କରିଥିଲେ । ୧୯୪୨ ମସିହାରେ ସେ ଭାରତ ଛାଡ଼ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ । ୨୩ ଦିର କାରାଗାରରେ ରହିଥିଲେ । ଦେଶକୁ ପରମାଣୁ ସକ୍ଷମ କରିବାରେ ଅଟଳ ବିହାରୀ ବାଜପେୟୀଙ୍କର ସବୁଠାରୁ ବଡ଼ ଅବଦାନ ରହିଥିଲା । ଅଟଳବିହାରୀ ବାଜପେୟୀ ୩ ଥର ଭାରତର ପ୍ରଧାନମନ୍ତ୍ରୀ ଭାବରେ ଦେଶର ଦାୟିତ୍ୱ ଗ୍ରହଣ କରିଥିଲେ। ସାରା ଜୀବନ ଅବିବାହିତ ରହିଥିଲେ ବାଜପେୟୀ କାରଣ ପଚାରିଲେ କୁହନ୍ତି, ମୁଁ ଏତେ ବ୍ୟସ୍ତ ରୁହେ କି ଭଲି ଗଲି । ୪ ରାଜ୍ୟ ଉତ୍ତରପ୍ରଦେଶ, ମଦ୍ୟପ୍ରଦେଶ, ନୂଆଦିଲ୍ଲୀ ଓ ଗୁଜରାଟରୁ ୬ ଲୋକସଭା କ୍ଷେତ୍ରରୁ ଜିତିଥିବା ଏକମାତ୍ର ନେତା ଥିଲେ । ୪୭ ବର୍ଷ ଯାଏ ସାଂସଦ ୧୧ ଥର ଲୋକସଭା ୨ ଥର ରାଜ୍ୟସଭାରୁ ନିର୍ବାଚିତ ହୋଇଥିଲେ । ସଂଯୁକ୍ତ ରାଷ୍ଟ୍ର ମହାସଭାରେ ହିନ୍ଦୀରେ ଭାଷଣ ଦେଇଥିବା ପ୍ରଥମ ଭାରତୀୟ ରାଜନେତା ଥିଲେ । ପ୍ରଧାନମନ୍ତ୍ରୀ ଭାବେ ତାଙ୍କ କାର୍ଯ୍ୟକାଳରେ ଭାରତ ରାଜସ୍ଥାନର ପୋଖରାନରେ ଅପରେସନ୍ ଶକ୍ତି ନାମକ ଏକ ସଫଳ ପରମାଣୁ ପରୀକ୍ଷଣ କରିଥିଲା ।

ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ- ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଶ୍ରାଦ୍ଧ ବାର୍ଷିକୀ । ଭାରତ ପ୍ରତି ତାଙ୍କ ଅବଦାନକୁ ମନେ ପକାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନୂଆଦିଲ୍ଲୀ ସ୍ଥିତ 'ସଦୈବ ଅଟଳ' ନିକଟରେ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି । ଏହା ସହିତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଉପସ୍ଥିତ ଥିଲେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.